ରାଜ୍ୟସଭାରେ ବିଜେଡ଼ି ସାଂସଦ ଉଠାଇଲେ ମହାନଦୀରେ ଆବର୍ଜନା ପକାଇବା ପ୍ରସଙ୍ଗ

The Sakala Picture
Published On

ଭୁବନେଶ୍ବର: ରାଜ୍ୟସଭାରେ ବିଜେଡ଼ି ସାଂସଦ ମାନସ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓ ମହାନଦୀରେ ଅବର୍ଜନା ପକାଇବା ପ୍ରସଙ୍ଗ ଉଠାଇଛନ୍ତି। ମିଳିତ ଭାବେ ଏକ ଅଣତାରକା ପ୍ରଶ୍ନ ଜରିଆରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ଏହାର ଉତ୍ତରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଆଶ୍ବିନୀ ଚୌବେ କହିଛନ୍ତି ଯେ, ଜଳ ପ୍ରଦୂଷଣକୁ ରୋକିବା ବା ନିୟନ୍ତ୍ରଣ କରିବା ରାଜ୍ୟ ବା ଲୋକାଲ୍ ବଡି ଓ ଶିଳ୍ପସଂସ୍ଥା ଗୁଡିକର ଦାୟିତ୍ବ ଅଟେ […]

ଭୁବନେଶ୍ବର: ରାଜ୍ୟସଭାରେ ବିଜେଡ଼ି ସାଂସଦ ମାନସ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓ ମହାନଦୀରେ ଅବର୍ଜନା ପକାଇବା ପ୍ରସଙ୍ଗ ଉଠାଇଛନ୍ତି। ମିଳିତ ଭାବେ ଏକ ଅଣତାରକା ପ୍ରଶ୍ନ ଜରିଆରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଏହାର ଉତ୍ତରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଆଶ୍ବିନୀ ଚୌବେ କହିଛନ୍ତି ଯେ, ଜଳ ପ୍ରଦୂଷଣକୁ ରୋକିବା ବା ନିୟନ୍ତ୍ରଣ କରିବା ରାଜ୍ୟ ବା ଲୋକାଲ୍ ବଡି ଓ ଶିଳ୍ପସଂସ୍ଥା ଗୁଡିକର ଦାୟିତ୍ବ ଅଟେ ଶିଳ୍ପସସ୍ଥାରୁ ନିର୍ଗତ ଜଳ ନଦୀ ଯିବା ପୂର୍ବରୁ ତାହା ପ୍ରଦୂଷିତ ନୁହଁ ବୋଲି ସେହି ନିର୍ଦ୍ଦିଷ୍ଟ ସସ୍ଥା ସୁନିଶ୍ଚିତ କରିଥିଏ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିବା ସୂଚନା ଅନୁଯାୟୀ, ମହାନଦୀ ନଦୀ କୂଳରେ ଅଳିଆ ଆବର୍ଜନା ପକାଇବାର କୌଣସି ଘଟଣା ଦେଖାଯାଇ ନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ପୃକ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ମିଳିତ ଭାବରେ ଜାତୀୟ ଜଳ ଗୁଣବତ୍ତା ମନିଟରିଂ ପ୍ରୋଗ୍ରାମ କାର୍ଯ୍ୟକାରି କରିଥାଏ । ଛତିଶଗଡ,ମଧ୍ୟପ୍ରଦେଶ ଓ ଓଡ଼ିଶାରେ ମହାନଦୀର ୪୪୮୪ ଟି ଜଳ ଉତ୍ସ ଉପରେ ଏହି କମିଟି ନଜର ରଖିଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

NGT ଦୁଇଟି ଯୁଗ୍ମ କମିଟି ଗଠନ କରି ମହାନଦୀ ନଦୀ ଶଯ୍ୟାରେ ବେଆଇନ ନିର୍ମାଣ ଏବଂ ବାଲି ଭରିବା କାର୍ଯ୍ୟର ଅଭିଯୋଗ ଉପରେ ନଜର ରଖିଛି। ଏହି କମିଟିଗୁଡିକ ମହାନଦୀ ନଦୀ ଅବବାହିକାର ଚିହ୍ନିତ ଷ୍ଟ୍ରେଚ୍ ପାଇଁ ବନ୍ୟାଞ୍ଚଳ ଜୋନିଂ ଅଧ୍ୟୟନ କରିଥିଲେ ଏବଂ ଚିହ୍ନଟ ହୋଇଥିବା ବନ୍ୟାଞ୍ଚଳର ପରିବେଶ ଏବଂ ହାଇଡ୍ରୋଲୋଜିକାଲ୍ ଦିଗ ଏବଂ ଦୁର୍ବଳତା ମୂଲ୍ୟାଙ୍କନ ଉପରେ ଅଧ୍ୟୟନ କରିଥିଲେ। ଏହା ପରେ, କମିଟି ରିପୋର୍ଟର ସୁପାରିଶକୁ ଆଧାର କରି ୨୦୨୨ ମସିହା ୨୧ ସେପ୍ଚେମ୍ବର ଠାରୁ  ଆଦେଶକୁ ପାଳନ କରିବା ପାଇଁ ମାନ୍ୟବର ଟ୍ରିବ୍ୟୁନାଲ ଦ୍ୱାରା ଓଡ଼ିଶା ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର