ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଓସେପା ୱେବ ସାଇଟ ବ୍ୟତୀତ ଅନ୍ୟ କୌଣସି ୱେବ ସାଇଟକୁ ଫଲୋ ନକରିବାକୁ ପରାମର୍ଶ

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଖୁବ୍‌‌ଶୀଘ୍ର ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ। ଏନେଇ ଗତକାଲି ଗେଜେଟ୍‌‌ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଚୁକ୍ତିଭିତ୍ତିକ(କଣ୍ଟ୍ରାକଚୁଆଲ୍‌‌) ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିବାବେଳେ ଶିକ୍ଷକମାନେ ଏଣିକି ଯୋଜନା ଭିତ୍ତିକ(ସ୍କିମାଟିକ୍‌‌) ଅଧାରରେ ନିଯୁକ୍ତି ପାଇବେ। ୨୦ ହଜାର ପୋଷ୍ଟ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ । ୨୦୧୬ରେ ନିଯୁକ୍ତି ବନ୍ଦ ଥିଲା । ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି। ଆଶା କରୁଛୁ ବିନା ବାଧା ବିଘ୍ନରେ […]

ଭୁବନେଶ୍ବର: ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଖୁବ୍‌‌ଶୀଘ୍ର ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ। ଏନେଇ ଗତକାଲି ଗେଜେଟ୍‌‌ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଚୁକ୍ତିଭିତ୍ତିକ(କଣ୍ଟ୍ରାକଚୁଆଲ୍‌‌) ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିବାବେଳେ ଶିକ୍ଷକମାନେ ଏଣିକି ଯୋଜନା ଭିତ୍ତିକ(ସ୍କିମାଟିକ୍‌‌) ଅଧାରରେ ନିଯୁକ୍ତି ପାଇବେ। ୨୦ ହଜାର ପୋଷ୍ଟ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ । ୨୦୧୬ରେ ନିଯୁକ୍ତି ବନ୍ଦ ଥିଲା । ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି। ଆଶା କରୁଛୁ ବିନା ବାଧା ବିଘ୍ନରେ ଆମେ ଏହି ପ୍ରକ୍ରିୟା ଶେଷ କରିବୁ । ବିଜ୍ଞପ୍ତି ଅନୁଯାୟୀ ସମସ୍ତ ପ୍ରକ୍ରିୟା କରାଯିବ । ଯୋଜନା ଭିତ୍ତିକ ନିଯୁକ୍ତି ହେବ। ଆମ ସରକାରଙ୍କ ପକ୍ଷରୁ କୋହଳ କରାଯାଇଛିକି ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ରେଗୁଲାର କରିବାର ନିଷ୍ପତ୍ତି ନିଆଯାଇଛି। ରେଗୁଲାର କରାଯିବ କିନ୍ତୁ କେଉଁ ପ୍ରକ୍ରିୟାରେ ସେମାନେ ରେଗୁଲାର ହେବେ ତାହା ବିଜ୍ଞପ୍ତିରେ ପ୍ରକାଶ ପାଇବ। ନିଯୁକ୍ତି ସମ୍ପର୍କରେ ଆବେଦନକାରୀ କେବଳ ଓସେପା ୱେବ ସାଇଟରୁ ହିଁ ତଥ୍ୟ ନିଅନ୍ତୁ । ଅନ୍ୟ କୌଣସି ୱେବ ସାଇଟକୁ ଫଲୋ କରନ୍ତୁ ନାହିଁ ବୋଲି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍ ଅପିଲ କରିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସୂଚନା ଅନୁଯାୟୀ, କନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆସନ୍ତା ମାସରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ପରିବର୍ତ୍ତିତ ନିଷ୍ପତ୍ତିକୁ ଆଧାର କରି ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ ହେବ। ସେହିଭଳି ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ମଧ୍ୟ ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯିବ। ତେବେ ଏ ସମସ୍ତ ମାନଦଣ୍ଡକୁ ଭିତ୍ତିକରି ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତବର୍ଷ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ବିଭାଗସ୍ତରରେ ନିଷ୍ପତ୍ତି ହୋଇଥିବା ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

23 Aug 2023 By The Sakala

ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଓସେପା ୱେବ ସାଇଟ ବ୍ୟତୀତ ଅନ୍ୟ କୌଣସି ୱେବ ସାଇଟକୁ ଫଲୋ ନକରିବାକୁ ପରାମର୍ଶ

ଭୁବନେଶ୍ବର: ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଖୁବ୍‌‌ଶୀଘ୍ର ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ। ଏନେଇ ଗତକାଲି ଗେଜେଟ୍‌‌ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଚୁକ୍ତିଭିତ୍ତିକ(କଣ୍ଟ୍ରାକଚୁଆଲ୍‌‌) ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିବାବେଳେ ଶିକ୍ଷକମାନେ ଏଣିକି ଯୋଜନା ଭିତ୍ତିକ(ସ୍କିମାଟିକ୍‌‌) ଅଧାରରେ ନିଯୁକ୍ତି ପାଇବେ। ୨୦ ହଜାର ପୋଷ୍ଟ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ । ୨୦୧୬ରେ ନିଯୁକ୍ତି ବନ୍ଦ ଥିଲା । ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି। ଆଶା କରୁଛୁ ବିନା ବାଧା ବିଘ୍ନରେ ଆମେ ଏହି ପ୍ରକ୍ରିୟା ଶେଷ କରିବୁ । ବିଜ୍ଞପ୍ତି ଅନୁଯାୟୀ ସମସ୍ତ ପ୍ରକ୍ରିୟା କରାଯିବ । ଯୋଜନା ଭିତ୍ତିକ ନିଯୁକ୍ତି ହେବ। ଆମ ସରକାରଙ୍କ ପକ୍ଷରୁ କୋହଳ କରାଯାଇଛିକି ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ରେଗୁଲାର କରିବାର ନିଷ୍ପତ୍ତି ନିଆଯାଇଛି। ରେଗୁଲାର କରାଯିବ କିନ୍ତୁ କେଉଁ ପ୍ରକ୍ରିୟାରେ ସେମାନେ ରେଗୁଲାର ହେବେ ତାହା ବିଜ୍ଞପ୍ତିରେ ପ୍ରକାଶ ପାଇବ। ନିଯୁକ୍ତି ସମ୍ପର୍କରେ ଆବେଦନକାରୀ କେବଳ ଓସେପା ୱେବ ସାଇଟରୁ ହିଁ ତଥ୍ୟ ନିଅନ୍ତୁ । ଅନ୍ୟ କୌଣସି ୱେବ ସାଇଟକୁ ଫଲୋ କରନ୍ତୁ ନାହିଁ ବୋଲି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍ ଅପିଲ କରିଛନ୍ତି।

ସୂଚନା ଅନୁଯାୟୀ, କନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆସନ୍ତା ମାସରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ପରିବର୍ତ୍ତିତ ନିଷ୍ପତ୍ତିକୁ ଆଧାର କରି ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ ହେବ। ସେହିଭଳି ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ମଧ୍ୟ ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯିବ। ତେବେ ଏ ସମସ୍ତ ମାନଦଣ୍ଡକୁ ଭିତ୍ତିକରି ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତବର୍ଷ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ବିଭାଗସ୍ତରରେ ନିଷ୍ପତ୍ତି ହୋଇଥିବା ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର