୧୭ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

The Sakala Picture
Published On

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଗଞ୍ଜେଇ ମାଫିଆମାନଙ୍କ ଚରା ଭୂଇଁ ପାଲଟି ଥିବା ବେଳେ, ଏହି ମାଫିଆ ମାନେ ପୋଲିସ ହାତରେ ଧରାପଡି ଜେଲ୍ ମଧ୍ୟ ଜିବାକୁ ପଡିଛି ,ତଥାପି ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁନାହି, ରାଜ୍ୟ ତଥା ରାଜ୍ୟ ବାହାରୁ ମାଫିଆ ମାନେ ଏହି ଅଞ୍ଚଳ କୁ ତାଙ୍କର ଗଞ୍ଜେଇ ଭୂସ୍ବର୍ଗ ଭାବେ ବାଛି ନେଇ ଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ମାଫିଆ ମାନଙ୍କ ଉପରେ କଡା ନଜର […]

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଗଞ୍ଜେଇ ମାଫିଆମାନଙ୍କ ଚରା ଭୂଇଁ ପାଲଟି ଥିବା ବେଳେ, ଏହି ମାଫିଆ ମାନେ ପୋଲିସ ହାତରେ ଧରାପଡି ଜେଲ୍ ମଧ୍ୟ ଜିବାକୁ ପଡିଛି ,ତଥାପି ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁନାହି, ରାଜ୍ୟ ତଥା ରାଜ୍ୟ ବାହାରୁ ମାଫିଆ ମାନେ ଏହି ଅଞ୍ଚଳ କୁ ତାଙ୍କର ଗଞ୍ଜେଇ ଭୂସ୍ବର୍ଗ ଭାବେ ବାଛି ନେଇ ଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ମାଫିଆ ମାନଙ୍କ ଉପରେ କଡା ନଜର ରଖା ଯାଇଛି । ତଥାପି ଗଞ୍ଜେଇ ମାଫିଆ ମାନଙ୍କ ଚୋରା ଗଞ୍ଜେଇ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । । କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଙ୍କ ନିର୍ଦ୍ଦେଶ କ୍ରମେ ଅଞ୍ଚଳ ର ଏହି ଚୋରା ଗଞ୍ଜେଇ କାରବାର କୁ ରୋକିବାକୁ ମଧ୍ୟ ତିଖ୍ନ ନଜର ରହିଛି । ତେବେ ଚୋରା ଗଞ୍ଜେଇ ବେପାରୀ ମାନେ କରନା କଟକଣା ସମୟ କୁ ସୁବର୍ଣ୍ଣ ସୁଯୋଗ ମନେ କରି ଗଞ୍ଜେଇ ମାଫିଆ ମାନେ ସକ୍ରିୟ ଥିବା ଦେଖିବାକୁ ମିଳିଛି । ପୁଣି କିଛି ଦିନ ର ନିରବତା ପରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଫିରିଙ୍ଗିଆ ପୋଲିସ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ତିନି ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସୂଚନା ଅନୁସାରେ କଦ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଯାଜେସପଙ୍ଗା ପଞ୍ଚାୟତ ପାଡିପାଙ୍ଗା, ଅଞ୍ଚଳ ରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଙ୍କ ନିର୍ଦ୍ଦେଶ କ୍ରମେ ,ଫିରିଙ୍ଗିଆ ଥାନା ଭାର ପ୍ରାପ୍ତ ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ବରେ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରି ପାଡିପାଙ୍ଗା ଠାରୁ ୩୪ ଟି ବସ୍ତାରେ ୧୭ କୁଇଣ୍ଟାଲ ୧୦ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୮୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି , ତେବେ ଏଥିରେ ସପ୍ରୃକ୍ତ ଥିବା ତିନି ଜଣ ଗଞ୍ଜେଇ ମାଫିଆ ମାନଙ୍କୁ ଗିରଫ କରାଯାଇଛି। ଗିରଫ ମାଫିଆ ମାନେ ହେଲେ ପଡ଼ି ପାଙ୍ଗା ଗ୍ରାମ ର ସୁମନ୍ତ କହଁର (୨୦) ପିତବାସ କହଁର (୪୦) ଏବଂ ଲତମ ପଦର ଗ୍ରାମ ର କୁମର ବେହେରା (୪୫) ବୋଲି ପୋଲିସ ସୂଚନା ଦେଇଛି ।ତେବେ ଉକ୍ତ ତିନି ଜଣ ମାଫିଆ ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ୬୪/୨୦୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର