ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପୁଣି ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ: ଦୁଇଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ, ଜଣେ ଶିକାରୀ ମୃତ

The Sakala Picture
Published On

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ପୁଣି ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ବନରକ୍ଷୀ ବିମଲ ଜେନାଙ୍କ ମୃତ୍ୟ ପରେ ବନବିଭାଗର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଉକ୍ତ ସମୟରେ ବନବିଭାଗର ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଏବଂ ବନ କର୍ମୀଚାରୀ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଇଲାକାରେ ପାଟ୍ରୋଲିଂ ଜାରି ରଖିଥିଲେ। ଏହି ସମୟରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ପଶିଥିବା ଶିକାରୀ ଦଳ ସହିତ ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା। ୧୫ରୁ ଉର୍ଦ୍ଧ୍ବ ଶିକାରୀ […]

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ପୁଣି ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ବନରକ୍ଷୀ ବିମଲ ଜେନାଙ୍କ ମୃତ୍ୟ ପରେ ବନବିଭାଗର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଉକ୍ତ ସମୟରେ ବନବିଭାଗର ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଏବଂ ବନ କର୍ମୀଚାରୀ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଇଲାକାରେ ପାଟ୍ରୋଲିଂ ଜାରି ରଖିଥିଲେ। ଏହି ସମୟରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ପଶିଥିବା ଶିକାରୀ ଦଳ ସହିତ ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା। ୧୫ରୁ ଉର୍ଦ୍ଧ୍ବ ଶିକାରୀ ଦେଶୀ ମାରଣାସ୍ତ୍ର ସହ ଦେଶୀ ବନ୍ଧୁକ, ଧନୁ ତୀର ସହ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ପ୍ରବେଶ କରିଥିବା ବନକର୍ମଚାରୀ ମାନେ ଶିକାରୀଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ। ତେବେ ଶିକାରୀ ମାନେ ପାଲଟା ବନ କର୍ମଚାରୀଙ୍କ ଉପରେ ତୀର ମାଡ଼ କରିଥିଲେ ଫଳରେ ବନ କର୍ମଚାରୀ ବାଧ୍ୟ ହୋଇ ଫାଙ୍କା ଗୁଳି ଚାଳନା କରିଥିଲା। ବନବିଭାଗର ଆକ୍ରଣାତ୍ମକ ପନ୍ଥା ଦେଖୀ ଶିକାରୀ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଶିକାରୀ ଛାଡି ପଳାଇଥିବା ଦୁଇଟି ଦେଶୀ ବନ୍ଧୁକ ଏବଂ ଅନେକ ଧନୁ ତୀର ଓ ମାରଣାସ୍ତ୍ରକୁ ଜବତ କରିଛି ବନବିଭାଗ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ରେଞ୍ଜ ଅଧିକାରୀ ଶୈଳେନ୍ଦ୍ର କୁମାର ଦାସ ଏହି ଚଢ଼ାଉରେ ନେତୃତ୍ୱ ନେଇଥିବା ବେଳେ ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି କହିଛନ୍ତି। ତେବେ ଘଟଣାରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଥିବା ଖବର ପହଞ୍ଚିଛି । ମୃତ ଶିକାରୀଙ୍କ ନାଁ ଜଗନ୍ନାଥ ହେମ୍ରମ ବୋଲି ଜଣା ପଡ଼ିଛି। କିପରି ମୃତ୍ୟୁ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ବାଙ୍ଗିରିପୋଷି ଥାନା ସୁନାପୋଷୀ ଗ୍ରାମରେ ତାଙ୍କର ମୃତଦେହ ରହିଛି । ଏନେଇ କେହି ଅଭିଯୋଗ କରିନାହାନ୍ତି । ଗ୍ରାମବାସୀଙ୍କ ବୈଠକ ଚାଲିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ସୂଚନା କି, ଗତ ୨୨ ତାରିଖ ଶିମିଳିପାଳ ନଅଣା ରେଞ୍ଜରେ ଶିକାରୀଙ୍କ ଗୁଳିମାଡରେ ଜଣେ ବନରକ୍ଷୀ ନିହତ ହୋଇଥିଲେ । ଆଜି ତାଙ୍କର ଏକାଦଶାହ । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବନ୍ୟ ଜନ୍ତୁଙ୍କ ସୁରକ୍ଷା ଏବଂ ବନ କର୍ମଚାରୀ ଙ୍କ ସୁରକ୍ଷା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରଶାସନିକ ସ୍ତରରେ ବନ କର୍ମଚାରୀ ଓ ପୁଲିସର ମିଳିତ ଟିମ ଗଠନ କରାଯାଇ ଶିମିଳିପାଳ ଅଭୟାରଣ୍ୟର ଭିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବନରକ୍ଷୀ ହତ୍ୟା ମାମଲାରେ ୨୬ ଜଣ ଶିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭ ଜଣକୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକରେ ବିଜେଡିର ଶୋକ

01 Jun 2023 By The Sakala

ପୁଣି ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ: ଦୁଇଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ, ଜଣେ ଶିକାରୀ ମୃତ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ପୁଣି ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ବନରକ୍ଷୀ ବିମଲ ଜେନାଙ୍କ ମୃତ୍ୟ ପରେ ବନବିଭାଗର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଉକ୍ତ ସମୟରେ ବନବିଭାଗର ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଏବଂ ବନ କର୍ମୀଚାରୀ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଇଲାକାରେ ପାଟ୍ରୋଲିଂ ଜାରି ରଖିଥିଲେ। ଏହି ସମୟରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ପଶିଥିବା ଶିକାରୀ ଦଳ ସହିତ ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା। ୧୫ରୁ ଉର୍ଦ୍ଧ୍ବ ଶିକାରୀ ଦେଶୀ ମାରଣାସ୍ତ୍ର ସହ ଦେଶୀ ବନ୍ଧୁକ, ଧନୁ ତୀର ସହ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ପ୍ରବେଶ କରିଥିବା ବନକର୍ମଚାରୀ ମାନେ ଶିକାରୀଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ। ତେବେ ଶିକାରୀ ମାନେ ପାଲଟା ବନ କର୍ମଚାରୀଙ୍କ ଉପରେ ତୀର ମାଡ଼ କରିଥିଲେ ଫଳରେ ବନ କର୍ମଚାରୀ ବାଧ୍ୟ ହୋଇ ଫାଙ୍କା ଗୁଳି ଚାଳନା କରିଥିଲା। ବନବିଭାଗର ଆକ୍ରଣାତ୍ମକ ପନ୍ଥା ଦେଖୀ ଶିକାରୀ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଶିକାରୀ ଛାଡି ପଳାଇଥିବା ଦୁଇଟି ଦେଶୀ ବନ୍ଧୁକ ଏବଂ ଅନେକ ଧନୁ ତୀର ଓ ମାରଣାସ୍ତ୍ରକୁ ଜବତ କରିଛି ବନବିଭାଗ।

ରେଞ୍ଜ ଅଧିକାରୀ ଶୈଳେନ୍ଦ୍ର କୁମାର ଦାସ ଏହି ଚଢ଼ାଉରେ ନେତୃତ୍ୱ ନେଇଥିବା ବେଳେ ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି କହିଛନ୍ତି। ତେବେ ଘଟଣାରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଥିବା ଖବର ପହଞ୍ଚିଛି । ମୃତ ଶିକାରୀଙ୍କ ନାଁ ଜଗନ୍ନାଥ ହେମ୍ରମ ବୋଲି ଜଣା ପଡ଼ିଛି। କିପରି ମୃତ୍ୟୁ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ବାଙ୍ଗିରିପୋଷି ଥାନା ସୁନାପୋଷୀ ଗ୍ରାମରେ ତାଙ୍କର ମୃତଦେହ ରହିଛି । ଏନେଇ କେହି ଅଭିଯୋଗ କରିନାହାନ୍ତି । ଗ୍ରାମବାସୀଙ୍କ ବୈଠକ ଚାଲିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ସୂଚନା କି, ଗତ ୨୨ ତାରିଖ ଶିମିଳିପାଳ ନଅଣା ରେଞ୍ଜରେ ଶିକାରୀଙ୍କ ଗୁଳିମାଡରେ ଜଣେ ବନରକ୍ଷୀ ନିହତ ହୋଇଥିଲେ । ଆଜି ତାଙ୍କର ଏକାଦଶାହ । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବନ୍ୟ ଜନ୍ତୁଙ୍କ ସୁରକ୍ଷା ଏବଂ ବନ କର୍ମଚାରୀ ଙ୍କ ସୁରକ୍ଷା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରଶାସନିକ ସ୍ତରରେ ବନ କର୍ମଚାରୀ ଓ ପୁଲିସର ମିଳିତ ଟିମ ଗଠନ କରାଯାଇ ଶିମିଳିପାଳ ଅଭୟାରଣ୍ୟର ଭିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବନରକ୍ଷୀ ହତ୍ୟା ମାମଲାରେ ୨୬ ଜଣ ଶିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭ ଜଣକୁ ଗିରଫ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର