ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡ଼ିଶା ପୁଲିସ, ବଢ଼ିବ ଦଣ୍ଡ ବିଧାନ ହାର କମିବ ଅପରାଧ

The Sakala Picture
Published On

ଭୁବନେଶ୍ବର: ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଅପରାଧର ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଯୌନ ଶୋଷଣର ଶିକାର ହେବା ପରେ ଜଣେ ପିଡିତାଙ୍କୁ କିଭଳି ଦିଆଯାଇପାରିବ ତ୍ୱରିତ ନ୍ୟାୟ। ପୁଲିସ ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଆରମ୍ଭ ହୋଇଛି ଟ୍ରେନିଂ ସେସନ । ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ । ଇନଭେଷ୍ଟିଗେସନ ଅଫିସର ପଢିଲେ ଫରେନସିକ ଟେକ୍ନିକ । POCSO ଓ […]

ଭୁବନେଶ୍ବର: ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଅପରାଧର ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଯୌନ ଶୋଷଣର ଶିକାର ହେବା ପରେ ଜଣେ ପିଡିତାଙ୍କୁ କିଭଳି ଦିଆଯାଇପାରିବ ତ୍ୱରିତ ନ୍ୟାୟ। ପୁଲିସ ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଆରମ୍ଭ ହୋଇଛି ଟ୍ରେନିଂ ସେସନ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ । ଇନଭେଷ୍ଟିଗେସନ ଅଫିସର ପଢିଲେ ଫରେନସିକ ଟେକ୍ନିକ । POCSO ଓ JJ ମାମଲାରେ ଖସି ପାରିବେନି ଅଭିଯୁକ୍ତ । ବଢିବ ଦଣ୍ଡବିଧାନ ହାର, କମିବ ଘୃଣ୍ୟ କାର୍ଯ୍ୟ । ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଶୋଷଣ ଘଟଣାରେ ଆଖିଦୃଶିଆ ଦଣ୍ଡବିଧାନ ହେଉନି। ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଓ ଗଳାବାଟ ରହୁଥିବାରୁ ୬୬ ପ୍ରତିଶତ କେସରେ ଖସିଯାଉଛନ୍ତି ଅଭିଯୁକ୍ତ । ଏସବୁକୁ ଦୃଷ୍ଟିରେ ରଖି ୟୁନିସେଫ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ସମ୍ପର୍କୀୟ ଏକ ଟ୍ରେନିଂ ସେସନ ଆରମ୍ଭ ହୋଇଛି । ତଦନ୍ତକାରୀ ଅଧିକାରୀଙ୍କୁ ପୋକ୍ସୋ, ଜୁଭେନାଇଲ ଜଷ୍ଟିସ, ଡିଏନଏ ଏଭିଡେନ୍ସ ସମ୍ପର୍କୀୟ ଗୁରୁମନ୍ତ୍ର ଦେଇଛନ୍ତି ଡିଜିପି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଫରେନସିକ ଇନଭେଷ୍ଟିଗେସନ ବେଳେ ସାକ୍ଷୀକୁ କିଭଳି ସୁରକ୍ଷା ଦିଆଯାଇପାରିବ ସେ ନେଇ ଆଲୋଚନା ହୋଇଛି । ସାଂପ୍ରତିକ ପରିସ୍ଥିତିରେ ଚିହ୍ନା ଜଣା ତଥା ନିକଟ ସମ୍ପର୍କୀୟମାନଙ୍କ ଦ୍ବାରା ଶିଶୁ ଓ ମହିଳା ଅପେକ୍ଷାକୃତ ଭାବେ ଯୌନ ଶୋଷରର ଶିକାର ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଲୋକ ଲଜ୍ଜା ଭୟରେ ଅନେକ ଘଟଣା ପଦାକୁ ଆସିପାରୁ ନାହିଁ । ନାର୍କୋ ଆନାଲିସିସ୍, ପଲିଗ୍ରାଫ, ବ୍ରେନ ଫିଙ୍ଗର ପ୍ରିଣ୍ଟିଙ୍ଗ ସହ ସସପେକ୍ଟ ଡିଟେକ୍ଟ ସିଷ୍ଟମରେ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ ଦିଗରେ ଗୁରୁତ୍ୱାରୋପ କରାଯାଇଛି । ସେହିପରି କ୍ରାଇମ ସିନ୍ ରିକ୍ରିଏସନ ବେଳେ ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝାଇଥିଲେ ଏକ୍ସପର୍ଟ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର