ଇତିହାସ ରଚିଲା ଏସ୍‌‌ସିବି : ଗୋଟିଏ ରାତିରେ ଦୁଇ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ

The Sakala Picture
Published On

କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ନୂତନ ଫର୍ଦ୍ଦ ଯୋଡ଼ିଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଦୁଇ କିଡ୍‌‌ନୀ ରୋଗୀଙ୍କୁ ମିଳିଛି ନୂଆ ଜୀବନ। କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌) ବିଭାଗରେ ବ୍ରେନ୍‌‌ ଡେଡ୍‌‌ ଘୋଷିତ ମହିଳାଙ୍କ ଠାରୁ କିଡ୍‌‌ନୀ କଢ଼ାଯାଇ ଦୁଇ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁଙ୍କ ନେତୃତ୍ବରେ ଏସ୍‌‌ସିବି ଡାକ୍ତରୀ ଦଳକୁ ମିଳିଛି ଏହି ବିରଳ ସଫଳତା। […]

କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ନୂତନ ଫର୍ଦ୍ଦ ଯୋଡ଼ିଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଦୁଇ କିଡ୍‌‌ନୀ ରୋଗୀଙ୍କୁ ମିଳିଛି ନୂଆ ଜୀବନ। କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌) ବିଭାଗରେ ବ୍ରେନ୍‌‌ ଡେଡ୍‌‌ ଘୋଷିତ ମହିଳାଙ୍କ ଠାରୁ କିଡ୍‌‌ନୀ କଢ଼ାଯାଇ ଦୁଇ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁଙ୍କ ନେତୃତ୍ବରେ ଏସ୍‌‌ସିବି ଡାକ୍ତରୀ ଦଳକୁ ମିଳିଛି ଏହି ବିରଳ ସଫଳତା। ପ୍ରଥମଥର ପାଇଁ ରାଜ୍ୟର ସର୍ବପୁରାତନ ସରକାରୀ ହସ୍ପିଟାଲ ଏଭଳି ପ୍ରତିରୋପଣ କରି ରଚିଛି ଇତିହାସ। ପ୍ରକାଶ ଯୋଗ୍ୟ, ଏସ୍‌‌ସିବି ମେଡିକାଲରେ ଏହା ପାଲଟିଛି ୫ମ ଏବଂ ୬ଷ୍ଠ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଜଗତପୁର ଅଞ୍ଚଳର ୫୭ବର୍ଷୀୟ ତନୁଜା କର ସିଟିଭିଏସ୍‌‌ ବିଭାଗରେ ଚିକିତ୍ସିତ ହେଉଥିଲେ। ସେ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଙ୍କ ଶତପ୍ରତିଶତ ଚେଷ୍ଟା ସତ୍ତ୍ବେ ତାଙ୍କ ଜୀବନ ରକ୍ଷା ସମ୍ଭବ ନୁହେଁ ବୋଲି ଜଣାପଡ଼ିଥିଲା। ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍‌‌ ଘୋଷଣା କରିଥିଲେ। ତନୁଜାଙ୍କ ପରିବାର ଲୋକଙ୍କ ସହମତି କ୍ରମେ ଅଙ୍ଗଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଷ୍ଟେଟ୍‌‌ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ(ସୋଟୋ) ସହ ମେଡିକାଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଆଲୋଚନା କରିବା ପରେ ଏସ୍‌‌ସିବି ମେଡ଼ିକାଲର ସ୍ୱତନ୍ତ୍ର ଡାକ୍ତରୀ ଦଳ ସିଟିଭିଏସ୍‌‌ ବିଭାଗରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ସେଠାରୁ ତନୁଜାଙ୍କ ଶରୀରରୁ ଦୁଇ କିଡନୀ ମଙ୍ଗଳବାର ରାତିରେ ସଫଳତାର ସହ କଢ଼ାଯାଇଥିଲା। ଇତି ମଧ୍ୟରେ ୟୁରୋଲୋଜି ବିଭାଗରେ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀଙ୍କୁ ତୁରନ୍ତ ଡକାଯାଇଥିଲା। ପ୍ରଥମ ତାଲିକାଅନୁସାରେ ବଡ଼ ମେଡିକାଲରେ ପହଞ୍ଚିଥିଲେ ୨୨ବର୍ଷୀୟ ଆଲୋକ। ତାଙ୍କ ଘର କଟକରେ ବୋଲି ପ୍ରାଥମିକ ସୂଚନା ମିଳିଛି। ଆଲୋକଙ୍କ ଦେହରେ ତନୁଜାଙ୍କ କିଡ୍‌‌ନୀ ପ୍ରତିରୋପଣ ହୋଇଛି। ସେହିପରି ଅନ୍ୟ ଏକ କିଡ୍‌‌ନୀ ସୂର୍ଯ୍ୟ ରଞ୍ଜନ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କରର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି। ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ବିରଳ ଅପରେସନରେ ଡାକ୍ତର ଅରୁଣାଙ୍କ ସହିତ ୧୭ଜଣ ମେଡିକାଲ ଟିମ ସହଯୋଗ କରିଥିଲେ।  ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଏକ କାଡାଭରିକ ପ୍ରତିରୋପଣ ନିମନ୍ତେ ଏସ୍‌‌ସିବି ମେଡିକାଲରେ ଉଦ୍ୟମ କରାଯାଇଥିଲା। ହେଲେ କିଡ୍‌‌ନୀ ମେଳ ନ ଖାଇବାରୁ ଏହା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ପ୍ରତିରୋପଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

29 Mar 2023 By The Sakala

ଇତିହାସ ରଚିଲା ଏସ୍‌‌ସିବି : ଗୋଟିଏ ରାତିରେ ଦୁଇ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ

କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ନୂତନ ଫର୍ଦ୍ଦ ଯୋଡ଼ିଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଦୁଇ କିଡ୍‌‌ନୀ ରୋଗୀଙ୍କୁ ମିଳିଛି ନୂଆ ଜୀବନ। କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌) ବିଭାଗରେ ବ୍ରେନ୍‌‌ ଡେଡ୍‌‌ ଘୋଷିତ ମହିଳାଙ୍କ ଠାରୁ କିଡ୍‌‌ନୀ କଢ଼ାଯାଇ ଦୁଇ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁଙ୍କ ନେତୃତ୍ବରେ ଏସ୍‌‌ସିବି ଡାକ୍ତରୀ ଦଳକୁ ମିଳିଛି ଏହି ବିରଳ ସଫଳତା। ପ୍ରଥମଥର ପାଇଁ ରାଜ୍ୟର ସର୍ବପୁରାତନ ସରକାରୀ ହସ୍ପିଟାଲ ଏଭଳି ପ୍ରତିରୋପଣ କରି ରଚିଛି ଇତିହାସ। ପ୍ରକାଶ ଯୋଗ୍ୟ, ଏସ୍‌‌ସିବି ମେଡିକାଲରେ ଏହା ପାଲଟିଛି ୫ମ ଏବଂ ୬ଷ୍ଠ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ।

ଜଗତପୁର ଅଞ୍ଚଳର ୫୭ବର୍ଷୀୟ ତନୁଜା କର ସିଟିଭିଏସ୍‌‌ ବିଭାଗରେ ଚିକିତ୍ସିତ ହେଉଥିଲେ। ସେ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଙ୍କ ଶତପ୍ରତିଶତ ଚେଷ୍ଟା ସତ୍ତ୍ବେ ତାଙ୍କ ଜୀବନ ରକ୍ଷା ସମ୍ଭବ ନୁହେଁ ବୋଲି ଜଣାପଡ଼ିଥିଲା। ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍‌‌ ଘୋଷଣା କରିଥିଲେ। ତନୁଜାଙ୍କ ପରିବାର ଲୋକଙ୍କ ସହମତି କ୍ରମେ ଅଙ୍ଗଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଷ୍ଟେଟ୍‌‌ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ(ସୋଟୋ) ସହ ମେଡିକାଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଆଲୋଚନା କରିବା ପରେ ଏସ୍‌‌ସିବି ମେଡ଼ିକାଲର ସ୍ୱତନ୍ତ୍ର ଡାକ୍ତରୀ ଦଳ ସିଟିଭିଏସ୍‌‌ ବିଭାଗରେ ପହଞ୍ଚିଥିଲେ।

ସେଠାରୁ ତନୁଜାଙ୍କ ଶରୀରରୁ ଦୁଇ କିଡନୀ ମଙ୍ଗଳବାର ରାତିରେ ସଫଳତାର ସହ କଢ଼ାଯାଇଥିଲା। ଇତି ମଧ୍ୟରେ ୟୁରୋଲୋଜି ବିଭାଗରେ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀଙ୍କୁ ତୁରନ୍ତ ଡକାଯାଇଥିଲା। ପ୍ରଥମ ତାଲିକାଅନୁସାରେ ବଡ଼ ମେଡିକାଲରେ ପହଞ୍ଚିଥିଲେ ୨୨ବର୍ଷୀୟ ଆଲୋକ। ତାଙ୍କ ଘର କଟକରେ ବୋଲି ପ୍ରାଥମିକ ସୂଚନା ମିଳିଛି। ଆଲୋକଙ୍କ ଦେହରେ ତନୁଜାଙ୍କ କିଡ୍‌‌ନୀ ପ୍ରତିରୋପଣ ହୋଇଛି। ସେହିପରି ଅନ୍ୟ ଏକ କିଡ୍‌‌ନୀ ସୂର୍ଯ୍ୟ ରଞ୍ଜନ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କରର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି। ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ବିରଳ ଅପରେସନରେ ଡାକ୍ତର ଅରୁଣାଙ୍କ ସହିତ ୧୭ଜଣ ମେଡିକାଲ ଟିମ ସହଯୋଗ କରିଥିଲେ।  ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଏକ କାଡାଭରିକ ପ୍ରତିରୋପଣ ନିମନ୍ତେ ଏସ୍‌‌ସିବି ମେଡିକାଲରେ ଉଦ୍ୟମ କରାଯାଇଥିଲା। ହେଲେ କିଡ୍‌‌ନୀ ମେଳ ନ ଖାଇବାରୁ ଏହା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ପ୍ରତିରୋପଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର