ଆନ୍ଧ୍ରକୁ ବଡ଼ ଝଟକା, ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନକୁ ରଦ୍ଦ କଲେ ଆନ୍ଧ୍ର ହାଇକୋର୍ଟ

The Sakala Picture
Published On

ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି । […]

ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି । ଏହି ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ। ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ସୂଚନା ଯୋଗ୍ୟ ଯେ, ଫେବ୍ରୁଆରୀ ୧୩ ତାରିଖରେ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗାଁରେ ଆରମ୍ଭ ନିର୍ବାଚନ କରାଇଥିଲା ଆନ୍ଧ୍ର । ଫାଟୁସିନେରୀ ପାଇଁ ୨ ଜଣ ପ୍ରାର୍ଥୀ ହୋଇଥିବା ବେଳେ ପୋଲିଂ ବୁଥ ମଧ୍ୟ ସେଠାରେ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି। ଏହାର ପ୍ରାୟ ୧୫ବର୍ଷ ପରେ ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର