ଖରାରେ ଶିଝୁଛି ଓଡ଼ିଶା: ପୁଣି ୪୦ ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ତାତି, ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ ଆଲର୍ଟ ଜାରି…..

The Sakala Picture
Published On

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ କିଛି ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୧.୪ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର […]

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ କିଛି ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୧.୪ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧.୨ ଓ ଭୁବନେଶ୍ବର ୪୦.୪  ଡ଼ିଗ୍ରୀ ତାପମାତ୍ରା ରେକର୍ଡ  କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସେହିପରି-
ଚାନ୍ଦବାଲି: ୪୦.୦ ଡ଼ିଗ୍ରୀ

ହୀରାକୁଦ: ୪୦.୦ ଡ଼ିଗ୍ରୀ

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

କେନ୍ଦୁଝର: ୩୯.୨ ଡ଼ିଗ୍ରୀ

ବାଲେଶ୍ୱର: ୩୮.୪ ଡ଼ିଗ୍ରୀ

ଗୋପାଳପୁର: ୩୪.୬ ଡ଼ିଗ୍ରୀ

ପୁରୀ: ୩୪.୨ ଡ଼ିଗ୍ରୀ

ପାରାଦ୍ୱୀପ: ୩୨.୮ଡ଼ିଗ୍ରୀ

ଖବର ଅନୁଯାୟୀ,  ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବା ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏପ୍ରିଲ ୧୪ରୁ ୧୬ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

13 Apr 2023 By The Sakala

ଖରାରେ ଶିଝୁଛି ଓଡ଼ିଶା: ପୁଣି ୪୦ ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ତାତି, ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ ଆଲର୍ଟ ଜାରି…..

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ କିଛି ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୧.୪ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧.୨ ଓ ଭୁବନେଶ୍ବର ୪୦.୪  ଡ଼ିଗ୍ରୀ ତାପମାତ୍ରା ରେକର୍ଡ  କରାଯାଇଛି।

ସେହିପରି-
ଚାନ୍ଦବାଲି: ୪୦.୦ ଡ଼ିଗ୍ରୀ

ହୀରାକୁଦ: ୪୦.୦ ଡ଼ିଗ୍ରୀ

କେନ୍ଦୁଝର: ୩୯.୨ ଡ଼ିଗ୍ରୀ

ବାଲେଶ୍ୱର: ୩୮.୪ ଡ଼ିଗ୍ରୀ

ଗୋପାଳପୁର: ୩୪.୬ ଡ଼ିଗ୍ରୀ

ପୁରୀ: ୩୪.୨ ଡ଼ିଗ୍ରୀ

ପାରାଦ୍ୱୀପ: ୩୨.୮ଡ଼ିଗ୍ରୀ

ଖବର ଅନୁଯାୟୀ,  ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବା ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏପ୍ରିଲ ୧୪ରୁ ୧୬ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର