ବଢ଼ୁଛି ହୀରାକୁଦ ଡ୍ୟାମର ଜଳସ୍ତର: ଖୋଲିଲା ଆଉ ୫ଟି ଗେଟ୍, ମୋଟ୍ ୧୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ଆଜି ହୀରାକୁଦରେ ଖୋଲିଛି ଆଉ ୫ଟି ଗେଟ୍ । ବର୍ତ୍ତମାନ ମୋଟ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୧୧ଟି ଏବଂ ଡାହାଣ ପାର୍ଶ୍ବରେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୫୮ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ […]
ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ଆଜି ହୀରାକୁଦରେ ଖୋଲିଛି ଆଉ ୫ଟି ଗେଟ୍ । ବର୍ତ୍ତମାନ ମୋଟ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୧୧ଟି ଏବଂ ଡାହାଣ ପାର୍ଶ୍ବରେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୫୮ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିଭଲି ୨ ଲକ୍ଷ ୨୩ ହଜାର ୬୨୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ଗତକାଲି ଦୁଇଟି ପର୍ଯ୍ୟାୟରେ ଖୋଲିଥିଲା ୧୦ଟି ଗେଟ୍ । ମହାନଦୀର ତଳମୁଣ୍ଡରେ ବନ୍ୟା ବିପଦ ଟଳିଥିବା ବେଳେ ଉପରମୁଣ୍ଡରେ ଓଡ଼ିଶାର ଟେନସନ୍ ବଢାଇଛି ଛତିଶଗଡ଼ । ଛତିଶଗଡ଼ରେ ଗତ ଦୁଇଦିନ ଧରି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସୀମା ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।