ଆଜିଠୁ ଭୁବନେଶ୍ୱର-ଦୁବାଇ ବିମାନ ସେବା; ନିଜ ଉଦ୍ୟମରେ ବିଦେଶକୁ ବିମାନ ଉଡ଼ାଣରେ ଓଡ଼ିଶା ପ୍ରଥମ ରାଜ୍ୟ

The Sakala Picture
Published On

ଭୁବନେଶ୍ୱର: ଶେଷ ହୋଇଛି ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଯାତ୍ରାର ପ୍ରତୀକ୍ଷା। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଆର୍ଥିକ ସହଯୋଗ ଭୁବନେଶ୍ୱର-ଦୁବାଇ ବିମାନ ଯାତ୍ରା ପାଇଁ ପଥ ପରିଷ୍କାର କରିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ। ଏହି ପଦକ୍ଷେପ ପରେ ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ଆଜି ସନ୍ଧ୍ୟା […]

ଭୁବନେଶ୍ୱର: ଶେଷ ହୋଇଛି ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଯାତ୍ରାର ପ୍ରତୀକ୍ଷା। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଆର୍ଥିକ ସହଯୋଗ ଭୁବନେଶ୍ୱର-ଦୁବାଇ ବିମାନ ଯାତ୍ରା ପାଇଁ ପଥ ପରିଷ୍କାର କରିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ। ଏହି ପଦକ୍ଷେପ ପରେ ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଆଜି ସନ୍ଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବ ଓ ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ। ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଉକ୍ତ ବିମାନରେ ପ୍ରମୁଖ ବିଭାଗର ଅଧିକାରୀ, ମିଶନଶକ୍ତି ମହିଳା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ବୈଜ୍ଞାନିକମାନଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ମଧ୍ୟ ଗସ୍ତ କରିବେ। ସେହିଭଳି ମଙ୍ଗଳବାର ଦୁବାଇରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଦୁବାଇରେ ରହୁଥିବା ଭାରତର କନସୁଲ ଜେନେରାଲ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ଯାତ୍ରୀଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବ। ଦୁବାଇରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ଉପସ୍ଥିତ ରହିବେ। ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ସହ ଯୋଡ଼ିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ମଧ୍ୟପ୍ରାଚ୍ୟ, ୟୁରୋପ ଏବଂ ପଶ୍ଚିମ ଦେଶକୁ ଯିବା ପାଇଁ ଦୁବାଇ ପ୍ରବେଶ ଦ୍ୱାର ହୋଇଥିବା ବେଳେ ପୂର୍ବ ଏସୀୟ ଦେଶକୁ ଯିବା ଆସିବା ପାଇଁ ସିଙ୍ଗାପୁର ଓ ବ୍ୟାଙ୍କକ୍‌‌ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାର ସିଙ୍ଗାପୁର ଓ ଦୁବାଇ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଦୁବାଇଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ମୁଖ୍ୟମନ୍ତ୍ରୀ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛନ୍ତି। ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱର-ସିଙ୍ଗାପୁର-ବ୍ୟାଙ୍କକ୍‌‌ ବିମାନ ସେବା ଆରମ୍ଭ ହେବ। ଏଥିପାଇ ଇଣ୍ଡିଗୋ ଏୟାର ଲାଇନ୍ସ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଛି। ଭୁବନେଶ୍ୱର-ଦୁବାଇ ମଧ୍ୟରେ ଯିବା ଆସିବା ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସପ୍ତାହରେ ତିନି ଦିନ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ କରିବ। ସୋମବାର, ବୁଧବାର ଓ ଶୁକ୍ରବାର ଦିନ ବିମାନ ଚଳାଚଳ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨କୁ ପ୍ରସ୍ତୁତ କରାଯାଇଛି। ଇମିଗ୍ରେସନ୍‌‌ ଓ କଷ୍ଟମ ବିଭାଗର କାଉଣ୍ଟର ଖୋଲାଯାଇଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ବିକାଶର ଏକ ବଡ଼ ଭାଗ। ଏମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସହ ଯୋଡ଼ିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ କରାଯାଉଛି। ସେହିଭଳି ପ୍ରବାସୀ ଓଡ଼ିଆମାନଙ୍କ ମାଧ୍ୟମରେ ରାଜ୍ୟକୁ ବିଦେଶୀ ମୁଦ୍ରା ଆସିଥାଏ। ବିଦେଶୀ ମୁଦ୍ରାର ଆମଦାନୀ ବଢ଼଼ିଲେ ରାଜ୍ୟର ପ୍ରଗତିଶୀଳ ହେବ। ଏହା ବ୍ୟତୀତ ପ୍ରବାସୀ ଭାରତୀୟମାନଙ୍କ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ଦୁବାଇ ବାସିନ୍ଦାମାନେ ଜାଣିପାରିବେ। ବିଶ୍ୱର ପଶ୍ଚିମ ଭାଗକୁ ଯାତ୍ରା କରୁଥିବା ଏସୀୟ ଦେଶଗୁଡ଼ିକ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଦେଇ ଯାତ୍ରା କରନ୍ତି। ସେହିଭଳି ପୂର୍ବୀୟ ଦେଶଗୁଡ଼ିକୁ ଯିବା ପାଇଁ ସିଙ୍ଗାପୁର ଏକ ପ୍ରମୁଖ ମାଧ୍ୟମ। ଏହି ଦୁଇ ଦେଶକୁ ବିମାନ ଚଳାଚଳ ପର୍ଯ୍ୟଟନ ବିଭାଗକୁ ଉତ୍ସାହିତ କରିଛି। ସେଠାରେ ଥିବା ଓଡ଼ିଆ ସମାଜ ସହ ଆମେ ସୁଦୃଢ଼ ଯୋଗାଯୋଗ ସ୍ଥାପନ କରିବାକୁ ଚାହୁଁଛି। ସ୍ଥାନୀୟ ଟୁରିଷ୍ଟ ଏଜେଣ୍ଟମାନଙ୍କ ସହାୟତାରେ ଏକ ଇକୋ ସିଷ୍ଟମ ଡେଭଲପ୍‌‌ କରାଯାଉଛି। ଏଥିପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ସ୍ୱତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିଛି। ଯାତ୍ରୀମାନେ ଆସି ରହିବାଠାରୁ ଆରମ୍ଭ କରି ରହଣି, ଖାଦ୍ୟପେୟ ଓ ଫେରିବା ପର୍ଯ୍ୟନ୍ତର ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସେହିଭଳି ଦୁବାଇରେ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରଚାର ପ୍ରସାର କରାଯିବା ସହ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଦେଶ ଭାବେ ଜଣାଶୁଣା ସିଙ୍ଗାପୁର ସହ ସମ୍ପର୍କ ସାଧନ ସମ୍ଭବପର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।

15 May 2023 By The Sakala

ଆଜିଠୁ ଭୁବନେଶ୍ୱର-ଦୁବାଇ ବିମାନ ସେବା; ନିଜ ଉଦ୍ୟମରେ ବିଦେଶକୁ ବିମାନ ଉଡ଼ାଣରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: ଶେଷ ହୋଇଛି ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଯାତ୍ରାର ପ୍ରତୀକ୍ଷା। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଆର୍ଥିକ ସହଯୋଗ ଭୁବନେଶ୍ୱର-ଦୁବାଇ ବିମାନ ଯାତ୍ରା ପାଇଁ ପଥ ପରିଷ୍କାର କରିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ। ଏହି ପଦକ୍ଷେପ ପରେ ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।

ଆଜି ସନ୍ଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବ ଓ ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ। ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଉକ୍ତ ବିମାନରେ ପ୍ରମୁଖ ବିଭାଗର ଅଧିକାରୀ, ମିଶନଶକ୍ତି ମହିଳା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ବୈଜ୍ଞାନିକମାନଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ମଧ୍ୟ ଗସ୍ତ କରିବେ। ସେହିଭଳି ମଙ୍ଗଳବାର ଦୁବାଇରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଦୁବାଇରେ ରହୁଥିବା ଭାରତର କନସୁଲ ଜେନେରାଲ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ଯାତ୍ରୀଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବ। ଦୁବାଇରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ଉପସ୍ଥିତ ରହିବେ। ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ସହ ଯୋଡ଼ିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ମଧ୍ୟପ୍ରାଚ୍ୟ, ୟୁରୋପ ଏବଂ ପଶ୍ଚିମ ଦେଶକୁ ଯିବା ପାଇଁ ଦୁବାଇ ପ୍ରବେଶ ଦ୍ୱାର ହୋଇଥିବା ବେଳେ ପୂର୍ବ ଏସୀୟ ଦେଶକୁ ଯିବା ଆସିବା ପାଇଁ ସିଙ୍ଗାପୁର ଓ ବ୍ୟାଙ୍କକ୍‌‌ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାର ସିଙ୍ଗାପୁର ଓ ଦୁବାଇ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି।

ଦୁବାଇଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ମୁଖ୍ୟମନ୍ତ୍ରୀ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛନ୍ତି। ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱର-ସିଙ୍ଗାପୁର-ବ୍ୟାଙ୍କକ୍‌‌ ବିମାନ ସେବା ଆରମ୍ଭ ହେବ। ଏଥିପାଇ ଇଣ୍ଡିଗୋ ଏୟାର ଲାଇନ୍ସ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଛି। ଭୁବନେଶ୍ୱର-ଦୁବାଇ ମଧ୍ୟରେ ଯିବା ଆସିବା ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସପ୍ତାହରେ ତିନି ଦିନ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ କରିବ। ସୋମବାର, ବୁଧବାର ଓ ଶୁକ୍ରବାର ଦିନ ବିମାନ ଚଳାଚଳ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨କୁ ପ୍ରସ୍ତୁତ କରାଯାଇଛି। ଇମିଗ୍ରେସନ୍‌‌ ଓ କଷ୍ଟମ ବିଭାଗର କାଉଣ୍ଟର ଖୋଲାଯାଇଛି।

ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ବିକାଶର ଏକ ବଡ଼ ଭାଗ। ଏମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସହ ଯୋଡ଼ିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ କରାଯାଉଛି। ସେହିଭଳି ପ୍ରବାସୀ ଓଡ଼ିଆମାନଙ୍କ ମାଧ୍ୟମରେ ରାଜ୍ୟକୁ ବିଦେଶୀ ମୁଦ୍ରା ଆସିଥାଏ। ବିଦେଶୀ ମୁଦ୍ରାର ଆମଦାନୀ ବଢ଼଼ିଲେ ରାଜ୍ୟର ପ୍ରଗତିଶୀଳ ହେବ। ଏହା ବ୍ୟତୀତ ପ୍ରବାସୀ ଭାରତୀୟମାନଙ୍କ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ଦୁବାଇ ବାସିନ୍ଦାମାନେ ଜାଣିପାରିବେ। ବିଶ୍ୱର ପଶ୍ଚିମ ଭାଗକୁ ଯାତ୍ରା କରୁଥିବା ଏସୀୟ ଦେଶଗୁଡ଼ିକ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଦେଇ ଯାତ୍ରା କରନ୍ତି। ସେହିଭଳି ପୂର୍ବୀୟ ଦେଶଗୁଡ଼ିକୁ ଯିବା ପାଇଁ ସିଙ୍ଗାପୁର ଏକ ପ୍ରମୁଖ ମାଧ୍ୟମ। ଏହି ଦୁଇ ଦେଶକୁ ବିମାନ ଚଳାଚଳ ପର୍ଯ୍ୟଟନ ବିଭାଗକୁ ଉତ୍ସାହିତ କରିଛି। ସେଠାରେ ଥିବା ଓଡ଼ିଆ ସମାଜ ସହ ଆମେ ସୁଦୃଢ଼ ଯୋଗାଯୋଗ ସ୍ଥାପନ କରିବାକୁ ଚାହୁଁଛି। ସ୍ଥାନୀୟ ଟୁରିଷ୍ଟ ଏଜେଣ୍ଟମାନଙ୍କ ସହାୟତାରେ ଏକ ଇକୋ ସିଷ୍ଟମ ଡେଭଲପ୍‌‌ କରାଯାଉଛି। ଏଥିପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ସ୍ୱତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିଛି। ଯାତ୍ରୀମାନେ ଆସି ରହିବାଠାରୁ ଆରମ୍ଭ କରି ରହଣି, ଖାଦ୍ୟପେୟ ଓ ଫେରିବା ପର୍ଯ୍ୟନ୍ତର ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସେହିଭଳି ଦୁବାଇରେ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରଚାର ପ୍ରସାର କରାଯିବା ସହ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଦେଶ ଭାବେ ଜଣାଶୁଣା ସିଙ୍ଗାପୁର ସହ ସମ୍ପର୍କ ସାଧନ ସମ୍ଭବପର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର