ମହିଳାଙ୍କୁ ସମ୍ମାନ ଦେବା ବିଜେପି ଶିଖିବା ଆବଶ୍ୟକ, ନହେଲେ ରାଜ୍ୟବାସୀ ଉଚିତ ଜବାବ୍‌ ଦେବେ : ଲେନିନ୍‌ ମହାନ୍ତି

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱରର କପିଳେଶ୍ୱର ମନ୍ଦିରକୁ ନେଇ ଏଏସ୍‌ଆଇର ବିଜ୍ଞପ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ରାଜନୀତି ଧରାପଡିଯିବା ପରେ ସେ ବେଶ୍‌ କ୍ରୋଧିତ ହୋଇ ପଡିଥିବା ଜଣାପଡୁଛି । ସେ ନିଜ ଭୁଲ ସ୍ୱିକାର କରିବା ପରିବର୍ତ୍ତେ ଗଣମାଧ୍ୟମରେ ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି । ନିର୍ବାଚନ ସମୟରେ ମହିଳା ମାନଙ୍କୁ ଅପମାନିତ କରିବା ରଣନୀତିକୁ ଆପଣେଇଥିବା ବିଜେପି ବାରମ୍ବାର ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହେଉଥିବ ବୋଲି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‌ ମହାନ୍ତି କହିଛନ୍ତି […]

ଭୁବନେଶ୍ୱର : ଭୁବନେଶ୍ୱରର କପିଳେଶ୍ୱର ମନ୍ଦିରକୁ ନେଇ ଏଏସ୍‌ଆଇର ବିଜ୍ଞପ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ରାଜନୀତି ଧରାପଡିଯିବା ପରେ ସେ ବେଶ୍‌ କ୍ରୋଧିତ ହୋଇ ପଡିଥିବା ଜଣାପଡୁଛି । ସେ ନିଜ ଭୁଲ ସ୍ୱିକାର କରିବା ପରିବର୍ତ୍ତେ ଗଣମାଧ୍ୟମରେ ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି । ନିର୍ବାଚନ ସମୟରେ ମହିଳା ମାନଙ୍କୁ ଅପମାନିତ କରିବା ରଣନୀତିକୁ ଆପଣେଇଥିବା ବିଜେପି ବାରମ୍ବାର ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହେଉଥିବ ବୋଲି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‌ ମହାନ୍ତି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଆଜି ଶଙ୍ଖ ଭବନ ଠାରେ ଡ. ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କପିଳେଶ୍ୱର ମନ୍ଦିରକୁ ନେଇ ଯେଉଁ ରାଜନୀତି କଲେ ସେଥିରେ ତାଙ୍କର ଭୁଲ୍‌କୁ ଆମେ ଜଣାଇ ଦେଇଥିଲୁ । କିନ୍ତୁ ଶ୍ରୀ ପ୍ରଧାନ ଏଥିରେ କ୍ରୋଧିତ ହୋଇପଡିଛନ୍ତି । ଏହା ବଦଳରେ କେନ୍ଦ୍ରମନ୍ତ୍ରୀ ନିଜର ଭୁଲ୍‌ ସ୍ୱିକାର କରିନେବା ଯଥାର୍ଥ ଥିଲା । ହେଲେ ସେ ଏପରି କଲେ ନାହିଁ । କିନ୍ତୁ ଆଜି ଗଣମାଧ୍ୟମରେ ମହିଳାଙ୍କୁ ସମ୍ମାନ ଦେବା କଥା କହୁଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ଯେ ପଦ୍ମପୁର ଓ ଝାରସୁଗୁଡ଼ା ଉପ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଓଡ଼ିଶା ବିଜେପିର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବର୍ଷା ସିଂ ବରିହା ତଥା ଦୀପାଲି ଦାସଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ କଲେ । ନିଜ ପିତାଙ୍କୁ ହରାଇ ରାଜନୀତିରେ ପାଦ ଥାପିବା ପାଇଁ ଉଦ୍ୟମ କରୁଥିବା ଦୁଇ ମହିଳାଙ୍କୁ ବିଜେପି ନେତାମାନେ ବଦନାମ କରିବା ପାଇଁ ହୀନ ଉଦ୍ୟମ କଲେ ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ଡ. ମହାନ୍ତି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ତାଙ୍କର ସହକର୍ମୀମାନେ ପଦ୍ମପୁର ଉପ ନିର୍ବାଚନ ସମୟରେ ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରି ପରାଜୟର ସମ୍ମୁଖୀନ ହେଲେ । ହେଲେ ଏଥିରୁ ସେମାନେ କିଛି ଶିକ୍ଷା ଗ୍ରହଣ କଲେ ନାହିଁ । ଝାରସୁଗୁଡ଼ା ଉପ ନିର୍ବାଚନରେ ମଧ୍ୟ ଦୀପାଲି ଦାସଙ୍କ ପ୍ରତି ଅନରୂପ ଆଚରଣ ପ୍ରଦର୍ଶନ କରି ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହେଲେ । ବିଜେଡି ପ୍ରାର୍ଥୀନି ଦୀପାଲି ବୃହତ ବିଜୟ ହାସଲ କଲେ । ଆମେ ଏଠି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁଛୁ ଯେ ଆପଣମାନେ କାହିଁକି ସବୁବେଳେ ଓଡ଼ିଶାର ମିଶନ୍‌ ଶକ୍ତି ମହିଳାମାନଙ୍କୁ ଅପମାନିତ କରୁଛନ୍ତି? ମହିଳାମାନଙ୍କ ପ୍ରତି ଅପରାଧୀଙ୍କ ଭଳି ବ୍ୟବହାର କରୁଛନ୍ତି । ସେମାନେ ବି କାହାର ମା’, କାହାର ଭଉଣୀ । ନିଜ ଉଦ୍ୟମରେ ସେମାନେ ନିଜ ପାଇଁ ସମାଜରେ ପରିଚୟ ସୃଷ୍ଟି କରିଛନ୍ତି । ସମ୍ମାନର ସହ ଜୀବନ ବିତାଉଛନ୍ତି । ଏହା ବିଜେପି ନେତାଙ୍କୁ ଦେଖାଯାଉ ନାହିଁ ।

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

ଡ. ମହାନ୍ତି ଆହୁରି କହିଛନ୍ତି, ଏ ସବୁ ସତ୍ତେ୍ୱ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ବିଜେପି ନେତାମାନେ ମହିଳାମାନଙ୍କୁ ଅସମ୍ମାନ ପ୍ରଦର୍ଶନ ବନ୍ଦ କରୁ ନାହାନ୍ତି । ଏହା ଆମ ରାଜ୍ୟର ମହିଳାମାନଙ୍କୁ ବେଶ୍‌ ବାଧିଛି । ସେଥିପାଇଁ ଗତବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନରେ ସେମାନେ ବିଜେପିକୁ ପରାଜୟ ଭେଟି ଦେଇଥିଲେ । କିନ୍ତୁ ସେଥିରୁ ଓଡ଼ିଶା ବିଜେପି କିଛି ଶିକ୍ଷା ଗ୍ରହଣ କଲା ନାହିଁ । ଆଗକୁ ମଧ୍ୟ ଅନୁରୂପ କାର୍ଯ୍ୟ ପାଇଁ ଲୋକେ ଉଚିତ ଜବାବ୍‌ ଦେବେ ବୋଲି ଡ. ମହାନ୍ତି କହିଛନ୍ତି ।

16 May 2023 By The Sakala

ମହିଳାଙ୍କୁ ସମ୍ମାନ ଦେବା ବିଜେପି ଶିଖିବା ଆବଶ୍ୟକ, ନହେଲେ ରାଜ୍ୟବାସୀ ଉଚିତ ଜବାବ୍‌ ଦେବେ : ଲେନିନ୍‌ ମହାନ୍ତି

ଭୁବନେଶ୍ୱର : ଭୁବନେଶ୍ୱରର କପିଳେଶ୍ୱର ମନ୍ଦିରକୁ ନେଇ ଏଏସ୍‌ଆଇର ବିଜ୍ଞପ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ରାଜନୀତି ଧରାପଡିଯିବା ପରେ ସେ ବେଶ୍‌ କ୍ରୋଧିତ ହୋଇ ପଡିଥିବା ଜଣାପଡୁଛି । ସେ ନିଜ ଭୁଲ ସ୍ୱିକାର କରିବା ପରିବର୍ତ୍ତେ ଗଣମାଧ୍ୟମରେ ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି । ନିର୍ବାଚନ ସମୟରେ ମହିଳା ମାନଙ୍କୁ ଅପମାନିତ କରିବା ରଣନୀତିକୁ ଆପଣେଇଥିବା ବିଜେପି ବାରମ୍ବାର ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହେଉଥିବ ବୋଲି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‌ ମହାନ୍ତି କହିଛନ୍ତି ।

ଆଜି ଶଙ୍ଖ ଭବନ ଠାରେ ଡ. ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କପିଳେଶ୍ୱର ମନ୍ଦିରକୁ ନେଇ ଯେଉଁ ରାଜନୀତି କଲେ ସେଥିରେ ତାଙ୍କର ଭୁଲ୍‌କୁ ଆମେ ଜଣାଇ ଦେଇଥିଲୁ । କିନ୍ତୁ ଶ୍ରୀ ପ୍ରଧାନ ଏଥିରେ କ୍ରୋଧିତ ହୋଇପଡିଛନ୍ତି । ଏହା ବଦଳରେ କେନ୍ଦ୍ରମନ୍ତ୍ରୀ ନିଜର ଭୁଲ୍‌ ସ୍ୱିକାର କରିନେବା ଯଥାର୍ଥ ଥିଲା । ହେଲେ ସେ ଏପରି କଲେ ନାହିଁ । କିନ୍ତୁ ଆଜି ଗଣମାଧ୍ୟମରେ ମହିଳାଙ୍କୁ ସମ୍ମାନ ଦେବା କଥା କହୁଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ଯେ ପଦ୍ମପୁର ଓ ଝାରସୁଗୁଡ଼ା ଉପ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଓଡ଼ିଶା ବିଜେପିର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବର୍ଷା ସିଂ ବରିହା ତଥା ଦୀପାଲି ଦାସଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ କଲେ । ନିଜ ପିତାଙ୍କୁ ହରାଇ ରାଜନୀତିରେ ପାଦ ଥାପିବା ପାଇଁ ଉଦ୍ୟମ କରୁଥିବା ଦୁଇ ମହିଳାଙ୍କୁ ବିଜେପି ନେତାମାନେ ବଦନାମ କରିବା ପାଇଁ ହୀନ ଉଦ୍ୟମ କଲେ ।

ଡ. ମହାନ୍ତି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ତାଙ୍କର ସହକର୍ମୀମାନେ ପଦ୍ମପୁର ଉପ ନିର୍ବାଚନ ସମୟରେ ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରି ପରାଜୟର ସମ୍ମୁଖୀନ ହେଲେ । ହେଲେ ଏଥିରୁ ସେମାନେ କିଛି ଶିକ୍ଷା ଗ୍ରହଣ କଲେ ନାହିଁ । ଝାରସୁଗୁଡ଼ା ଉପ ନିର୍ବାଚନରେ ମଧ୍ୟ ଦୀପାଲି ଦାସଙ୍କ ପ୍ରତି ଅନରୂପ ଆଚରଣ ପ୍ରଦର୍ଶନ କରି ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହେଲେ । ବିଜେଡି ପ୍ରାର୍ଥୀନି ଦୀପାଲି ବୃହତ ବିଜୟ ହାସଲ କଲେ । ଆମେ ଏଠି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁଛୁ ଯେ ଆପଣମାନେ କାହିଁକି ସବୁବେଳେ ଓଡ଼ିଶାର ମିଶନ୍‌ ଶକ୍ତି ମହିଳାମାନଙ୍କୁ ଅପମାନିତ କରୁଛନ୍ତି? ମହିଳାମାନଙ୍କ ପ୍ରତି ଅପରାଧୀଙ୍କ ଭଳି ବ୍ୟବହାର କରୁଛନ୍ତି । ସେମାନେ ବି କାହାର ମା’, କାହାର ଭଉଣୀ । ନିଜ ଉଦ୍ୟମରେ ସେମାନେ ନିଜ ପାଇଁ ସମାଜରେ ପରିଚୟ ସୃଷ୍ଟି କରିଛନ୍ତି । ସମ୍ମାନର ସହ ଜୀବନ ବିତାଉଛନ୍ତି । ଏହା ବିଜେପି ନେତାଙ୍କୁ ଦେଖାଯାଉ ନାହିଁ ।

ଡ. ମହାନ୍ତି ଆହୁରି କହିଛନ୍ତି, ଏ ସବୁ ସତ୍ତେ୍ୱ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ବିଜେପି ନେତାମାନେ ମହିଳାମାନଙ୍କୁ ଅସମ୍ମାନ ପ୍ରଦର୍ଶନ ବନ୍ଦ କରୁ ନାହାନ୍ତି । ଏହା ଆମ ରାଜ୍ୟର ମହିଳାମାନଙ୍କୁ ବେଶ୍‌ ବାଧିଛି । ସେଥିପାଇଁ ଗତବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନରେ ସେମାନେ ବିଜେପିକୁ ପରାଜୟ ଭେଟି ଦେଇଥିଲେ । କିନ୍ତୁ ସେଥିରୁ ଓଡ଼ିଶା ବିଜେପି କିଛି ଶିକ୍ଷା ଗ୍ରହଣ କଲା ନାହିଁ । ଆଗକୁ ମଧ୍ୟ ଅନୁରୂପ କାର୍ଯ୍ୟ ପାଇଁ ଲୋକେ ଉଚିତ ଜବାବ୍‌ ଦେବେ ବୋଲି ଡ. ମହାନ୍ତି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର