ଆଖିବୁଜି ମୃଦଙ୍ଗ ମାଡ଼, ଭକ୍ତିରେ ବିଲୀନ ଶିଶୁ । ମୃଦଙ୍ଗ ବଜାଇ ଭାଇରାଲ ହେଉଛନ୍ତି ଏହି କୁନି କଳାକାର….

The Sakala Picture
Published On

ବଲାଙ୍ଗୀର : ନାଇକେନସିରା ଗାଁ ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଳାସନ ବାରିକ । ତାଳଲୟରେ ତାଙ୍କର ଦାଖଲ, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ଅଜାର ଦାସକାଠିଆ ତାଳେ ତାଳେ କାନ୍ଧରେ ମୃଦଙ୍ଗ ପକାଇ ବଜାଇ ଚାଲନ୍ତି ମନପ୍ରାଣ ଦେଇ । ତାଳରେ ବଜାଇବା ସହ ମୁହଁରେ ସୁନ୍ଦର ଠାଣି। ଏଭଳି ମୃଦଙ୍ଗ ବଜାଇ ଏବେ ଭାଇରାଲ ହୋଇଛନ୍ତି କୁନି ମୃଦଙ୍ଗ ବାଦକ। ଏବେ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ। କୁନି ମୃଦଙ୍ଗ […]

ବଲାଙ୍ଗୀର : ନାଇକେନସିରା ଗାଁ ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଳାସନ ବାରିକ । ତାଳଲୟରେ ତାଙ୍କର ଦାଖଲ, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ଅଜାର ଦାସକାଠିଆ ତାଳେ ତାଳେ କାନ୍ଧରେ ମୃଦଙ୍ଗ ପକାଇ ବଜାଇ ଚାଲନ୍ତି ମନପ୍ରାଣ ଦେଇ । ତାଳରେ ବଜାଇବା ସହ ମୁହଁରେ ସୁନ୍ଦର ଠାଣି। ଏଭଳି ମୃଦଙ୍ଗ ବଜାଇ ଏବେ ଭାଇରାଲ ହୋଇଛନ୍ତି କୁନି ମୃଦଙ୍ଗ ବାଦକ। ଏବେ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ। କୁନି ମୃଦଙ୍ଗ ବାଦକ ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ନାଇକେନସିରା ଗାଁର।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ୩ ଦିନ ପରେ ଉଦ୍ଧାର ହେଲେ ନିଖୋଜ ଛାତ୍ର: ମାଡ଼ ମାରିବାର ଭିଡିଓ ହୋଇଥିଲା ଭାଇରାଲ

ଚାରି ବର୍ଷର ଏହି ବିସ୍ମୟ ବାଳକ ମୃଦଙ୍ଗ ବଜାଇବାରେ ପୁରା ପାରଙ୍ଗମ। ଏମିକି କୌଣସି ତାଳ ନାହିଁ ଯେଉଁଥିରେ ବ୍ଲାସନ୍‌ ମୃଦଙ୍ଗ ବଜାଇ ପାରିବେ ନାହିଁ। ବ୍ଲାସନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସ ମାନେ ମଧ୍ୟ ଏତେ ଛୋଟ ବୟସରୁ ତାଙ୍କ ବିସ୍ମୟତାକୁ ପ୍ରଶଂସା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଲୋକଙ୍କ ସରକାର ଏବେ ରାଜ୍ୟବାସୀଙ୍କ ପାଇଁ କାଳ: ବିଜେଡି

ବ୍ଲାସନ ତାଙ୍କ ଅଜାଙ୍କ ଠାରୁ ମୃଦଙ୍ଗ ବଜାଇବାର କଳା ଶିଖିଥିବା ଜଣାପଡ଼ିଥିବା ବେଳେ ଭିଡ଼ିଓରେ ତାଙ୍କ ଅଜା ଦାସ କାଠିଆ ବଜାଉଛନ୍ତି ଏହି ଚାରି ବର୍ଷର କୁନି ପିଲା ମୃଦଙ୍ଗ ବଜାଉଛନ୍ତି। ମୃଦଙ୍ଗ ବଜାଇବା ସମୟରେ କୁନି ପିଲାଟିର ଭାବଭଙ୍ଗୀ ନିଆରା ରହିଛି। ମୃଦଙ୍ଗ ଧୁନର ତାଳେ ତାଳେ ତାଙ୍କ ପାଦ ବି ପଡ଼ୁଛି। ବଡ଼ ବଡ଼ ବାଦ୍ୟକାରଙ୍କ ପରି ଭାବଭଙ୍ଗୀ କରି ନାଚି ନାଚି ବାଦ୍ୟ ବଜାଉଛନ୍ତି ବାଲାଙ୍ଗୀରର ଏହି କୁନି କଳାକାର ବ୍ଲେସନ ବାରିକ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ଶିକ୍ଷା ମନ୍ତ୍ରୀଙ୍କ ବୈଠକ: ଶିକ୍ଷା କ୍ଷେତ୍ରରେ 'ମାନବିକତା ପ୍ରଥମ' ଆଭିମୁଖ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଗୁରୁତ୍ୱ

30 May 2021 By The Sakala

ଆଖିବୁଜି ମୃଦଙ୍ଗ ମାଡ଼, ଭକ୍ତିରେ ବିଲୀନ ଶିଶୁ । ମୃଦଙ୍ଗ ବଜାଇ ଭାଇରାଲ ହେଉଛନ୍ତି ଏହି କୁନି କଳାକାର….

ବଲାଙ୍ଗୀର : ନାଇକେନସିରା ଗାଁ ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଳାସନ ବାରିକ । ତାଳଲୟରେ ତାଙ୍କର ଦାଖଲ, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ଅଜାର ଦାସକାଠିଆ ତାଳେ ତାଳେ କାନ୍ଧରେ ମୃଦଙ୍ଗ ପକାଇ ବଜାଇ ଚାଲନ୍ତି ମନପ୍ରାଣ ଦେଇ । ତାଳରେ ବଜାଇବା ସହ ମୁହଁରେ ସୁନ୍ଦର ଠାଣି। ଏଭଳି ମୃଦଙ୍ଗ ବଜାଇ ଏବେ ଭାଇରାଲ ହୋଇଛନ୍ତି କୁନି ମୃଦଙ୍ଗ ବାଦକ। ଏବେ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ। କୁନି ମୃଦଙ୍ଗ ବାଦକ ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ନାଇକେନସିରା ଗାଁର।

ଚାରି ବର୍ଷର ଏହି ବିସ୍ମୟ ବାଳକ ମୃଦଙ୍ଗ ବଜାଇବାରେ ପୁରା ପାରଙ୍ଗମ। ଏମିକି କୌଣସି ତାଳ ନାହିଁ ଯେଉଁଥିରେ ବ୍ଲାସନ୍‌ ମୃଦଙ୍ଗ ବଜାଇ ପାରିବେ ନାହିଁ। ବ୍ଲାସନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସ ମାନେ ମଧ୍ୟ ଏତେ ଛୋଟ ବୟସରୁ ତାଙ୍କ ବିସ୍ମୟତାକୁ ପ୍ରଶଂସା କରୁଛନ୍ତି।

ବ୍ଲାସନ ତାଙ୍କ ଅଜାଙ୍କ ଠାରୁ ମୃଦଙ୍ଗ ବଜାଇବାର କଳା ଶିଖିଥିବା ଜଣାପଡ଼ିଥିବା ବେଳେ ଭିଡ଼ିଓରେ ତାଙ୍କ ଅଜା ଦାସ କାଠିଆ ବଜାଉଛନ୍ତି ଏହି ଚାରି ବର୍ଷର କୁନି ପିଲା ମୃଦଙ୍ଗ ବଜାଉଛନ୍ତି। ମୃଦଙ୍ଗ ବଜାଇବା ସମୟରେ କୁନି ପିଲାଟିର ଭାବଭଙ୍ଗୀ ନିଆରା ରହିଛି। ମୃଦଙ୍ଗ ଧୁନର ତାଳେ ତାଳେ ତାଙ୍କ ପାଦ ବି ପଡ଼ୁଛି। ବଡ଼ ବଡ଼ ବାଦ୍ୟକାରଙ୍କ ପରି ଭାବଭଙ୍ଗୀ କରି ନାଚି ନାଚି ବାଦ୍ୟ ବଜାଉଛନ୍ତି ବାଲାଙ୍ଗୀରର ଏହି କୁନି କଳାକାର ବ୍ଲେସନ ବାରିକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର