ଏବର୍ଷ ୧୦୬ ହାଇସ୍କୁଲ୍‌‌ରେ ଖୋଲିବ ଦ୍ୱାଦଶ ଶ୍ରେଣୀ, ଭିତ୍ତିଭୂମି ବିକାଶ ଓ ନିଯୁକ୍ତିକୁ ବିଭାଗର ଗୁରୁତ୍ୱ

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷରୁ ରାଜ୍ୟର ୧୦୬ ହାଇସ୍କୁଲରେ ଖୋଲିବ ଦ୍ୱାଦଶ ଶ୍ରେଣୀ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ସ୍କୁଲ ଗୁଡ଼ିକରେ ନିଯୁକ୍ତି ସହିତ ଭିତ୍ତିଭୂମି ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଗୁରତ୍ୱ ଦେଉଛି। ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟିରେ ବିଜ୍ଞାନ ଓ କଳା ପଢ଼ାଯିବାକୁ ଥିବାବେଳେ ଅବଶିଷ୍ଟ ଶହେଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କେବଳ କଳାରେ +୨ ଅଧ୍ୟୟନ କରିବେ। ତେବେ ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼଼ା ଉପଯୋଗୀ କରିବା ପାଇଁ ଗଣଶିକ୍ଷା […]

ଭୁବନେଶ୍ୱର: ଚଳିତ ବର୍ଷରୁ ରାଜ୍ୟର ୧୦୬ ହାଇସ୍କୁଲରେ ଖୋଲିବ ଦ୍ୱାଦଶ ଶ୍ରେଣୀ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ସ୍କୁଲ ଗୁଡ଼ିକରେ ନିଯୁକ୍ତି ସହିତ ଭିତ୍ତିଭୂମି ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଗୁରତ୍ୱ ଦେଉଛି। ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟିରେ ବିଜ୍ଞାନ ଓ କଳା ପଢ଼ାଯିବାକୁ ଥିବାବେଳେ ଅବଶିଷ୍ଟ ଶହେଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କେବଳ କଳାରେ +୨ ଅଧ୍ୟୟନ କରିବେ। ତେବେ ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼଼ା ଉପଯୋଗୀ କରିବା ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛି। ନୂଆ ଶିକ୍ଷା ବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବାକୁ ଥିବାବେଳେ ହାଇସ୍କୁଲ କ୍ୟାମ୍ପସ୍‌‌ରେ କିପରି ଜୁନିଅର କଲେଜ ଚାଲିବ ସେଥିପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହିଁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ। ଦୈନିକ ଦୁଇଟି ସିଫ୍ଟରେ ସ୍କୁଲ ଚାଲିବାକୁ ଥିବାବେଳେ କ୍ଲାସ୍‌‌ରୁମ ଅଭାବ ଥିଲେ ଉଚ୍ଚ ମାଧ୍ୟମିକ ସ୍କୁଲ ସକାଳ ୭ଟାରୁ ୧୧ଟା ମଧ୍ୟରେ ଚାଲିବାକୁ ଥିବାବେଳେ ଦିନ ୧୧ରୁ ଅପରାହ୍ଣ ୪ଟା ୩୦ ମିନିଟ୍‌‌ ଯାଏଁ ହାଇସ୍କୁଲ ଚାଲିବ। ଯୁକ୍ତ ଦୁଇରେ ଦୁଇଟି ସେକସନ୍‌‌ ହେବାକୁ ଥିବାବେଳେ ପ୍ରତି ସେକସନ୍‌‌ରେ ସର୍ବାଧିକ ୬୪ ଜଣ ଛାତ୍ରଛାତ୍ରୀ ରହିବେ। ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼ାଯିବ। ସେହିପରି ପ୍ରତ୍ୟେକ ସ୍କୁଲ୍‌‌ରେ କଳା ପାଇଁ ୬ଟି ପିଜିଟି ଓ ବିଜ୍ଞାନ ପାଇଁ ୭ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବାବେଳେ ୬୪୨ ଜଣ ପିଜିଟି ନୂଆ ନିଯୁକ୍ତି ପାଇବେ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅଫଲାଇନ୍‌‌ ଏବଂ ଅନ୍‌‌ଲାଇନ ଉପାୟରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବାକୁ ଥିବାବେଳେ ସମ୍ପୃକ୍ତ ସ୍କୁଲରୁ ମାଟ୍ରିକ ପାସ୍‌‌ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖାକୁ +୨ରେ ପ୍ରାଥମିକତା ଦିଆଯିବ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

06 May 2023 By The Sakala

ଏବର୍ଷ ୧୦୬ ହାଇସ୍କୁଲ୍‌‌ରେ ଖୋଲିବ ଦ୍ୱାଦଶ ଶ୍ରେଣୀ, ଭିତ୍ତିଭୂମି ବିକାଶ ଓ ନିଯୁକ୍ତିକୁ ବିଭାଗର ଗୁରୁତ୍ୱ

ଭୁବନେଶ୍ୱର: ଚଳିତ ବର୍ଷରୁ ରାଜ୍ୟର ୧୦୬ ହାଇସ୍କୁଲରେ ଖୋଲିବ ଦ୍ୱାଦଶ ଶ୍ରେଣୀ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ସ୍କୁଲ ଗୁଡ଼ିକରେ ନିଯୁକ୍ତି ସହିତ ଭିତ୍ତିଭୂମି ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଗୁରତ୍ୱ ଦେଉଛି। ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟିରେ ବିଜ୍ଞାନ ଓ କଳା ପଢ଼ାଯିବାକୁ ଥିବାବେଳେ ଅବଶିଷ୍ଟ ଶହେଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କେବଳ କଳାରେ +୨ ଅଧ୍ୟୟନ କରିବେ। ତେବେ ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼଼ା ଉପଯୋଗୀ କରିବା ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛି। ନୂଆ ଶିକ୍ଷା ବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବାକୁ ଥିବାବେଳେ ହାଇସ୍କୁଲ କ୍ୟାମ୍ପସ୍‌‌ରେ କିପରି ଜୁନିଅର କଲେଜ ଚାଲିବ ସେଥିପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।

ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହିଁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ। ଦୈନିକ ଦୁଇଟି ସିଫ୍ଟରେ ସ୍କୁଲ ଚାଲିବାକୁ ଥିବାବେଳେ କ୍ଲାସ୍‌‌ରୁମ ଅଭାବ ଥିଲେ ଉଚ୍ଚ ମାଧ୍ୟମିକ ସ୍କୁଲ ସକାଳ ୭ଟାରୁ ୧୧ଟା ମଧ୍ୟରେ ଚାଲିବାକୁ ଥିବାବେଳେ ଦିନ ୧୧ରୁ ଅପରାହ୍ଣ ୪ଟା ୩୦ ମିନିଟ୍‌‌ ଯାଏଁ ହାଇସ୍କୁଲ ଚାଲିବ। ଯୁକ୍ତ ଦୁଇରେ ଦୁଇଟି ସେକସନ୍‌‌ ହେବାକୁ ଥିବାବେଳେ ପ୍ରତି ସେକସନ୍‌‌ରେ ସର୍ବାଧିକ ୬୪ ଜଣ ଛାତ୍ରଛାତ୍ରୀ ରହିବେ। ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼ାଯିବ। ସେହିପରି ପ୍ରତ୍ୟେକ ସ୍କୁଲ୍‌‌ରେ କଳା ପାଇଁ ୬ଟି ପିଜିଟି ଓ ବିଜ୍ଞାନ ପାଇଁ ୭ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବାବେଳେ ୬୪୨ ଜଣ ପିଜିଟି ନୂଆ ନିଯୁକ୍ତି ପାଇବେ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅଫଲାଇନ୍‌‌ ଏବଂ ଅନ୍‌‌ଲାଇନ ଉପାୟରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବାକୁ ଥିବାବେଳେ ସମ୍ପୃକ୍ତ ସ୍କୁଲରୁ ମାଟ୍ରିକ ପାସ୍‌‌ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖାକୁ +୨ରେ ପ୍ରାଥମିକତା ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର