ସରକାରୀ ହଷ୍ଟେଲ ନିର୍ମାଣରେ ଟଙ୍କା ହଡ଼ପ ମାମଲା: ଦୁଇ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୩୪ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କୋଠା ନିର୍ମାଣ କରିଥିବା ଠିକା ସଂସ୍ଥାର ଦୁଇ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଇଞ୍ଜିନିୟରମାନେ ହେଲେ ସୌରଭ ଦେ ଓ ସପ୍ତର୍ଷି ଗୋସ୍ବାମୀ । ଦୁଇ ଇଞ୍ଜିନିୟର, ହଷ୍ଟେଲ ନିର୍ମାଣ କାର୍ଯ୍ୟର ଯାଞ୍ଚ ନକରି ଠିକାଦାରଙ୍କୁ ବିଲ୍ ପାସ କରାଇଥିଲେ। ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ […]
ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୩୪ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କୋଠା ନିର୍ମାଣ କରିଥିବା ଠିକା ସଂସ୍ଥାର ଦୁଇ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଇଞ୍ଜିନିୟରମାନେ ହେଲେ ସୌରଭ ଦେ ଓ ସପ୍ତର୍ଷି ଗୋସ୍ବାମୀ । ଦୁଇ ଇଞ୍ଜିନିୟର, ହଷ୍ଟେଲ ନିର୍ମାଣ କାର୍ଯ୍ୟର ଯାଞ୍ଚ ନକରି ଠିକାଦାରଙ୍କୁ ବିଲ୍ ପାସ କରାଇଥିଲେ। ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ। ହଷ୍ଟେଲ ନିର୍ମାଣରେ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବରୁ କଣ୍ଟ୍ରାକ୍ଟର ବାପା ଓ ପୁଅଙ୍କୁ ଗିରଫ କରିସାରିଛି ଭିଜିଲାନ୍ସ। ଅନ୍ୟପଟେ ଆଜି ଏହି ମାମଲାରେ ଠିକା କମ୍ପାନିର ଭୁବନେଶ୍ବର ଅଫିସ ଓ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ।