ବିଶ୍ବ ବଜାରରେ କୋରାପୁଟର ‘ସିବେଟ୍‌’ କଫି, ଗୋଟିଏ କପ୍‌ର ଦାମ୍ ୩ ହଜାର ୫ଶହ ଟଙ୍କା

The Sakala Picture
Published On

କୋରାପୁଟ: ସମଗ୍ର ବିଶ୍ୱରେ କୋରାପୁଟ କଫିର ଚାହିଦା ବଢୁଛି। ଏଠିକାର ଏକ ସମ୍ଭ୍ରାନ୍ତ ‘ସିବେଟ’ କଫି ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ‘ସିବେଟ କ୍ୟାଟ୍‌’ଙ୍କ ମଳରୁ ପ୍ରସ୍ତୁତ କୋରାପୁଟର ଏହି କଫି ବେଶ୍‌ ମୂଲ୍ୟବାନ। ଏପରିକି ଗୋଟିଏ କପ୍‌ କଫିର ଦାମ ୩ ହଜାର ୫ ଶହ ଟଙ୍କାରୁ ଅଧିକ ବୋଲି କୁହାଯାଉଛି। ଓଡ଼ିଶାର କଫି ହବ୍ କୁହାଯାଉଥିବା କୋରାପୁଟ ନିଜର ଉତ୍କୃଷ୍ଟ କଫି ପାଇଁ ବିଶ୍ବ ପ୍ରସିଦ୍ଧ। […]

କୋରାପୁଟ: ସମଗ୍ର ବିଶ୍ୱରେ କୋରାପୁଟ କଫିର ଚାହିଦା ବଢୁଛି। ଏଠିକାର ଏକ ସମ୍ଭ୍ରାନ୍ତ ‘ସିବେଟ’ କଫି ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ‘ସିବେଟ କ୍ୟାଟ୍‌’ଙ୍କ ମଳରୁ ପ୍ରସ୍ତୁତ କୋରାପୁଟର ଏହି କଫି ବେଶ୍‌ ମୂଲ୍ୟବାନ। ଏପରିକି ଗୋଟିଏ କପ୍‌ କଫିର ଦାମ ୩ ହଜାର ୫ ଶହ ଟଙ୍କାରୁ ଅଧିକ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଓଡ଼ିଶାର କଫି ହବ୍ କୁହାଯାଉଥିବା କୋରାପୁଟ ନିଜର ଉତ୍କୃଷ୍ଟ କଫି ପାଇଁ ବିଶ୍ବ ପ୍ରସିଦ୍ଧ। ୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଞ୍ଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା। ଯାହାର ଏବେ ଦେଶ ବିଦେଶରେ ଚାହିଦା ରହିଛି । ଭାରତର କର୍ଣ୍ଣାଟକ ଭଳି କଫି ବହୁଳ ରାଜ୍ୟରେ କଫି ପରି କୋରାପୁଟର କଫି ମଧ୍ୟ ନିଜର ସ୍ବତନ୍ତ୍ର ଗ୍ରାହକ ସୃଷ୍ଟି କରିଛି। କୋରାପୁଟ ନିକଟସ୍ଥ ଛୋଟାଗୁଡ଼ାରେ ବ୍ରାଉନ୍ ଭେଲି କଫି ବଗିଚାର ‘ସିବେଟ କ୍ୟାଟ୍‌’ଙ୍କ ମଳରୁ ପ୍ରସ୍ତୁତ କଫି ଦେଶ ତଥା ବିଦେଶରେ ବେଶ ଚାହିଦା ରହିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ସିବେଟ୍‌ କଫି କ’ଣ ?
ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ସିବେଟ କ୍ୟାଟ୍‌, କଫି ବଗିଚାରେ କଫି ଫଳକୁ ଖାଇବା ପରେ ତାର ମଳରେ ବାହାରୁଥିବା କଫି ବିନରୁ‌ ପ୍ରସ୍ତୁତ ହୁଏ ସିବେଟ କ୍ୟାଟ କଫି। ଏହା ଖୁବ୍‌ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ବିଶ୍ବର ସବୁଠାରୁ ଦାମୀ କଫି ଭାବେ ପରିଚିତ। ପୂର୍ବରୁ ଭିଏତନାମ, ବ୍ରାଜିଲ ଓ ଇଣ୍ଡୋନେସିଆ ଭଳି କଫି ପ୍ରଧାନ ଦେଶରେ ମିଳୁଥିବା ସିବେଟ କ୍ୟାଟ କଫି ବିଶ୍ବ ଦରବାରରେ ସର୍ବୋତ୍କୃଷ୍ଟ କଫି ଭାବେ ପରିଚିତ ହୋଇଥିଲା। ମାତ୍ର କୋରାପୁଟରେ ମଧ୍ୟ ସମାନ ପ୍ରଣାଳୀରେ ସିବେଟ୍ କ୍ୟାଟ୍ କଫି ଚାଷ ବେଶ ଲୋକପ୍ରିୟ ହୋଇପାରିଛି। କୋରାପୁଟ ନିକଟସ୍ଥ ଛୋଟାଗୁଡ଼ାରେ ବ୍ରାଉନ୍‌ ଭ୍ୟାଲିରେ ଏପରି ସିବେଟ କ୍ୟାଟ୍ ଦ୍ବାରା କଫି ତିଆରି କରାଯାଉଛି । ବଣ ଜଙ୍ଗଲରେ ରହୁଥିବା ନେଉଳ ଭଳି ଦେଖାଯାଉଥିବା ଜୀବ କଫି ବଗିଚାକୁ ଆସି ପାଚିଲା ଫଳ ଖାଆନ୍ତି। ଏହାପରେ କଫି ମଞ୍ଜି ତାର ଅନ୍ତନଳୀରେ ପ୍ରାୟ ୮ ରୁ ୧୨ ଘଣ୍ଟା ସମୟ ସ୍ୱତନ୍ତ୍ର ଭାବେ ପାଚନ ପ୍ରକ୍ରିୟା ଦେଇ ଗତି କରିଥାଏ । ପରେ ଏହା ତାଙ୍କ ମଳରେ ବାହାରି ଥାଏ। ଯାହାକୁ ସ୍ବତନ୍ତ୍ର ଯନ୍ତ୍ର ଦ୍ବାରା ସଫା କରାଯାଇ ଉତ୍କୃଷ୍ଟମାନର କଫି ପ୍ରସ୍ତୁତ କରାଯାଉଛି । ଏ ନେଇ କଫି ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି, ବିଶେଷ ପ୍ରଣାଳୀରେ ଏହି ସିବେଟ୍‌ କଫି ପ୍ରସ୍ତୁତ ହେଉଥିବା ବେଳେ ଦେଶର ବଡ଼ ବଡ଼ କାଫେରେ ଏହାର ଚାହିଦା ବହୁତ ରହିଛି। ତେବେ ଗୋଟିଏ କପ୍‌ କଫିର ଦାମ ୩୫ ଶହରୁ ୪ ହଜାର ଯାଏଁ ରହିଥାଏ ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର