ରାଜଧାନୀରେ ସିରିଜ ଦୁର୍ଘଟଣା : ୩ ଟି କାରକୁ ପିଟିଲା ଇନୋଭା କାର

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ୱରରେ ଆଜି ଘଟିଛି ଏକ ସିରିଜ୍ ଦୁର୍ଘଟଣା। ଏକ ଇନୋଭା ଗାଡ଼ି ଧକ୍କାରେ ୩ଟି କାର୍ ଭାଙ୍ଗି ଚୂନା ହୋଇଯାଇଛି। ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ଇନୋଭା ଗାଡ଼ିଟି ପ୍ରଥମେ ବାଣୀ ବିହାର ଛକରେ ଗୋଟିଏ ବାଇକକୁ ଧକ୍କା ଦେଇଥିଲା। ପରେ ପୁଲିସ ଇଣ୍ଟରସେପ୍ଟର ଦୁର୍ଘଟଣା ଘଟାଇଥିବା କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ତାହା […]

ଭୁବନେଶ୍ବର : ଭୁବନେଶ୍ୱରରେ ଆଜି ଘଟିଛି ଏକ ସିରିଜ୍ ଦୁର୍ଘଟଣା। ଏକ ଇନୋଭା ଗାଡ଼ି ଧକ୍କାରେ ୩ଟି କାର୍ ଭାଙ୍ଗି ଚୂନା ହୋଇଯାଇଛି। ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ମିଳିଥିବା ସୂଚନା ମୁତାବକ, ଇନୋଭା ଗାଡ଼ିଟି ପ୍ରଥମେ ବାଣୀ ବିହାର ଛକରେ ଗୋଟିଏ ବାଇକକୁ ଧକ୍କା ଦେଇଥିଲା। ପରେ ପୁଲିସ ଇଣ୍ଟରସେପ୍ଟର ଦୁର୍ଘଟଣା ଘଟାଇଥିବା କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ତାହା ଖସି ପଳାଇବାକୁ ଉଦ୍ୟମ କରିଥିଲା ଓ ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ତିନୋଟି କାରକୁ ଧକ୍କା ଦେଇଥିଲା।ହୁଣ୍ଡାଇ ଇଅନ, ସୁଜିକି ସୁଇପ୍ଟ ଏବଂ ଆଉ ଏକ କାରକୁ ଧକ୍କା ଦେଇଥିଲା ଇନୋଭା ଗାଡ଼ି। କାରରେ ଥିବା ୨ଜଣ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଥିଲେ ବୋଲି ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ କେହି ହତାହତ ହୋଇ ନଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

 

ଆହୁରି ପଢ଼ନ୍ତୁ: ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ମାଲକାନଗିରି ଥାନାରେ ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର