ଅନ୍ୟପାଇଁ ଅନୁକରଣୀୟା ବିମଳା

The Sakala Picture
Published On

ସୁନ୍ଦରଗଡ଼ : ଦିନେ ସେ ବି ଘାଣ୍ଟି ହୋଇଥିଲେ କରୋନା ଜାଲରେ। କରୋନାର ତାଡ଼ନା ତାଙ୍କୁ ବି ବିଚଳିତ କରିଥିଲା କିଛି ଦିନ ପାଇଁ। ସେ ବି ଅନ୍ୟମନସ୍କ ହୋଇ ପଡ଼ିଥିଲେ ଏଥିରୁ ମୁକୁଳିବାର ରାସ୍ତା ଖୋଜି ଖୋଜି। ଆଉ ଆଜି ସେ କରୋନା ଯୁଦ୍ଧରେ ବିଜୟିନୀ। କେବଳ କରୋନାରୁ ଯେ ମୁକୁଳିଛନ୍ତି ତା ନୁହେଁ; ବରଂ ତାଙ୍କ ଭଳି ଶହ ଶହ ଲୋକଙ୍କୁ କରୋନା କବଳରୁ ମୁକୁଳାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ବି ହୋଇଛନ୍ତି। ଏମିତି […]

ସୁନ୍ଦରଗଡ଼ : ଦିନେ ସେ ବି ଘାଣ୍ଟି ହୋଇଥିଲେ କରୋନା ଜାଲରେ। କରୋନାର ତାଡ଼ନା ତାଙ୍କୁ ବି ବିଚଳିତ କରିଥିଲା କିଛି ଦିନ ପାଇଁ। ସେ ବି ଅନ୍ୟମନସ୍କ ହୋଇ ପଡ଼ିଥିଲେ ଏଥିରୁ ମୁକୁଳିବାର ରାସ୍ତା ଖୋଜି ଖୋଜି। ଆଉ ଆଜି ସେ କରୋନା ଯୁଦ୍ଧରେ ବିଜୟିନୀ। କେବଳ କରୋନାରୁ ଯେ ମୁକୁଳିଛନ୍ତି ତା ନୁହେଁ; ବରଂ ତାଙ୍କ ଭଳି ଶହ ଶହ ଲୋକଙ୍କୁ କରୋନା କବଳରୁ ମୁକୁଳାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ବି ହୋଇଛନ୍ତି। ଏମିତି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‍ର ଅଙ୍ଗନବାଡ଼ି ଦିଦି ବିମଳା ଲାକ୍ରା। ୪୬ ବର୍ଷୀୟ ବିମଳା ନିଜେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ ବି ଅନ୍ୟର ହାତ ଛାଡ଼ି ନାହାଁନ୍ତି। ମୁଖ୍ୟମନ୍ତ୍ରୀଙ୍କ କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧା ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ଚେଷ୍ଟା କରୁଥିବା ବିମଳାଙ୍କ କର୍ମନିଷ୍ଠତା ହିଁ ତାଙ୍କୁ ଅନ୍ୟ ପାଖେ ସ୍ୱତନ୍ତ୍ର କରିଛି। ଦିନ ରାତି ଲୋକଙ୍କ ସେବାରେ କାମ କରୁ କରୁ ମେ’ ୧ ତାରିଖରେ ସେ ନିଜେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

ପରେ ନିଜକୁ ଘରୋଇ ସଙ୍ଗରୋଧ ଭାବେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ନେଇଥିଲେ। ଏସବୁ ଭିତରେ ବି ସେ ସଙ୍ଗରୋଧରେ ଥାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବାକୁ ଭୁଲି ନ ଥିଲେ। ୧୭ ତାରିଖରେ ଗୃହ ସଙ୍ଗରୋଧରୁ ମୁକୁଳିବା ପରେ ନିମୋନିଆରେ ବି ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଶରୀର ସାମାନ୍ୟ ଦୁର୍ବଳ ହୋଇ ପଡ଼ିଛି; ହେଲେ ସେ ମନୋବଳ ଭାଙ୍ଗି ନାହାଁନ୍ତି। ବିଭାଗୀୟ ଅଧିକାରୀମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଉଥିଲେ ହେଁ ଘରୁ ପଦାକୁ ବାହାରିଛନ୍ତି।
ନିଜ ଅଙ୍ଗନବାଡ଼ି କେନ୍ଦ୍ର ଅଞ୍ଚଳରେ ଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରିବା ସହ ଅମ୍ଳଜାନ ସ୍ତର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିଜ ଅଞ୍ଚଳର ସାଥି ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କୁ ଏହି ଯୁଦ୍ଧରେ ସମ୍ମୁଖ ଯୋଦ୍ଧା ହେବାକୁ ଉତ୍ସାହିତ ଓ ପ୍ରେରିତ ବି କରୁଛନ୍ତି। ନିଜେ କରୋନା ବିଜୟିନୀ ଭାବେ ଲୋକଙ୍କୁ ସଚେତନ କରି ମନୋବଳ ବଢ଼ାଉଛନ୍ତି। ଅନୁସୂଚୀତ ଜନଜାତି ବର୍ଗର ଅଙ୍ଗନବାଡ଼ି ଦିଦି ବିମଳା ମାତ୍ର ୩୪ ବର୍ଷ ବୟସରେ ନିଜ ସ୍ୱାମୀଙ୍କୁ ହରାଇ ବୈଧବ୍ୟ ଯନ୍ତ୍ରଣା ଭୋଗି ଆସୁଛନ୍ତି। କମ୍‌ ଦରମା ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିବାରୁ ପାର୍ଶ୍ବ ବ୍ୟବସାୟ ଭାବେ ଘରେ ଏକ ଛୋଟିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି।

ଗତ ବର୍ଷ ମଇ ୧୭ ତାରିଖରେ ପିତକୋଷରେ ଷ୍ଟୋନ୍‌ ଅପରେସନ ଓ ନଭେମ୍ବର ମାସରେ ହାର୍ଟ ବ୍ଲକେଜର ସମ୍ମୁଖୀନ ହୋଇଥିଲେ ହେଁ ସେ କରୋନା ଲଢ଼େଇରେ ସକ୍ରିୟ ରହିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ କେବେ ବି ହାର୍‍ ମାନି ନାହାନ୍ତି।
ବିମଳାଙ୍କ ଅଙ୍ଗନବାଡ଼ି କେନ୍ଦ୍ର ଅଧୀନରେ ୨ଟି ଓାର୍ଡରେ ୪୬୮ ଜଣ ଆଦିବାସୀ, ୧୨୯ ଜଣ ହରିଜନ ତଥା ୮ ଜଣ ଅନ୍ୟାନ୍ୟ ବର୍ଗର ଲୋକ ରହିଛନ୍ତି। ଏମାନଙ୍କ ବ୍ୟତୀତ ବିମଳା ନିଜେ ସମଗ୍ର ଗାଁର ୬ଟି ଓାର୍ଡରେ ପ୍ରଥମ ଲହରରୁ କରୋନା ପାଇଁ କାମ କରି ଆସୁଛନ୍ତି। ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ଏବଂ ସ୍ଥାନୀୟ ଆଶା ଦିଦିଙ୍କୁ ନେଇ ସେ ସମସ୍ତ ଓାର୍ଡର ଲୋକଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, କୋଭିଡ୍‌ ନିୟମର ଅନୁପାଳନ ପାଇଁ ସଚେତନ କରି କରୁଛନ୍ତି। ଏପରିକି ବିଭିନ୍ନ ଟିଏମସିକୁ ଯାଇ ଲୋକଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାର ଭଲ ମନ୍ଦ ବୁଝିଛନ୍ତି। ଗରିବ ଲୋକଙ୍କ ପାଇଁ ମାଗଣାରେ ମାସ୍କ ଯୋଗାଇ ଦେଉଛନ୍ତି। ବାସ୍ତବିକ ବିମଳାଙ୍କ ଭଳି କିଛଇ ବ୍ୟକ୍ତିତ୍ୱ ହିଁ କରୋନା କାଳରେ ଅନ୍ୟ ପାଇଁ ଉଦାୟରଣୀୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର