ସମ୍ଭାବ୍ୟ ବାତ୍ୟା ନେଇ ଆଲର୍ଟରେ ଓଡ଼ିଶା, ୨୬ରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ୟଶ୍’

The Sakala Picture
Published On

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଆସନ୍ତାକାଲି ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ତାରିଖ ବେଳକୁ ସେଇ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୪ରେ ବାତ୍ୟାର ରୂପ ନେଇପାରେ । ୨୬ ତାରିଖ ବେଳକୁ ବାତ୍ୟା ସ୍ଥଳଭାଗମୁହାଁ ହୋଇ ଉତ୍ତର ଓଡ଼ିଶା ଉପକୂଳର୍ବୀ ଅଞ୍ଚଳ ଠାରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ । […]

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଆସନ୍ତାକାଲି ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ତାରିଖ ବେଳକୁ ସେଇ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୪ରେ ବାତ୍ୟାର ରୂପ ନେଇପାରେ । ୨୬ ତାରିଖ ବେଳକୁ ବାତ୍ୟା ସ୍ଥଳଭାଗମୁହାଁ ହୋଇ ଉତ୍ତର ଓଡ଼ିଶା ଉପକୂଳର୍ବୀ ଅଞ୍ଚଳ ଠାରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ । କିନ୍ତୁ ଏବେ ସୁଦ୍ଧା ଆଇଏମଡି ପକ୍ଷରୁ ବାତ୍ୟା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇନାହିଁ ବୋଲି ଏସଆରସି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅନଲାଇନ୍ କ୍ୟାବ୍ ଡ୍ରାଇଭରଙ୍କ ଧର୍ମଘଟ: ବିମାନବନ୍ଦର ଯାତ୍ରୀଙ୍କ ସହାୟତା ପାଇଁ ପିସିଆର ଗାଡ଼ି ମୁତୟନ କଲା କମିଶନରେଟ ପୋଲିସ

ଏହାକୁ ଆଖିରେ ରଖି ଏନଡିଏମ ସବୁ ରାଜ୍ୟକୁ ପ୍ରସ୍ତୁତି ରହିବା ପାଇଁ କହିଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀ ଜିଲ୍ଲାପାଳମାନେ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ପ୍ରସ୍ତୁତ ରଖାଯାଇଛି । ଓଡ୍ରାଫ, ଏନଡିଆରଏଫ ଓ ଫାୟାର ସର୍ଭିସକୁ ପଠାଗଲାଣି । ଆମ ପାଖରେ ପର୍ୟ୍ୟାପ୍ତ ପରିମାଣର ଟିମ୍ ଅଛନ୍ତି । ପଞ୍ଚାୟତ ଗୁଡ଼ିକୁ ସାମିଲ୍ କରି ସ୍ଥାନାନ୍ତରଣ ପକ୍ରିୟାକୁ ସଠିକ୍ ସମୟରେ କରିବା, କୌଣସି ଲୋକ ଯେଭଳି କଚ୍ଚା ଘରେ ରହିବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଇଛି । ଆଜି ଠାରୁ ସମୁଦ୍ର ମଧ୍ୟ ଭାଗକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍: ୨୭ ଅଗଷ୍ଟ ନୁହେଁ, ୨୮ରେ ମିଳିବ ପଞ୍ଚମ କିସ୍ତି

ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି । ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ନିଜ ନିଜର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ । ହାଇମାକ୍ସ ଲାଇଟକୁ ତଳକୁ ଖସାଯିବ । ବାତ୍ୟାର କ୍ଷୟକ୍ଷତିକୁ ରୋକିବା ପାଇଁ ସମସ୍ତ ସହରାଞ୍ଚଳରେ ଏହଭଳି କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଜ୍ଞାପନ ବୋର୍ଡ ଖୋଲିବା ପାଇଁ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନଖୋଲନ୍ତି ମ୍ୟୁନିସିପାଲଟି ଖୋଲି ଦେବ ।

ଆହୁରି ପଢ଼ନ୍ତୁ: ଘୁର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା, ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ଆଶଙ୍କା

21 May 2021 By The Sakala

ସମ୍ଭାବ୍ୟ ବାତ୍ୟା ନେଇ ଆଲର୍ଟରେ ଓଡ଼ିଶା, ୨୬ରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ୟଶ୍’

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଆସନ୍ତାକାଲି ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ତାରିଖ ବେଳକୁ ସେଇ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୪ରେ ବାତ୍ୟାର ରୂପ ନେଇପାରେ । ୨୬ ତାରିଖ ବେଳକୁ ବାତ୍ୟା ସ୍ଥଳଭାଗମୁହାଁ ହୋଇ ଉତ୍ତର ଓଡ଼ିଶା ଉପକୂଳର୍ବୀ ଅଞ୍ଚଳ ଠାରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ । କିନ୍ତୁ ଏବେ ସୁଦ୍ଧା ଆଇଏମଡି ପକ୍ଷରୁ ବାତ୍ୟା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇନାହିଁ ବୋଲି ଏସଆରସି କହିଛନ୍ତି ।

ଏହାକୁ ଆଖିରେ ରଖି ଏନଡିଏମ ସବୁ ରାଜ୍ୟକୁ ପ୍ରସ୍ତୁତି ରହିବା ପାଇଁ କହିଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀ ଜିଲ୍ଲାପାଳମାନେ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ପ୍ରସ୍ତୁତ ରଖାଯାଇଛି । ଓଡ୍ରାଫ, ଏନଡିଆରଏଫ ଓ ଫାୟାର ସର୍ଭିସକୁ ପଠାଗଲାଣି । ଆମ ପାଖରେ ପର୍ୟ୍ୟାପ୍ତ ପରିମାଣର ଟିମ୍ ଅଛନ୍ତି । ପଞ୍ଚାୟତ ଗୁଡ଼ିକୁ ସାମିଲ୍ କରି ସ୍ଥାନାନ୍ତରଣ ପକ୍ରିୟାକୁ ସଠିକ୍ ସମୟରେ କରିବା, କୌଣସି ଲୋକ ଯେଭଳି କଚ୍ଚା ଘରେ ରହିବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଇଛି । ଆଜି ଠାରୁ ସମୁଦ୍ର ମଧ୍ୟ ଭାଗକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି । ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ନିଜ ନିଜର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ । ହାଇମାକ୍ସ ଲାଇଟକୁ ତଳକୁ ଖସାଯିବ । ବାତ୍ୟାର କ୍ଷୟକ୍ଷତିକୁ ରୋକିବା ପାଇଁ ସମସ୍ତ ସହରାଞ୍ଚଳରେ ଏହଭଳି କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଜ୍ଞାପନ ବୋର୍ଡ ଖୋଲିବା ପାଇଁ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନଖୋଲନ୍ତି ମ୍ୟୁନିସିପାଲଟି ଖୋଲି ଦେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର