ପୁଞ୍ଜି ଆଣିବାରେ ବଡ଼ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ପୁଞ୍ଜିପତିଙ୍କୁ ଆକୃଷ୍ଠ କରିବା ଏବଂ ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟାନ୍ୱୟନ ଦିଗରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଓଡ଼ିଶା। ପୁଞ୍ଜି ଆଣିବାରେ ଓଡ଼ିଶା ଏବେ ଗୋଟିଏ ପରେ ଗୋଟିଏ ବଡ଼ ରାଜ୍ୟକୁ ପଛରେ ପକାଇବା ଆରମ୍ଭ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ପୁଞ୍ଜିନିବେଶ ପ୍ରସ୍ତାବ ପାଇବାରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ପହଞ୍ଚିଛି। ପ୍ରଥମ ଦୁଇ ସ୍ଥାନରେ ଉତ୍ତର ପ୍ରଦେଶ ଓ ଗୁଜରାଟ ଅଛନ୍ତି। ତେବେ ଓଡ଼ିଶାର ଅଭିବୃଦ୍ଧି ପ୍ରଥମ […]

ଭୁବନେଶ୍ୱର: ପୁଞ୍ଜିପତିଙ୍କୁ ଆକୃଷ୍ଠ କରିବା ଏବଂ ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟାନ୍ୱୟନ ଦିଗରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଓଡ଼ିଶା। ପୁଞ୍ଜି ଆଣିବାରେ ଓଡ଼ିଶା ଏବେ ଗୋଟିଏ ପରେ ଗୋଟିଏ ବଡ଼ ରାଜ୍ୟକୁ ପଛରେ ପକାଇବା ଆରମ୍ଭ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ପୁଞ୍ଜିନିବେଶ ପ୍ରସ୍ତାବ ପାଇବାରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ପହଞ୍ଚିଛି। ପ୍ରଥମ ଦୁଇ ସ୍ଥାନରେ ଉତ୍ତର ପ୍ରଦେଶ ଓ ଗୁଜରାଟ ଅଛନ୍ତି। ତେବେ ଓଡ଼ିଶାର ଅଭିବୃଦ୍ଧି ପ୍ରଥମ ଦୁଇ ସ୍ଥାନରେ ଥିବା ଏହି ରାଜ୍ୟମାନଙ୍କ ଠାରୁ ଢ଼େର ଆଗରେ ରହିଛି। ଓଡ଼ିଶା ପଛକୁ ମହାରାଷ୍ଟ୍ର ୪ର୍ଥ ଏବଂ କର୍ଣ୍ଣାଟକ ୫ମ ସ୍ଥାନରେ ରହିଛନ୍ତି। ୨୦୨୨-୨୩ରେ ଉତ୍ତର ପ୍ରଦେଶ, ଗୁଜରାଟ, ଓଡ଼ିଶା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ୫୭.୨% (୨୦୧୭୦୦ କୋଟି ଟଙ୍କା) ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶ ୨୦୨୨ରେ ୧୨.୮% ପୁଞ୍ଜିନିବେଶ ପ୍ରସ୍ତାବ ପାଇଥିବା ବେଳେ ୨୦୨୩ରେ ୧୬.୨% ପାଇଥିଲା। ସେହିପରି ୨୦୨୨ ଓ ୨୦୨୩ରେ ଗୁଜରାଟ ଯଥାକ୍ରମେ ୧୧.୭% ଏବଂ ୧୪% ପ୍ରସ୍ତାବ ପାଇଥିଲା। ତେବେ ଓଡ଼ିଶା ୨୦୨୨ରେ ମାତ୍ର ୨.୨% ପାଇଥିବା ବେଳେ ଚଳିତ ବର୍ଷରେ ୧୧.୮% ପାଇଛି। ମହାରାଷ୍ଟ୍ର ୨୦୨୨ରେ ୧୬.୨% ଓ ୨୦୨୩ରେ ୭.୯% ଏବଂ କର୍ଣ୍ଣାଟକ ଯଥାକ୍ରମେ ୬.୯% ଓ ୭.୩% ପୁଞ୍ଜିନିବେଶ ପ୍ରସ୍ତାବ ପାଇଛି। ଶେଷ ୫ ରାଜ୍ୟ ମଧ୍ୟରେ ହରିୟାଣା, ଆସାମ, ପଶ୍ଚିମବଙ୍ଗ, କେରଳ ଏବଂ ଗୋଆ ରହିଛନ୍ତି।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ଶିଳ୍ପାୟନ ସହିତ କର୍ମନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ହେତୁ ଏହି ସୁଫଳ ମିଳିଛି। ସକାରାତ୍ମ ଶିଳ୍ପ ବାତାବରଣ, ଭିତ୍ତିଭୂମି ନିର୍ମାଣ ସହିତ ଆକର୍ଷଣୀୟ ପ୍ରୋତ୍ସାହନ ବ୍ୟବସ୍ଥା ଓଡ଼ିଶା ପ୍ରତି ନିବେଶକଙ୍କୁ ଆକୃଷ୍ଠ କରୁଛି। ପ୍ରତି ମାସରେ ପ୍ରାୟ ୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରୁଛନ୍ତି। ଶିଳ୍ପ ପାଇଁ ଭିତ୍ତିଭୂମି ନିର୍ମାଣରେ ମଧ୍ୟ ଅବହେଳା କରାଯାଉ ନାହିଁ। ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏକ ନୂଆସ୍ତରକୁ ଯାଇଛି। ମେକ୍‌‌ ଇନ୍‌‌ ଓଡ଼ିଶା ଏବଂ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ନିବେଶକ ସମ୍ମିଳନୀ ଆୟୋଜନ ନୂଆ ସମ୍ଭାବନା ସୃଷ୍ଟି କରିଛି। ତେବେ ବର୍ତ୍ତମାନ ରାଜ୍ୟ ଶିଳ୍ପ ବିଭାଗ ନୂଆ ସମୟର ନୂଆ ଶିଳ୍ପକୁ ପ୍ରାଧାନ୍ୟ ଦେବା ଆରମ୍ଭ କରିଛି। ନୂତନ ଯୁଗର ଶିଳ୍ପଗୁଡିକୁ ଉତ୍ସାହିତ କରିବା ପାଇଁ ରଣନୀତିରେ ପରିବର୍ତ୍ତନ କରାଯାଇଛି ଯାହା ବୃହତ ପରିମାଣର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବିଦ୍ୟୁତ ଯାନ ଉତ୍ପାଦନ, ସବୁଜ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ, ହାର୍ଡୱେର୍‌‌ ଉତ୍ପାଦନ, ପ୍ଲାଷ୍ଟିକ୍‌‌ ଓ ରବର ଆଦି କ୍ଷେତ୍ର ଶିଳ୍ପ ବିକାଶ ଅଭିଯାନରେ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି। ବିଭିନ୍ନ ବର୍ଗର ଶିଳ୍ପଗୁଡିକରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ବ୍ୟବସ୍ଥା ଯୋଗୁ ଏହି କ୍ଷେତ୍ରଗୁଡିକ ଆଗାମୀ ବର୍ଷରେ ବୃହତ ପୁଞ୍ଜି ବିନିଯୋଗର ସମ୍ଭାବନାକୁ ଉଜାଗର କରୁଛି। ବୃହତ ଏବଂ ମଧ୍ୟମ ଶ୍ରେଣୀର ଶିଳ୍ପ ସ୍ଥାପନ ସହିତ ଆନୁଷଙ୍ଗିକ ଶିଳ୍ପ ସମୃଦ୍ଧ ହୋଇପାରିବ। ଏଥିସହ ନିଯୁକ୍ତି, ରାଜସ୍ୱ ଓ ସାମଗ୍ରିକ ଅଭିବୃଦ୍ଧି ଉପରେ ବହୁଗୁଣିତ ପ୍ରଭାବ ପକାଇବ ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି। ଶିଳ୍ପ ନୀତି ଜରିଆରେ ବିଜୁ ଏକ୍ସପ୍ରେସୱେକୁ ଅର୍ଥନୈତିକ କରିଡର ନିର୍ମାଣ କରାଯାଇଛି। ପଣ୍ୟର ସୁପରିବହନ ପାଇଁ ଓଡ଼ିଶା ଲଜିଷ୍ଟିକ୍‌‌ ନୀତି ଅଧୀନରେ ସରକାର ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ଆଇଟି, ଆଇଟିଇଏସ୍‌‌, ପ୍ରସାଧନ, କପଡ଼ା, ମୟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ଇଣ୍ଡଷ୍ଟ୍ରିର ୟୁନିଟ୍‌‌ ପିଛା ନିଯୁକ୍ତି ସଯୋଗ ଅଧିକ ରହିଥିବାରୁ, ଏ ସବୁ କ୍ଷେତ୍ରରୁ ପୁଞ୍ଜିନିବେଶକୁ ବି ଗୁରୁତ୍ୱ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

ଗତବର୍ଷ ଡିସେମ୍ବର ମାସରେ ଆୟୋଜିତ ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ ପୁଞ୍ଜିନିବେଶ ଆଣିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ସେହିପରି ଚଳିତ ବର୍ଷ ଜାପାନ୍‌‌ ଏବଂ ଦୁବାଇରେ ନିବେଶକ ସମ୍ମିଳନୀରେ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଗତ ମାସରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଆମେରିକାର ସିଲିକନ୍‌‌ ଭ୍ୟାଲିରେ ଆୟୋଜିତ ନିବେଶକ ମାନଙ୍କ ସହ ବୈଠକ ବେଶ୍‌‌ ଫଳପ୍ରଦ ହୋଇଛି। ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ର ତୃତୀୟ ସଂସ୍କରଣ ୧୦.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ୧୧ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏଥିମଧ୍ୟରୁ ପ୍ରାୟ ୪୫% ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିପରି ପ୍ରତି ମାସରେ ରାଜ୍ୟ ସରକାରଙ୍କ ସିଙ୍ଗିଲ୍‌‌ ୱିଣ୍ଡୋ କ୍ଲିଅରାନ୍ସ କମିଟି ପ୍ରାୟ ୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରୁଛନ୍ତି।

21 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର