କେନ୍ଦୁଝରରେ ପହଣ୍ଡି ଶେଷ, ଚତୁର୍ଦ୍ଧା ମୂର୍ତ୍ତୀ ହେଲେ ରଠାରୁଢ଼, ଆଉ ଅଳ୍ପ ସମୟ ପରେ ରଥଟଣା

The Sakala Picture
Published On

କେନ୍ଦୁଝର: କେନ୍ଦୁଝରରେ ପହଣ୍ଡି ଶେଷ,ଚତୁର୍ଦ୍ଧା ମୂର୍ତ୍ତୀ ହେଲେ ରଥାରୁଢ଼, ଆଉ ଅଳ୍ପ ସମୟ ପରେ ରଥଟଣା। ବିଶ୍ୱର ସର୍ଵ ବୃହତ ରଥରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବେ। ରଥ ଯାତ୍ରାପାଇଁ ପ୍ରାତଃ 4 ଘଟିକାରୁ ଅବକାଶ ନୀତିପରେ 5 ଘଟିକାରେ ଲୁଗାଲାଗି, 8 ଘଟିକାରେ ପ୍ରାତଃ ଧୂପ,  10 ଘଟିକାରେ ପୁଷ୍ପାଞ୍ଜଳି ପରେ ଧାଡି ପହଣ୍ଡିରେ ଶ୍ରୀ ଜୀଉ ମାନେ ରଥକୁ ଯାଇଥିଲେ। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଦେବଜୀଉ, ତାଙ୍କ ପରେ […]

କେନ୍ଦୁଝର: କେନ୍ଦୁଝରରେ ପହଣ୍ଡି ଶେଷ,ଚତୁର୍ଦ୍ଧା ମୂର୍ତ୍ତୀ ହେଲେ ରଥାରୁଢ଼, ଆଉ ଅଳ୍ପ ସମୟ ପରେ ରଥଟଣା। ବିଶ୍ୱର ସର୍ଵ ବୃହତ ରଥରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବେ। ରଥ ଯାତ୍ରାପାଇଁ ପ୍ରାତଃ 4 ଘଟିକାରୁ ଅବକାଶ ନୀତିପରେ 5 ଘଟିକାରେ ଲୁଗାଲାଗି, 8 ଘଟିକାରେ ପ୍ରାତଃ ଧୂପ,  10 ଘଟିକାରେ ପୁଷ୍ପାଞ୍ଜଳି ପରେ ଧାଡି ପହଣ୍ଡିରେ ଶ୍ରୀ ଜୀଉ ମାନେ ରଥକୁ ଯାଇଥିଲେ। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଦେବଜୀଉ, ତାଙ୍କ ପରେ ମାତା ଶୁଭଦ୍ରା ଶେଷରେ ଜଗତର ନାଥ ଜଗନ୍ନାଥ ଝୁଲିଝୁଲି ଯାଇ ରଥ ପରିକ୍ରମା ପରେ ଚାରମାଳ ଦେଇ ରଠାରୁଢ଼ ହୋଇଥିଲେ। ଠାକୁର ମାନଙ୍କର ପହଣ୍ଡି ସମୟରେ ଭକ୍ତ ମାନଙ୍କର ହୁଳହୁଳି ଏବଂ ହରିବୋଲରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ପହଣ୍ଡି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପହଣ୍ଡି ସମୟରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ, ବଡ଼ ପଣ୍ଡା ରାଜକିଶୋର ପଣ୍ଡା, ଏସ୍ପି ନିତିନ କୁଶଲକର, ଡି ଏଫ ଓ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଏବଂ ଯଦୁମଣି ମହଲା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରାମଚନ୍ଦ୍ର କିସ୍କୁ, ପୌରପାଳିକା ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ପୋଲିସ ଉପଖଣ୍ଡ ଅଧିକାରୀ ମହେନ୍ଦ୍ର ମୁର୍ମୁ, ସୂଚନା ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ, ଟାଉନ ଥାନା ଅଧିକାରୀ ସୁନୀଲ କର ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଆଉ ଅଳ୍ପ ସମୟ ପରେ ରଥଟଣା ଆରମ୍ଭ ହେବାକୁଥିବାବେଳେ ଲକ୍ଷାଧିକ ଭକ୍ତଙ୍କ ସମାଙ୍ଗମ ହେବାର ଅନୁମାନ କରି 17 ପ୍ଲାଟୁନ ପୋଲିସ ଫୋର୍ସ, 50 ରୁ ଅଧିକ ପୋଲିସ ଅଧିକାରୀଙ୍କୁ ମୃତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ସି ସି ଟିଭି ବଳୟରେ ରଖାଯାଇଛି। ଟ୍ରାଫିକ ସମସ୍ୟାର ସୁଧାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇ ବିଭିନ୍ନ ଦିଗରୁ ଆସୁଥିବା ଗାଡି ମୋଟର ଙ୍କ ପାଇଁ 5 ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପହଣ୍ଡି ଏବଂ ରଥଯାତ୍ରାର ଧାରା ବିବରଣୀରେ ପ୍ରଚାର କରାଯାଇଛି। ଏବର୍ଷ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗୋଟିଏ ଦଉଡିରେ ଟାଣିବାର ବ୍ୟବସ୍ତା ହୋଇଥିବାରୁ ମହିଳା ଭକ୍ତଙ୍କ ମହଲରେ ଉତ୍ସଚୁକତା ଦେଖା ଦେଇଥିବାବେଳେ ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଉଠିଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର