ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ

The Sakala Picture
Published On

ଭୁବନେଶ୍ବର: ଆଜିଠାରୁ ଲାଲବାହିନୀ ପାଳୁଛି ସହିଦ ସପ୍ତାହ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ପୋଷ୍ଟର ଲଗାଇ ନିବେଦନ କରିଛନ୍ତି ମାଓବାଦୀ। ଏ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ବର୍ଡରରେ ପୁଲିସ କଡ଼ାକଡ଼ି ଯାଞ୍ଚ କରୁଛି। ପ୍ରତି ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ […]

ଭୁବନେଶ୍ବର: ଆଜିଠାରୁ ଲାଲବାହିନୀ ପାଳୁଛି ସହିଦ ସପ୍ତାହ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ପୋଷ୍ଟର ଲଗାଇ ନିବେଦନ କରିଛନ୍ତି ମାଓବାଦୀ। ଏ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ବର୍ଡରରେ ପୁଲିସ କଡ଼ାକଡ଼ି ଯାଞ୍ଚ କରୁଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ପ୍ରତି ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରିଥାନ୍ତି ନକ୍ସଲ। ନକ୍ସଲ ସଂଗଠନର ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କର କୋଲକତା ପୁଲିସଦ୍ୱାରା ନିର୍ଯାତନରେ ୧୯୭୨ ମସିହା ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିଲା। ସେହି ଦିନଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ରୁପେ ପାଳନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର