ପାଠ ପଢିବ ‘ରଞ୍ଜୁ’: ଟ୍ବିଟ ଦେଖି ଅନାଥ ଶିଶୁକୁ ସହଯୋଗର ହାତ ବଢ଼ାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ

The Sakala Picture
Published On

ମାଲକାନଗିରି: ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ । ଟ୍ବିଟ ଦେଖି ଅନାଥ ଶିଶୁକୁ ସହଯୋଗର ହାତ ବଢାଇଛନ୍ତି ୫ଟି ସଚିବ। ଏଣିକି ବାପାମାଆ ଛେଉଣ୍ଡ କୁନି ଝିଅ ରଞ୍ଜୁ ପଢ଼ିବ ପାଠ । ରଞ୍ଜୁ ଜାନିଙ୍କୁ ୫ଟି ସଚିବ ପଠାଇଲେ ଉପହାର । ମାଲକାନଗିରି ଜିଲ୍ଲା ବମ୍ବେ କୋଲନୀର ରଞ୍ଜୁ ଜାନି । ବାପା ମାଆଙ୍କୁ ହରାଇବା ପରେ ସମ୍ପର୍କୀୟ ଦାଦାଙ୍କ ପାଖରେ ରହୁଥିଲେ । ପାଠ ପଢ଼ିବାକୁ ଇଚ୍ଛା […]

ମାଲକାନଗିରି: ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ । ଟ୍ବିଟ ଦେଖି ଅନାଥ ଶିଶୁକୁ ସହଯୋଗର ହାତ ବଢାଇଛନ୍ତି ୫ଟି ସଚିବ। ଏଣିକି ବାପାମାଆ ଛେଉଣ୍ଡ କୁନି ଝିଅ ରଞ୍ଜୁ ପଢ଼ିବ ପାଠ । ରଞ୍ଜୁ ଜାନିଙ୍କୁ ୫ଟି ସଚିବ ପଠାଇଲେ ଉପହାର । ମାଲକାନଗିରି ଜିଲ୍ଲା ବମ୍ବେ କୋଲନୀର ରଞ୍ଜୁ ଜାନି । ବାପା ମାଆଙ୍କୁ ହରାଇବା ପରେ ସମ୍ପର୍କୀୟ ଦାଦାଙ୍କ ପାଖରେ ରହୁଥିଲେ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ଅଭାବ ତାଙ୍କ ସ୍ବପ୍ନର ରାସ୍ତାରେ ପ୍ରତିବନ୍ଧକ ସାଜିଥିଲା । ଜଣେ ବ୍ୟକ୍ତିଙ୍କ ଟ୍ବିଟରରୁ ଏସମ୍ପର୍କରେ ଜାଣିବା ପରେ ତତ୍ପରତା ଦେଖାଇଥିଲେ ୫ଟି ସଚିବ । ଉପହାରରେ ରଞ୍ଜୁଙ୍କୁ ପୋଷାକ ଓ ଖାତାବହି ପଠାଇଥିଲେ । ଏହାସହିତ ମାଲକାନଗିରି ଜିଲ୍ଲାପାଳ ଓ ଏସଟିଏସି ବିଭାଗର ସଚିବ ରୂପା ରୋଶନ ସାହୁଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

୫ଟି ସଚିବଙ୍କ ନିର୍ଦ୍ଦେଶର କିଛି ସମୟ ମଧ୍ୟରେ ରଞ୍ଜୁଙ୍କ ପାଖରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ରଞ୍ଜୁଙ୍କୁ ଥଇଥାନ ଓ ତାଙ୍କର ପରବର୍ତ୍ତୀ ଉଚ୍ଚ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପରିବାର ସହିତ ଆଲୋଚନା ପରେ ଉଦ୍ଧାର କରି ଏବେ ପରିବର୍ତ୍ତନ ଶିଶୁଗୃହରେ ରଖାଯାଇଛି । ସ୍କୁଲ ଖୋଲିବା ପରେ  SCST ହଷ୍ଟେଲରେ ରଖାଯାଇ ପାଠ ପଢାଯିବ । ସେପଟେ ସ୍ବପ୍ନକୁ ପୂରଣ କରିବାକୁ ସହାୟତାର ହାତ ବଢାଇଥିବାରୁ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରଞ୍ଜୁ । ଭବିଷ୍ୟତରେ ଜଣେ ପୁଲିସ ଅଫିସର ହୋଇ ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

14 Jun 2023 By The Sakala

ପାଠ ପଢିବ ‘ରଞ୍ଜୁ’: ଟ୍ବିଟ ଦେଖି ଅନାଥ ଶିଶୁକୁ ସହଯୋଗର ହାତ ବଢ଼ାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ

ମାଲକାନଗିରି: ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ । ଟ୍ବିଟ ଦେଖି ଅନାଥ ଶିଶୁକୁ ସହଯୋଗର ହାତ ବଢାଇଛନ୍ତି ୫ଟି ସଚିବ। ଏଣିକି ବାପାମାଆ ଛେଉଣ୍ଡ କୁନି ଝିଅ ରଞ୍ଜୁ ପଢ଼ିବ ପାଠ । ରଞ୍ଜୁ ଜାନିଙ୍କୁ ୫ଟି ସଚିବ ପଠାଇଲେ ଉପହାର । ମାଲକାନଗିରି ଜିଲ୍ଲା ବମ୍ବେ କୋଲନୀର ରଞ୍ଜୁ ଜାନି । ବାପା ମାଆଙ୍କୁ ହରାଇବା ପରେ ସମ୍ପର୍କୀୟ ଦାଦାଙ୍କ ପାଖରେ ରହୁଥିଲେ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ଅଭାବ ତାଙ୍କ ସ୍ବପ୍ନର ରାସ୍ତାରେ ପ୍ରତିବନ୍ଧକ ସାଜିଥିଲା । ଜଣେ ବ୍ୟକ୍ତିଙ୍କ ଟ୍ବିଟରରୁ ଏସମ୍ପର୍କରେ ଜାଣିବା ପରେ ତତ୍ପରତା ଦେଖାଇଥିଲେ ୫ଟି ସଚିବ । ଉପହାରରେ ରଞ୍ଜୁଙ୍କୁ ପୋଷାକ ଓ ଖାତାବହି ପଠାଇଥିଲେ । ଏହାସହିତ ମାଲକାନଗିରି ଜିଲ୍ଲାପାଳ ଓ ଏସଟିଏସି ବିଭାଗର ସଚିବ ରୂପା ରୋଶନ ସାହୁଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

୫ଟି ସଚିବଙ୍କ ନିର୍ଦ୍ଦେଶର କିଛି ସମୟ ମଧ୍ୟରେ ରଞ୍ଜୁଙ୍କ ପାଖରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ରଞ୍ଜୁଙ୍କୁ ଥଇଥାନ ଓ ତାଙ୍କର ପରବର୍ତ୍ତୀ ଉଚ୍ଚ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପରିବାର ସହିତ ଆଲୋଚନା ପରେ ଉଦ୍ଧାର କରି ଏବେ ପରିବର୍ତ୍ତନ ଶିଶୁଗୃହରେ ରଖାଯାଇଛି । ସ୍କୁଲ ଖୋଲିବା ପରେ  SCST ହଷ୍ଟେଲରେ ରଖାଯାଇ ପାଠ ପଢାଯିବ । ସେପଟେ ସ୍ବପ୍ନକୁ ପୂରଣ କରିବାକୁ ସହାୟତାର ହାତ ବଢାଇଥିବାରୁ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରଞ୍ଜୁ । ଭବିଷ୍ୟତରେ ଜଣେ ପୁଲିସ ଅଫିସର ହୋଇ ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର