ବାଲେଶ୍ବର ପୌରପାଳିକା ତରଫରୁ ‘ମୋ ଖତ’ ବିକ୍ରି ଆରମ୍ଭ

The Sakala Picture
Published On

ବାଲେଶ୍ଵର : ବାଲେଶ୍ଵର ମ୍ୟୁନିସିପାଲିଟି ଦ୍ଵାରା ଗଠିତ ୱେଲଥ ସେଣ୍ଟର ପକ୍ଷରୁ ସହରରୁ ବାହାରୁଥିବା ଆବର୍ଜନା ରୁ ପ୍ରସ୍ତୁତ ହେଉଥିବା “ମୋ ଖତ” କୁ ମାତ୍ର ୨୦ ଟଙ୍କା ମୂଲ୍ୟରେ ବିକ୍ରୟ ଆରମ୍ଭ ହୋଇଛି। ବାଲେଶ୍ବର ସଦର ବିଧାୟକ ସ୍ଵରୂପ କୁମାର ଦାସ ଓ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ୧୦ କେଜି ଲେଖାଏଁ ଜୈବିକ ଖତ କିଣି ଏହି ବିକ୍ରୟ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପୌରପାଳିକା ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ […]

ବାଲେଶ୍ଵର : ବାଲେଶ୍ଵର ମ୍ୟୁନିସିପାଲିଟି ଦ୍ଵାରା ଗଠିତ ୱେଲଥ ସେଣ୍ଟର ପକ୍ଷରୁ ସହରରୁ ବାହାରୁଥିବା ଆବର୍ଜନା ରୁ ପ୍ରସ୍ତୁତ ହେଉଥିବା “ମୋ ଖତ” କୁ ମାତ୍ର ୨୦ ଟଙ୍କା ମୂଲ୍ୟରେ ବିକ୍ରୟ ଆରମ୍ଭ ହୋଇଛି। ବାଲେଶ୍ବର ସଦର ବିଧାୟକ ସ୍ଵରୂପ କୁମାର ଦାସ ଓ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ୧୦ କେଜି ଲେଖାଏଁ ଜୈବିକ ଖତ କିଣି ଏହି ବିକ୍ରୟ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପୌରପାଳିକା ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ବର ପାଟିଲଙ୍କ ତତ୍ବାବଧାନରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରରେ ୪ଟି ୱେଲଥ ସେଣ୍ଟର ବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ବର୍ତମାନ ଚାନ୍ଦମାରି ପଡିଆ ଓ ପୁରୁଣା ବାଲେଶ୍ଵରଠାରେ ଦୁଇଟି ୱେଲଥ ସେଣ୍ଟର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଚୂନଭାଟି ଓ ସୁନହଟ ୱେଲଥ ସେଣ୍ଟର ଚୁଡାନ୍ତ ପର୍ଯ୍ୟାୟରେ ଅଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଚାନ୍ଦମାରି ପଡିଆରେ ସାଇବାବା ସ୍ଵୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା ଏବଂ ପୁରୁଣା ବାଲେଶ୍ଵର ସେଣ୍ଟରରେ ମା’ ଶୀତଳା ସ୍ଵୟଂ ସହାୟକ ଗୋଷ୍ଠୀର ୧୪ଜଣ ମହିଳା କାମ କରୁଛନ୍ତି । ସହରର ପ୍ରତି ଘରକୁ ଘର ବୁଲି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ୪ଟି ଏସଏଚଜି ଗ୍ରୁପର ୮ଜଣ ମହିଳାଙ୍କୁ ନିୟୋଜିତ କରାଯାଇଛି । ଏହି ମହିଳା ମାନେ ମ୍ୟୁନିସିପାଲିଟି ପକ୍ଷରୁ ଦିଆଯାଇଥିବା ୪ଟି ବ୍ୟାଟେରୀ ଗାଡିକୁ ଚଲାଇ ବର୍ଜ୍ୟବସ୍ତୁ ସଂଗ୍ରହ କରି ସେଣ୍ଟର ରେ ପହଂଚାଉଛନ୍ତି । ଆଉ ଏହି ଦୁଇ କେନ୍ଦ୍ର ର ଓଦା ବର୍ଜ୍ୟବସ୍ତୁରେ ଖତ ପ୍ରସ୍ତୁତ କରାଯାଉଛି । ୪୫ ଦିନ ପରେ ଓଦା ବର୍ଜ୍ୟବସ୍ତୁରୁ ବାହାରୁଥିବା ଖତକୁ ସହରର ବିଭିନ୍ନ ସ୍ଥାନରେ ବିକ୍ରି କରିବା ପାଇଁଁ ମଧ୍ୟ ବ୍ୟବସ୍ଥା କରାଯାଇଅଛି‌।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସେହିପରି ଶୁଖିଲା ନନ ରିସାଇକଲ ବର୍ଜ୍ୟବସ୍ତୁ ଗୁଡିକୁ ସିମେଟ କମ୍ପାନୀକୁ ରପ୍ତାନୀ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଅବଶିଷ୍ଟ ଶୁଖିଲା ବର୍ଜ୍ୟବସ୍ତୁ ଗୁଡିକୁ ବିଭିନ୍ନ ପଦ୍ଧତିରେ ରିସାଇକିଲ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି।ଶୁକ୍ରବାର ଦିନ ପ୍ରଥମ କରି ଚାନ୍ଦମାରି ପଡିଆଠାରେ ଥିବା କେନ୍ଦ୍ରରୁ ଖତ ବିକ୍ରୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏହାର ମୂଲ୍ୟ କିଲୋ ପିଛା ୨୦ ଟଙ୍କା ରହିଛି। ଅନୁରୂପ ଭାବେ ଖୁବଶୀଘ୍ର ପୁରୁଣା ବାଲେଶ୍ଵର କେନ୍ଦ୍ରରୁ ମଧ୍ୟ ଖତ ବାହାରିବ।ବର୍ତମାନ ସହରର ୧୨ ଟି ୱାର୍ଡରୁ ବର୍ଜ୍ୟବସ୍ତୁ ସଂଗୃହିତ ହୋଇ ଏହି ଦୁଇ ସେଣ୍ଟର କୁ ଯାଉଛି।ଚାନ୍ଦମାରି ପଡିଆ କେନ୍ଦ୍ରରୁ ମାସକୁ ୧୨ ଟନ ଖତ ବାହାରିବାକୁ ଥିବାବେଳେ ଅଳ୍ପ ଦିନ ମଧ୍ୟରେ ସହର ମଧ୍ୟରେ ସବୁ ସେଣ୍ଟର କାର୍ଯ୍ୟକ୍ଷମ କରାଯିବା ସହ ଖତ ଉତ୍ପାଦନ ଚାରିଗୁଣା ବୃଦ୍ଧି ହେବ ବୋଲି ଦାୟିତ୍ଵରେ ଥିବା ପରିମଳ ବିଶେଷଜ୍ଞ ବିସ୍ମିତ ବେହୁରା,ଉତ୍ସବ ଭଦ୍ର ଏବଂ ଶୁଭକାନ୍ତ ନାୟକ ପ୍ରମୁଖ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର