ବାହାନଗା ଟ୍ରେନ ଟ୍ରାଜେଡ଼ି: ମୃତକଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ବ ନେବ ଆଦାନୀ ଗ୍ରୁପ୍‌, ବୀରେନ୍ଦ୍ର ସେହୱାଗ ଯୋଗାଇବେ ମାଗଣା ଶିକ୍ଷା

The Sakala Picture
Published On

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର ଦୁଇ ଦିନ ପରେ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ରେଳ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ଏଥିରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ଆଦାନୀ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ପୀଡ଼ିତା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ପିଲାମାନଙ୍କୁ ଆସନ୍ତାକାଲି ଏକ […]

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର ଦୁଇ ଦିନ ପରେ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ରେଳ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ଏଥିରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ଆଦାନୀ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ପୀଡ଼ିତା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ପିଲାମାନଙ୍କୁ ଆସନ୍ତାକାଲି ଏକ ଭଲ ମଣିଷ ହେବାକୁ ଦେବା ସମସ୍ତଙ୍କ ଦାୟିତ୍ୱ। ଏଥିପାଇଁ ତାଙ୍କ ଗ୍ରୁପ ଏହି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ବହନ କରିବ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ସେହିପରି, ବାହାନଗା ରେଳ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ତାଙ୍କ ବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ସେହୱାଗ୍‌।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସେହୱାଗ ଏକ ଟ୍ବିଟରେ ଲେଖିଛନ୍ତି ଯେ, ଦୁର୍ଘଟଣାର ଏହି ଚିତ୍ର ଆମକୁ ଏକ ଦୀର୍ଘ ସମୟ ଧରି ଡରାଇବ। ଏହି ଦୁଃଖଦ ସମୟରେ ସେ କେବଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କୁ ଶିକ୍ଷା ଆକାରରେ ସାହାଯ୍ୟ କରିପାରିବେ। ବୋର୍ଡିଂ ସୁବିଧା ଥିବା ସେହୱାଗ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ସେହୱାଗ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

05 Jun 2023 By The Sakala

ବାହାନଗା ଟ୍ରେନ ଟ୍ରାଜେଡ଼ି: ମୃତକଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ବ ନେବ ଆଦାନୀ ଗ୍ରୁପ୍‌, ବୀରେନ୍ଦ୍ର ସେହୱାଗ ଯୋଗାଇବେ ମାଗଣା ଶିକ୍ଷା

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର ଦୁଇ ଦିନ ପରେ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ରେଳ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ଏଥିରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ଆଦାନୀ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ପୀଡ଼ିତା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ପିଲାମାନଙ୍କୁ ଆସନ୍ତାକାଲି ଏକ ଭଲ ମଣିଷ ହେବାକୁ ଦେବା ସମସ୍ତଙ୍କ ଦାୟିତ୍ୱ। ଏଥିପାଇଁ ତାଙ୍କ ଗ୍ରୁପ ଏହି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ବହନ କରିବ।

ସେହିପରି, ବାହାନଗା ରେଳ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ତାଙ୍କ ବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ସେହୱାଗ୍‌।

ସେହୱାଗ ଏକ ଟ୍ବିଟରେ ଲେଖିଛନ୍ତି ଯେ, ଦୁର୍ଘଟଣାର ଏହି ଚିତ୍ର ଆମକୁ ଏକ ଦୀର୍ଘ ସମୟ ଧରି ଡରାଇବ। ଏହି ଦୁଃଖଦ ସମୟରେ ସେ କେବଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କୁ ଶିକ୍ଷା ଆକାରରେ ସାହାଯ୍ୟ କରିପାରିବେ। ବୋର୍ଡିଂ ସୁବିଧା ଥିବା ସେହୱାଗ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ସେହୱାଗ୍‌ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର