ରଜ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

The Sakala Picture
Published On

ଭୁବନେଶ୍ୱର: ଜୁନ୍‌‌ ୧୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼଼ିବା ନେଇ ପାଗ ଅନୁକୂଳ ରହିଛି। ଏହା ଦ୍ୱାରା ଆସନ୍ତା ୨୦ ତାରିଖ ସୁଦ୍ଧା ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ଥିବା ବେଳେ ୨୨ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଆଚ୍ଛାଦିତ କରିବାର ସମ୍ଭାବନା ରହିଛି। ସାଧାରଣ ଭାବେ ଏହି ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ […]

ଭୁବନେଶ୍ୱର: ଜୁନ୍‌‌ ୧୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼଼ିବା ନେଇ ପାଗ ଅନୁକୂଳ ରହିଛି। ଏହା ଦ୍ୱାରା ଆସନ୍ତା ୨୦ ତାରିଖ ସୁଦ୍ଧା ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ଥିବା ବେଳେ ୨୨ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଆଚ୍ଛାଦିତ କରିବାର ସମ୍ଭାବନା ରହିଛି। ସାଧାରଣ ଭାବେ ଏହି ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ ଓ ଚଳିତ ବର୍ଷ ମଧ୍ୟ ସ୍ୱାଭାବିକ ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଉଛି। ସେହିପରି ଏହାର ୯ ଦିନ ପରେ ଅର୍ଥାତ ଜୁନ ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଏହି ତାରିଖ ୫ ଦିନ ଏପାଖ ସେପାଖ ହେଲେ ମଧ୍ୟ ଏହାକୁ ସ୍ୱାଭାବିକ କୁହାଯାଉଥିବା ବେଳେ କେରଳ ଛୁଇଁବାର ୧୦-୧୨ ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଯେହେତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟରେ କେରଳ ଛୁଇଁବାର ସମ୍ଭାବନା ରହିଛି, ତେଣୁ ରଜ ସୁଦ୍ଧା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା ରହିଛି। ଅନ୍ୟପଟେ ଚଳିତ ମେ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସାଧାରଣତଃ ମୌସୁମୀ ଆସିବା ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ମୌସୁମୀ ବାୟୁ ଭିଡ଼ି ଆଣିବାରେ ସହାୟକ ହୋଇଥାଏ। ଚଳିତ ବର୍ଷ ସଠିକ ସମୟରେ ଏହି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ମେ ଶେଷ ଆଡ଼କୁ ପ୍ରାକ୍‌‌ ମୌସୁମୀ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବା ନେଇ ଆଇଏମଡି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

16 May 2023 By The Sakala

ରଜ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଜୁନ୍‌‌ ୧୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼଼ିବା ନେଇ ପାଗ ଅନୁକୂଳ ରହିଛି। ଏହା ଦ୍ୱାରା ଆସନ୍ତା ୨୦ ତାରିଖ ସୁଦ୍ଧା ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ଥିବା ବେଳେ ୨୨ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଆଚ୍ଛାଦିତ କରିବାର ସମ୍ଭାବନା ରହିଛି। ସାଧାରଣ ଭାବେ ଏହି ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ ଓ ଚଳିତ ବର୍ଷ ମଧ୍ୟ ସ୍ୱାଭାବିକ ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଉଛି। ସେହିପରି ଏହାର ୯ ଦିନ ପରେ ଅର୍ଥାତ ଜୁନ ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି।

ଏହି ତାରିଖ ୫ ଦିନ ଏପାଖ ସେପାଖ ହେଲେ ମଧ୍ୟ ଏହାକୁ ସ୍ୱାଭାବିକ କୁହାଯାଉଥିବା ବେଳେ କେରଳ ଛୁଇଁବାର ୧୦-୧୨ ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଯେହେତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟରେ କେରଳ ଛୁଇଁବାର ସମ୍ଭାବନା ରହିଛି, ତେଣୁ ରଜ ସୁଦ୍ଧା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା ରହିଛି। ଅନ୍ୟପଟେ ଚଳିତ ମେ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସାଧାରଣତଃ ମୌସୁମୀ ଆସିବା ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ମୌସୁମୀ ବାୟୁ ଭିଡ଼ି ଆଣିବାରେ ସହାୟକ ହୋଇଥାଏ। ଚଳିତ ବର୍ଷ ସଠିକ ସମୟରେ ଏହି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ମେ ଶେଷ ଆଡ଼କୁ ପ୍ରାକ୍‌‌ ମୌସୁମୀ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବା ନେଇ ଆଇଏମଡି ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର