ତୁରନ୍ତ ମିଳିବ ଆପାତକାଳୀନ ଚିକିତ୍ସା: ହେଲିକପ୍ଟରରେ ଡାକ୍ତରଖାନା ଯିବେ ଗୁରୁତର ଆହତ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ସଫଳତା ପରେ ପରିବହନ ବିଭାଗ ପକ୍ଷରୁ ଆଉ ଏକ ମହାତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁତର ରୋଗୀ, ଆହତ ବ୍ୟକ୍ତିଙ୍କୁ ଏଣିକି ହେଲିକପ୍ଟର ଯୋଗେ ଡାକ୍ତରଖାନା ଅଣାଯିବ। ସଡ଼କ ପରିବହନ ବ୍ୟବସ୍ଥାରେ ମୂଲ୍ୟବାନ ସମୟର ଅପଚୟ ହେଉଥିବାରୁ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ ଯୋଜନା ଆରମ୍ଭ ହେବ। ଏହି ଯୋଜନାରେ ଦୁର୍ଗମ, ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ସଫଳତା ପରେ ପରିବହନ ବିଭାଗ ପକ୍ଷରୁ ଆଉ ଏକ ମହାତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁତର ରୋଗୀ, ଆହତ ବ୍ୟକ୍ତିଙ୍କୁ ଏଣିକି ହେଲିକପ୍ଟର ଯୋଗେ ଡାକ୍ତରଖାନା ଅଣାଯିବ। ସଡ଼କ ପରିବହନ ବ୍ୟବସ୍ଥାରେ ମୂଲ୍ୟବାନ ସମୟର ଅପଚୟ ହେଉଥିବାରୁ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ ଯୋଜନା ଆରମ୍ଭ ହେବ। ଏହି ଯୋଜନାରେ ଦୁର୍ଗମ, ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯିବ। ଉପାନ୍ତ ଜିଲ୍ଲାରେ ସୁପର ସ୍ପେଶାଲିଟି ଚିକିତ୍ସା ସେବା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଲୋକେସନ୍‌‌ ଆକ୍ସେସିବଲ ମଲ୍ଟି ମୋଡାଲ ଇନିସିଏଟିଭ୍‌‌ (ଲକ୍ଷ୍ମୀ) ଯୋଜନା ଅଧୀନରେ ଏଚ୍‌‌ଇଏମ୍‌‌ଏସ୍‌‌ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଦୁର୍ଘଟଣାରେ ଆହତଙ୍କୁ ସୁବର୍ଣ୍ଣ ମୂହୁର୍ତ୍ତ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ। ଏଥିପାଇଁ ପରିବହନ ବିଭାଗ ଏକାଧିକ ପଦକ୍ଷେପ ନେଇଛି। ବିଭିନ୍ନ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ କରାଯାଇଛି। ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସରେ ଆହତଙ୍କ ପରିବହନ ବ୍ୟବସ୍ଥା କରାଯାଇଛି। ତେବେ ସଡ଼କ ପଥରେ ରୋଗୀଙ୍କୁ ନେବା କାମରେ ବେଶ୍‌‌ ସମୟ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏଚ୍‌‌ଇଏମ୍‌‌ଏସ୍‌‌ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି। ପର୍ଯ୍ୟାୟକ୍ରମେ ସମଗ୍ର ରାଜ୍ୟରେ ହେଲିକପ୍ଟରରେ ଆହତଙ୍କ ପରିବହନ ଆରମ୍ଭ କରାଯିବ। ଗତ ମାସ ୨୪ ତାରିଖରେ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଟ୍ରମା କେୟାର ସେଣ୍ଟରରେ ପହଞ୍ଚାଇବା ପାଇଁ ହେଲିକପ୍ଟର ସେବା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହ ରୋଗୀଙ୍କ ଆନ୍ତଃରାଜ୍ୟ ପରିବହନ ଲକ୍ଷ୍ୟରେ ଛୋଟ ବିମାନ ସେବା ଆରମ୍ଭ କରିବା ପାଇଁ ଯୋଜନା ହୋଇଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏୟାରଷ୍ଟ୍ରିପ୍‌‌ର ଉପଯୋଗ କରାଯିବ। ଏଥିପାଇଁ ସମ୍ପୃକ୍ତ ଏୟାରଷ୍ଟ୍ରିପ୍‌‌କୁ ନନ୍‌‌ ସିଡ୍ୟୁଲ ଅପରେସନ୍‌‌ ପରମିଟ୍‌‌ (ଏନ୍‌‌ଏସ୍‌‌ଓପି) ଜାରି କରାଯିବ। ଛୋଟ ବିମାନ ରାଜଧାନୀକୁ ଦୂର୍ଗମ ଅଞ୍ଚଳ ସହିତ ଯୋଡ଼ିବ। ଭାରତ ସରକାରଙ୍କ ଉଡ଼ାନ୍‌‌ ଯୋଜନା ଅନୁରୂପ ବିମାନ କମ୍ପାନୀଙ୍କ କ୍ଷତିଭରଣା ପାଇଁ ସରକାର କ୍ଷତିପୂରଣ ପ୍ରଦାନ କରିବେ। ଲକ୍ଷ୍ମୀ ଅଧୀନରେ ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ। ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ନିଜର ଦକ୍ଷତା ପ୍ରତିପାଦନ କରିଛି। ରାଜ୍ୟରେ ଏବେ ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିବା ବେଳେ ଚଳିତ ବର୍ଷ ଆଉ ୩ଟି ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବାର ସମ୍ଭାବନା ଅଛି। ସେହିପରି ଆଉ ୨/୩ଟି ଏୟାରଷ୍ଟ୍ରିପର ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଉଛି। ଏପରିସ୍ଥଳେ ହେଲିକପ୍ଟର ଏବଂ ଛୋଟ ବିମାନରେ ରୋଗୀ ପରିବହନ ପାଇଁ ସେଗୁଡ଼ିକ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

11 Apr 2023 By The Sakala

ତୁରନ୍ତ ମିଳିବ ଆପାତକାଳୀନ ଚିକିତ୍ସା: ହେଲିକପ୍ଟରରେ ଡାକ୍ତରଖାନା ଯିବେ ଗୁରୁତର ଆହତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ସଫଳତା ପରେ ପରିବହନ ବିଭାଗ ପକ୍ଷରୁ ଆଉ ଏକ ମହାତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁତର ରୋଗୀ, ଆହତ ବ୍ୟକ୍ତିଙ୍କୁ ଏଣିକି ହେଲିକପ୍ଟର ଯୋଗେ ଡାକ୍ତରଖାନା ଅଣାଯିବ। ସଡ଼କ ପରିବହନ ବ୍ୟବସ୍ଥାରେ ମୂଲ୍ୟବାନ ସମୟର ଅପଚୟ ହେଉଥିବାରୁ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ ଯୋଜନା ଆରମ୍ଭ ହେବ। ଏହି ଯୋଜନାରେ ଦୁର୍ଗମ, ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯିବ। ଉପାନ୍ତ ଜିଲ୍ଲାରେ ସୁପର ସ୍ପେଶାଲିଟି ଚିକିତ୍ସା ସେବା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଲୋକେସନ୍‌‌ ଆକ୍ସେସିବଲ ମଲ୍ଟି ମୋଡାଲ ଇନିସିଏଟିଭ୍‌‌ (ଲକ୍ଷ୍ମୀ) ଯୋଜନା ଅଧୀନରେ ଏଚ୍‌‌ଇଏମ୍‌‌ଏସ୍‌‌ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଦୁର୍ଘଟଣାରେ ଆହତଙ୍କୁ ସୁବର୍ଣ୍ଣ ମୂହୁର୍ତ୍ତ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ। ଏଥିପାଇଁ ପରିବହନ ବିଭାଗ ଏକାଧିକ ପଦକ୍ଷେପ ନେଇଛି। ବିଭିନ୍ନ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ କରାଯାଇଛି। ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସରେ ଆହତଙ୍କ ପରିବହନ ବ୍ୟବସ୍ଥା କରାଯାଇଛି। ତେବେ ସଡ଼କ ପଥରେ ରୋଗୀଙ୍କୁ ନେବା କାମରେ ବେଶ୍‌‌ ସମୟ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏଚ୍‌‌ଇଏମ୍‌‌ଏସ୍‌‌ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି। ପର୍ଯ୍ୟାୟକ୍ରମେ ସମଗ୍ର ରାଜ୍ୟରେ ହେଲିକପ୍ଟରରେ ଆହତଙ୍କ ପରିବହନ ଆରମ୍ଭ କରାଯିବ। ଗତ ମାସ ୨୪ ତାରିଖରେ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଟ୍ରମା କେୟାର ସେଣ୍ଟରରେ ପହଞ୍ଚାଇବା ପାଇଁ ହେଲିକପ୍ଟର ସେବା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହ ରୋଗୀଙ୍କ ଆନ୍ତଃରାଜ୍ୟ ପରିବହନ ଲକ୍ଷ୍ୟରେ ଛୋଟ ବିମାନ ସେବା ଆରମ୍ଭ କରିବା ପାଇଁ ଯୋଜନା ହୋଇଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏୟାରଷ୍ଟ୍ରିପ୍‌‌ର ଉପଯୋଗ କରାଯିବ। ଏଥିପାଇଁ ସମ୍ପୃକ୍ତ ଏୟାରଷ୍ଟ୍ରିପ୍‌‌କୁ ନନ୍‌‌ ସିଡ୍ୟୁଲ ଅପରେସନ୍‌‌ ପରମିଟ୍‌‌ (ଏନ୍‌‌ଏସ୍‌‌ଓପି) ଜାରି କରାଯିବ। ଛୋଟ ବିମାନ ରାଜଧାନୀକୁ ଦୂର୍ଗମ ଅଞ୍ଚଳ ସହିତ ଯୋଡ଼ିବ। ଭାରତ ସରକାରଙ୍କ ଉଡ଼ାନ୍‌‌ ଯୋଜନା ଅନୁରୂପ ବିମାନ କମ୍ପାନୀଙ୍କ କ୍ଷତିଭରଣା ପାଇଁ ସରକାର କ୍ଷତିପୂରଣ ପ୍ରଦାନ କରିବେ। ଲକ୍ଷ୍ମୀ ଅଧୀନରେ ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ। ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ନିଜର ଦକ୍ଷତା ପ୍ରତିପାଦନ କରିଛି। ରାଜ୍ୟରେ ଏବେ ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିବା ବେଳେ ଚଳିତ ବର୍ଷ ଆଉ ୩ଟି ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବାର ସମ୍ଭାବନା ଅଛି। ସେହିପରି ଆଉ ୨/୩ଟି ଏୟାରଷ୍ଟ୍ରିପର ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଉଛି। ଏପରିସ୍ଥଳେ ହେଲିକପ୍ଟର ଏବଂ ଛୋଟ ବିମାନରେ ରୋଗୀ ପରିବହନ ପାଇଁ ସେଗୁଡ଼ିକ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର