ଖୋର୍ଦ୍ଧାରେ ୫ଟି ସଚିବ: ଲୋକଙ୍କ ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ପ୍ରତିଶୃତି ଦେଲେ

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧାରେ ୫ଟି ସଚିବ ଭିକେ ପାଣ୍ଡିଆନ । ଦୁଇ ଦିନିଆ ଖୋର୍ଦ୍ଧା ଗସ୍ତର ଆଜି ତାଙ୍କର ପ୍ରଥମ ଦିନ । ପ୍ରଥମ ଦିନରେ ସେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଖୋର୍ଦ୍ଧା ଏବଂ ନାଚୁଣୀରେ ପହଞ୍ଚି ଜନ ଶୁଣାଣି କରିବାକ କାଯ୍ୟକ୍ରମ ରହିଛି। ଖୋର୍ଦ୍ଧା ସହର ହାବେଳୀ ପଡିଆରେ ପହଞ୍ଚିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ତାଙ୍କୁ ମାଆ ମାନେ ହୁଳହୁଳି ଓ ପୁଷ୍ପ ବର୍ଷା କରି ସ୍ୱାଗତ କରିଥିଲେ। ତା ପରେ ସାଧାରଣ ସଭାକୁ […]

ଖୋର୍ଦ୍ଧା: ଖୋର୍ଦ୍ଧାରେ ୫ଟି ସଚିବ ଭିକେ ପାଣ୍ଡିଆନ । ଦୁଇ ଦିନିଆ ଖୋର୍ଦ୍ଧା ଗସ୍ତର ଆଜି ତାଙ୍କର ପ୍ରଥମ ଦିନ । ପ୍ରଥମ ଦିନରେ ସେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଖୋର୍ଦ୍ଧା ଏବଂ ନାଚୁଣୀରେ ପହଞ୍ଚି ଜନ ଶୁଣାଣି କରିବାକ କାଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଖୋର୍ଦ୍ଧା ସହର ହାବେଳୀ ପଡିଆରେ ପହଞ୍ଚିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ତାଙ୍କୁ ମାଆ ମାନେ ହୁଳହୁଳି ଓ ପୁଷ୍ପ ବର୍ଷା କରି ସ୍ୱାଗତ କରିଥିଲେ। ତା ପରେ ସାଧାରଣ ସଭାକୁ ଆସି ସେ ଉପସ୍ଥିତ ମିଶନ ଶକ୍ତି ମାଆ, ସ୍ଥାନୀୟ ଲୋକ ଓ ଅନେକ ଗୋଷ୍ଠୀର ପ୍ରତିନିଧିମାନଙ୍କ ପାଖକୁ ଯାଇ ହାତ ମିଶାଇବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ସମସ୍ତଙ୍କ ସହ ସେଲ୍ଫି ବି ନେଇଥିଲେ। ଅନେକ ମହିଳା ବି ରାକ୍ଷୀ ମଧ୍ୟ ବାନ୍ଧିଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଜୟ ଜଗନ୍ନାଥ ସମସ୍ତଙ୍କୁ ନମସ୍କାର କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ବୀର ପାଇକ ମାଟିକୁ ପ୍ରଣାମ ଜଣାଇଥିଲେ। ପାଇକର ଉନ୍ନତି ପାଇଁ ଯାହା ପ୍ରସ୍ତାବ ଦେଇଛନ୍ତି, ଏକ ସପ୍ତାହ ଭିତରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ। ଖୋର୍ଦ୍ଧା କୋର୍ଟର ଉନ୍ନତି ପାଇଁ ୧୫ ଦିନରେ DPR ପ୍ରସ୍ତୁତ ହେବ ବୋଲି କହିଛନ୍ତି ୫ଟି ସଚିବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଜଗନ୍ନାଥ ଜମି ସମସ୍ୟା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏଥିପାଇଁ ମଦ୍ୟ ବୈଠକ ବସିଛି। ମୁଖ୍ୟମନ୍ତ୍ରୀ ଏହା ସମାଧାନ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ମତେ ପଠାଇଛନ୍ତି। ଆମେ ୪୧୦ ଦରଖାସ୍ତ ପାଇଛୁ। ପ୍ରତି ଦରଖାସ୍ତ ଦେଖା ଯିବ। ମାସେ ପରେ ଚିଠି ପାଇବେ। ଏହି ଦରଖାସ୍ତ ନେଇ ସମାଧାନ ହେଲା କି କାହିଁକି ହେଲାନି, ଚିଠିରେ ଲେଖା ହୋଇଥିବ। ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫିଡ଼ବ୍ୟାକ ପାଇଁ ଫୋନ କଲ ଯିବ। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆଜିଠାରୁ ୭ ଦିନ ମାନେ ୨୯ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ପାଇବେ।

ଯେଉଁ ଟଙ୍କା ଏକ ସପ୍ତାହ ଭିତରେ ମୁଖ୍ୟମନ୍ତ୍ରୀ ପଠାଇବେ, ତା ପାଇଁ ବହୁତ କାମ କରିବାକୁ ପଡିବ। ତେଣୁ ସବୁର ଯାଞ୍ଚ ହେବ। ଆପଣ ମାନଙ୍କୁ ଅନୁରୋଧ, ଏହା ରାଜ୍ୟବାସୀଙ୍କ ଟଙ୍କା। ତେଣୁ ସ୍ୱଛତା ସହ ଖର୍ଚ୍ଚ କରିବେ। ନିଜ ପାଇଁ ଯେମିତି ଭଲ ଘର କରୁଛୁ। ସେହପରି ସରକାରୀ କାମକୁ ନିଜର କାମ ଭାବି କମ ଟଙ୍କାରେ ଭଲ କାମ କରନ୍ତୁ। ତେବେ ମୁଖ୍ୟମନ୍ତ୍ରୀ ଖୁସି ହୋଇ ଦ୍ଵିତୀୟ କିସ୍ତି ଦେବେ। ତା ପରେ ତୃତୀୟ କିସ୍ତି ବି ପାଇବେ। ଭଲ କାନ ନ ହେଲେ ଆଉ କିସ୍ତି ଆସିବ ନାହିଁ। ଆନ୍ତରିକତା ସହ କାମ କଲେ ଓଡ଼ିଶା ଦୌଡିବ ଓ ସଶକ୍ତ ହେବ ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ କହିଥିଲେ।

ମିଶନ ଶକ୍ତି ମାଆ ମାନଙ୍କୁ ୫ଲକ୍ଷ ଯାଏ ବିନା ସୁଧ ଋଣ ମିଳୁଛି। ୨୦୦୦ ମସିହାରୁ ମହିଳା ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଯୋଜନା । ୨୦୦୧ ରୁ ମିଶନ ଶକ୍ତି ଗଠନ, BSKY କୁ ନେଇ ବି ଅବଗତ କରାଇଥିଲେ। ଆଜି ମିଶନ ଶକ୍ତିରେ ୭୦ ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି। ଏହା ଆଉ ସରକାରୀ କାମ ନୁହେଁ, ଏବେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେଲାଣି ବୋଲି କହିଥିଲେ।

ଗତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ୧୬୪୦୦ SHG ୬୫୦ କୋଟି ଋଣ ନେଇଛନ୍ତି । ଏହା ବଡ଼ କଥା । ଏତେ ବଡ଼ ଋଣ ମାନେ ବଡ଼ ରୋଜଗାର।  ଆହୁରି ଅଧିକ ବି କାମ କରିବାକୁ ପଡିବ। ଖୋର୍ଦ୍ଧା ରାଜ୍ୟ ରାଜଧାନୀର ମୁଖ୍ୟଳୟ। CRP, MBK, ମହାସଂଘ ଙ୍କ ଦରମା ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି। ଯେଉଁ ସରକାରୀ ବିଲଡିଂ ଆଉ ବ୍ୟବହାର ହେଉନି, ତାହା ମିଶନ ଶକ୍ତି ଗୃହ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହା ଆପଣ ମାନେ ଚିହ୍ନଟ କରି BDOଙ୍କୁ ଦିଅନ୍ତୁ। ସରକାରୀ କର୍ମଚାରୀ ଏହା ଚିହ୍ନଟ କରି ପାରିବେ ନାହିଁ। ଆପଣ ମାନେ ଗାଁରେ ରହୁଛନ୍ତି। ତେଣୁ ଆପଣ ମାନେ ଚିହ୍ନଟ କରନ୍ତୁ। ଏହାକୁ ମାସେ ଭିତରେ ଟାର୍ଗେଟ ଭାବେ ନେଇ ବିଲଡିଂ ଚିହ୍ନଟ କରନ୍ତୁ। ମାଗଣାରେ ଏହି ମିଶନ ଶକ୍ତି ଗୃହ ମିଳିବ।

ଗରିବଙ୍କୁ ସ୍ଵାସ୍ଥ୍ୟଗତ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY କାର୍ଡ ଦେଇଛନ୍ତି।  ଖୋର୍ଦ୍ଧାର ସବୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଗତକାଲି ୫ଟି ରେ ସାମିଲ କରିଛନ୍ତି। ରୂପାନ୍ତର ପାଇଁ ୧୦୮ କଲେଜରେ ୬୦ କୋଟି  ଟଙ୍କା ଖର୍ଚ୍ଚ ହେବ। ୨୩୩ କୋଟି ଟଙ୍କା ବେୟରେ ପିଇବା ପାଣି ବ୍ୟବସ୍ଥା ହୋଇଛି। ୨୦୨୪ ସୁଦ୍ଧା  ଘରେ ଘରେ ପାଇବା ପାଣି ପହଞ୍ଚିବ। ଉଗ୍ରତାର ମନ୍ଦିର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ୧୯ କୋଟି ଅନୁମୋଦନ କରିଛନ୍ତି। ନିରାକାରପୁରରେ ଓଭରବ୍ରିଜ ପାଇଁ ୬୦କୋଟି, ଜଙ୍କିଆ ରଣପୁର ରାସ୍ତା ଉନ୍ନତି ପାଇଁ୧୪ କୋଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁମାନେ ପିଇବା ପାଣି ପାଇଁ ଦରଖାସ୍ତ ଦେଇଛନ୍ତି, ଆଜି ରାତି ସୁଦ୍ଧା ଯନ୍ତ୍ରୀ ଆପଣଙ୍କ ଗାଁରେ ପହଞ୍ଚିବେ। ଦୁଇ ଦିନ ଭିତରେ ସମାଧାନ ପାଇଁ ପଦକ୍ଷେପ ନିଆଯିବ।

ଏହାପରେ ଖୋର୍ଦ୍ଧା ବ୍ଲକରେ ମିଶନ ଶକ୍ତି କାଫେରେ ପହଞ୍ଚିଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ। ସେଠାରେ ଉପସ୍ଥିତ ମହିଳା ମାନଙ୍କ ସହ ହାତ ମିଶାଇଥିଲେ। ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ରାମ ରହିମ ବ୍ଲକ୍ ଲେଭେଲ ଫେଡରେସ ର ସଦସ୍ୟା ମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଥିଲେ। ୫ଟି ସଚିବ ସେଠାରେ ମଧ୍ୟାହ୍ନ ଭୋଜନ ଖାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର