ଗୋଟେପଟେ କରୋନା ଅନ୍ୟପଟେ ବାତ୍ୟା : ଘର ଛାଡି ଯିବାକୁ ମଙ୍ଗୁନାହାନ୍ତି ଲୋକେ, ବୁଝାସୁଝା କରି ଅଞ୍ଚଳବାସୀଙ୍କୁ କରାଯାଉଛି ସ୍ଥାନାନ୍ତର

The Sakala Picture
Published On

ବାଲେଶ୍ବର : ଗୋଟିଏପଟେ କରୋନା କଲବଲ କରୁଛି ତ ଅନ୍ୟପଟେ ମାଡିଆସୁଛି ବାତ୍ୟା ୟସ୍‌। ତେବେ ଏହାକୁ ନେଇ ଲେକେ‌ ଭୟଭୀତ ମଧ୍ୟ ଅଛନ୍ତି। ଏପରି ସମୟରେ ବାତ୍ୟାରୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ବାଲେଶ୍ବର ଜିଲ୍ଲା ସମୁଦ୍ରକୂଳ ଅଞ୍ଚଳରୁ ଦୁଇ ଦିନ ଧରି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବିଶେଷକରି ସମୁଦ୍ର କୁଳରେ ଅଧିକାଂଶ ଘର କଚ୍ଚା ଘର ରହିଛି। ସେଥିପାଇଁ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ କଚ୍ଚା ଘରୁ ଆଶୟସ୍ଥଳୀକୁ ନେବା ପାଇଁ […]

ବାଲେଶ୍ବର : ଗୋଟିଏପଟେ କରୋନା କଲବଲ କରୁଛି ତ ଅନ୍ୟପଟେ ମାଡିଆସୁଛି ବାତ୍ୟା ୟସ୍‌। ତେବେ ଏହାକୁ ନେଇ ଲେକେ‌ ଭୟଭୀତ ମଧ୍ୟ ଅଛନ୍ତି। ଏପରି ସମୟରେ ବାତ୍ୟାରୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ବାଲେଶ୍ବର ଜିଲ୍ଲା ସମୁଦ୍ରକୂଳ ଅଞ୍ଚଳରୁ ଦୁଇ ଦିନ ଧରି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବିଶେଷକରି ସମୁଦ୍ର କୁଳରେ ଅଧିକାଂଶ ଘର କଚ୍ଚା ଘର ରହିଛି। ସେଥିପାଇଁ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ କଚ୍ଚା ଘରୁ ଆଶୟସ୍ଥଳୀକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ତେବେ ସଂକ୍ରମଣ ଭୟରେ ଲୋକେ ଘର ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ସେମାନଙ୍କୁ ବୁଝାସୁଝା କରି ଆଶ୍ରୟସ୍ଥଳୀକୁ ପଠାଯାଉଛି। ଏହାର ଉଦାହରଣ ହେଉଛି ଚାନ୍ଦିପୁରର ମିର୍ଜାପୁର ଗ୍ରାମ। ଯାହା ସମୁଦ୍ରର ଅତି ନିକଟରେ ଅବସ୍ଥିତ। ଏହି ଗାଁର ଅଧିକାଂଶ ଲୋକଙ୍କ ଘର କଚ୍ଚା। ତେବେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଗ୍ରାମର ଲୋକଙ୍କୁ ବୁଝାସୁଝା କରି ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଉଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଗୋଟିଏପଟେ ସଂକ୍ରମଣ ଭୟ ଅନ୍ୟପଟେ ଜୀବନ ବଞ୍ଚାଇବାକୁ ନେଇ ପୁଣି ସଂଘର୍ଷ। ଏପରିସ୍ଥିତିରେ ଗ୍ରାମବାସୀ ଘର ଛାଡ଼ିକି ଯିବାକୁ ରାଜି ହେଉନାହାନ୍ତି। ଫଳରେ ମାଇକ୍‌ ଧରି ଲୋକଙ୍କୁ ବୁଝାଇ ଆଶ୍ରୟସ୍ଥଳୀକୁ ଯିବାକୁ କୁହାଯାଉଛି। ସେହିପରି ସଦର ବ୍ଲକ ରସାଳପୁର ପଞ୍ଚାୟତର ଭୀମପୁରପାହି ଗ୍ରାମ। ଯାହା ସମୁଦ୍ର ନିକଟରେ ଅବସ୍ଥିତ। ଯେଉଁଠି ପ୍ରାୟ ୧୫ ଶହ ଲୋକ କଚ୍ଚା ଘରେ ବସବାସ କରନ୍ତି। ତେବେ ସେମାନଙ୍କୁ ସ୍ଥାନାନ୍ତର ପାଇଁ ସୋମବାର ରାତିରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚିଥିଲେ ମାତ୍ର ମଙ୍ଗଳବାର ସକାଳୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ସମସ୍ୟା ହେଉଛି, ଉକ୍ତ ପଞ୍ଚାୟତରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ରହିଛି ଯାହା ୬ କିମି ଦୂରରେ। ଫଳରେ ଲୋକ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଲୋକଙ୍କୁ ବୁଝାସୁଝା କରି ସ୍ଥାନାନ୍ତର କରିବା କଷ୍ଟକର ହୋଇପଡ଼ୁଛି। ଏପରି ଆହୁରି ଅନେକ ଗ୍ରାମ ରହିଛି, ଯେଉଁଠି ସମାନ ପରିସ୍ଥିତି ଉପୁଜିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

25 May 2021 By The Sakala

ଗୋଟେପଟେ କରୋନା ଅନ୍ୟପଟେ ବାତ୍ୟା : ଘର ଛାଡି ଯିବାକୁ ମଙ୍ଗୁନାହାନ୍ତି ଲୋକେ, ବୁଝାସୁଝା କରି ଅଞ୍ଚଳବାସୀଙ୍କୁ କରାଯାଉଛି ସ୍ଥାନାନ୍ତର

ବାଲେଶ୍ବର : ଗୋଟିଏପଟେ କରୋନା କଲବଲ କରୁଛି ତ ଅନ୍ୟପଟେ ମାଡିଆସୁଛି ବାତ୍ୟା ୟସ୍‌। ତେବେ ଏହାକୁ ନେଇ ଲେକେ‌ ଭୟଭୀତ ମଧ୍ୟ ଅଛନ୍ତି। ଏପରି ସମୟରେ ବାତ୍ୟାରୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ବାଲେଶ୍ବର ଜିଲ୍ଲା ସମୁଦ୍ରକୂଳ ଅଞ୍ଚଳରୁ ଦୁଇ ଦିନ ଧରି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବିଶେଷକରି ସମୁଦ୍ର କୁଳରେ ଅଧିକାଂଶ ଘର କଚ୍ଚା ଘର ରହିଛି। ସେଥିପାଇଁ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ କଚ୍ଚା ଘରୁ ଆଶୟସ୍ଥଳୀକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ତେବେ ସଂକ୍ରମଣ ଭୟରେ ଲୋକେ ଘର ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ସେମାନଙ୍କୁ ବୁଝାସୁଝା କରି ଆଶ୍ରୟସ୍ଥଳୀକୁ ପଠାଯାଉଛି। ଏହାର ଉଦାହରଣ ହେଉଛି ଚାନ୍ଦିପୁରର ମିର୍ଜାପୁର ଗ୍ରାମ। ଯାହା ସମୁଦ୍ରର ଅତି ନିକଟରେ ଅବସ୍ଥିତ। ଏହି ଗାଁର ଅଧିକାଂଶ ଲୋକଙ୍କ ଘର କଚ୍ଚା। ତେବେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଗ୍ରାମର ଲୋକଙ୍କୁ ବୁଝାସୁଝା କରି ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଉଛନ୍ତି।

ଗୋଟିଏପଟେ ସଂକ୍ରମଣ ଭୟ ଅନ୍ୟପଟେ ଜୀବନ ବଞ୍ଚାଇବାକୁ ନେଇ ପୁଣି ସଂଘର୍ଷ। ଏପରିସ୍ଥିତିରେ ଗ୍ରାମବାସୀ ଘର ଛାଡ଼ିକି ଯିବାକୁ ରାଜି ହେଉନାହାନ୍ତି। ଫଳରେ ମାଇକ୍‌ ଧରି ଲୋକଙ୍କୁ ବୁଝାଇ ଆଶ୍ରୟସ୍ଥଳୀକୁ ଯିବାକୁ କୁହାଯାଉଛି। ସେହିପରି ସଦର ବ୍ଲକ ରସାଳପୁର ପଞ୍ଚାୟତର ଭୀମପୁରପାହି ଗ୍ରାମ। ଯାହା ସମୁଦ୍ର ନିକଟରେ ଅବସ୍ଥିତ। ଯେଉଁଠି ପ୍ରାୟ ୧୫ ଶହ ଲୋକ କଚ୍ଚା ଘରେ ବସବାସ କରନ୍ତି। ତେବେ ସେମାନଙ୍କୁ ସ୍ଥାନାନ୍ତର ପାଇଁ ସୋମବାର ରାତିରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚିଥିଲେ ମାତ୍ର ମଙ୍ଗଳବାର ସକାଳୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ସମସ୍ୟା ହେଉଛି, ଉକ୍ତ ପଞ୍ଚାୟତରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ରହିଛି ଯାହା ୬ କିମି ଦୂରରେ। ଫଳରେ ଲୋକ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଲୋକଙ୍କୁ ବୁଝାସୁଝା କରି ସ୍ଥାନାନ୍ତର କରିବା କଷ୍ଟକର ହୋଇପଡ଼ୁଛି। ଏପରି ଆହୁରି ଅନେକ ଗ୍ରାମ ରହିଛି, ଯେଉଁଠି ସମାନ ପରିସ୍ଥିତି ଉପୁଜିଛି।

https://www.thesakala.in/latest-odisha-news/corona-on-one-side-and-cyclone-on-the-other-people-are-reluctant-to-leave-the-house/article-2412
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର