୧୨ ବର୍ଷ ପରେ ପୁଣି ନନ୍ଦନକାନନରେ ରୋପ୍‌‌ୱେର ମଜାନେବେ ପର୍ଯ୍ୟଟକ, ଏପ୍ରିଲରୁ ହେବ କାର୍ଯ୍ୟକ୍ଷମ

The Sakala Picture
Published On

ବାରଙ୍ଗ : ଆଗାମୀ ଏପ୍ରିଲ ମାସରେ ରୋପ୍‌‌ୱେ ଚାଲିବ। ଏଥି ନିମନ୍ତେ ରୋପ୍‌‌ୱେ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍‌‌ଡ୍ରିଲ କରାଯାଇଛି। ଦୁର୍ଘଟଣା ଘଟିଲେ କିପରି ରୋପ୍‌‌ୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇପାରିବ ସେଥିପାଇଁ ବିଭିନ୍ନ ଜ୍ଞାନକୌଶଳ ଶିଖିଥିଲେ। ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୋପ୍‌‌ୱେ ଚାଲିବାବେଳେ ଅଧାବାଟରେ ଅଟକିଗଲେ ସେମାନଙ୍କୁ ସହଜ ଉପାୟରେ କାଞ୍ଜିଆ ହ୍ରଦ ଦେଇ କୌଶଳ […]

ବାରଙ୍ଗ : ଆଗାମୀ ଏପ୍ରିଲ ମାସରେ ରୋପ୍‌‌ୱେ ଚାଲିବ। ଏଥି ନିମନ୍ତେ ରୋପ୍‌‌ୱେ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍‌‌ଡ୍ରିଲ କରାଯାଇଛି। ଦୁର୍ଘଟଣା ଘଟିଲେ କିପରି ରୋପ୍‌‌ୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇପାରିବ ସେଥିପାଇଁ ବିଭିନ୍ନ ଜ୍ଞାନକୌଶଳ ଶିଖିଥିଲେ। ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୋପ୍‌‌ୱେ ଚାଲିବାବେଳେ ଅଧାବାଟରେ ଅଟକିଗଲେ ସେମାନଙ୍କୁ ସହଜ ଉପାୟରେ କାଞ୍ଜିଆ ହ୍ରଦ ଦେଇ କୌଶଳ କ୍ରମେ ବୋଟ୍‌‌ ମାଧ୍ୟମରେ ଉଦ୍ଧାର କରାଯିବ, ସେଥିପାଇଁ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

୧୨ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍‌‌ୱେ ଚାଲିବା ଖବର ପାଇଁ ପର୍ଯ୍ୟଟକମାନେ ଖୁସୀ ବ୍ୟକ୍ତ କରିଛନ୍ତି। ରୋପ୍‌‌ୱେ ବ୍ୟବସ୍ଥାରେ ଅତ୍ୟାଧୁନିକୀକରଣ କରାଯାଇଛି। ଏହା ବିପଦମୁକ୍ତ ଓ ସ୍ବୟଂଚାଳିତ ପୁଲିରୁ ରୋପ୍‌‌ୱେ ଖସିଲେ ଆପେ ଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏକ ଘଣ୍ଟାରେ ୫ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ। ଏହାକୁ ଚଲାଇବାକୁ ନେଇ ଏକ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଠିକା ସଂସ୍ଥା ଦାୟିତ୍ୱରେ ଥିବା ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ ୧୩ ଲକ୍ଷ ଟଙ୍କା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦେବ। ତା’ପରେ ପର୍ଯ୍ୟାକ୍ରମେ ୫ରୁ ୧୦ ବର୍ଷ ପାଇଁ ୧୬.୨୫ ଲକ୍ଷକୁ ବୃଦ୍ଧି କରାଯିବ। ୧୦ରୁ ୧୫ବର୍ଷ ପାଇଁ ୧୯.୫୦ ଲକ୍ଷ ଏବଂ ୧୫ରୁ ୨୦ବର୍ଷ ପାଇଁ ୨୧.୮୪ଲକ୍ଷ ଟଙ୍କା ଦେବ। ୨ଟି ଟାୱାର ସହିତ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯିବ।ଏହି କ୍ୟାବିନ୍‌‌ର କ୍ଷମତା ୪ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୪୮ ଜଣ ଏକା ସମୟରେ ଗତି କରିପାରିବେ। ଏହି ରୋପ୍‌‌ୱେରେ ଯେଉଁ ପର୍ଯ୍ୟଟକ ମଜାନେବେ ସେମାନଙ୍କଠାରୁ ଟିକଟ ବାବଦକୁ ୯୫ ଟଙ୍କା ଆଦାୟ କରାଯିବ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସୂଚନା ଯୋଗ୍ୟ, ୨୦୧୧ ଫେବୃଆରୀ ମାସରେ ଅସୁରକ୍ଷିତ ଘୋଷଣା କରି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବା ପାଇଁ ୨୦୧୬ ଅଗଷ୍ଟ ୫ରେ ଦାମୋଦର ରୋପ୍‌‌ୱେ ଇନଫ୍‌‌ ଲିଃକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କଲାବେଳେକୁ ଏହାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନ ଥିବା ଅଭିଯୋଗ ଉଠିଥିଲା ଏବଂ କାମ ବନ୍ଦ ରଖାଯାଇଥିଲା। ୧୯୮୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରି କାଞ୍ଜିଆ ହ୍ରଦ ଉପରେ ରୋପ୍‌‌ୱେ ବ୍ୟବସ୍ଥା ଆରମ୍ଭ ପାଇଁ କୋଲକାତାର ସଷା ବ୍ରେକ୍‌‌ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ୧୯୯୪ ଅକ୍ଟୋବର ୧୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରୋପ୍‌‌ୱେ ବ୍ୟବସ୍ଥାର ଲୋକାର୍ପିତ ହୋଇଥିଲା। ଦୁଇଥର ଦୁର୍ଘଟଣା ପରେ ୨୦୧୧ ଫେବୃଆରୀରେ ରୋପ୍‌‌ୱେ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା। ବହୁ ପର୍ଯ୍ୟଟକ ଏହି ରୋପ୍‌‌ୱେରେ ବସିବା ପାଇଁ ଆସି ନିରାଶ ହୋଇ ଫେରୁଥିଲେ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

26 Mar 2023 By The Sakala

୧୨ ବର୍ଷ ପରେ ପୁଣି ନନ୍ଦନକାନନରେ ରୋପ୍‌‌ୱେର ମଜାନେବେ ପର୍ଯ୍ୟଟକ, ଏପ୍ରିଲରୁ ହେବ କାର୍ଯ୍ୟକ୍ଷମ

ବାରଙ୍ଗ : ଆଗାମୀ ଏପ୍ରିଲ ମାସରେ ରୋପ୍‌‌ୱେ ଚାଲିବ। ଏଥି ନିମନ୍ତେ ରୋପ୍‌‌ୱେ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍‌‌ଡ୍ରିଲ କରାଯାଇଛି। ଦୁର୍ଘଟଣା ଘଟିଲେ କିପରି ରୋପ୍‌‌ୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇପାରିବ ସେଥିପାଇଁ ବିଭିନ୍ନ ଜ୍ଞାନକୌଶଳ ଶିଖିଥିଲେ। ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୋପ୍‌‌ୱେ ଚାଲିବାବେଳେ ଅଧାବାଟରେ ଅଟକିଗଲେ ସେମାନଙ୍କୁ ସହଜ ଉପାୟରେ କାଞ୍ଜିଆ ହ୍ରଦ ଦେଇ କୌଶଳ କ୍ରମେ ବୋଟ୍‌‌ ମାଧ୍ୟମରେ ଉଦ୍ଧାର କରାଯିବ, ସେଥିପାଇଁ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଥିଲା।

୧୨ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍‌‌ୱେ ଚାଲିବା ଖବର ପାଇଁ ପର୍ଯ୍ୟଟକମାନେ ଖୁସୀ ବ୍ୟକ୍ତ କରିଛନ୍ତି। ରୋପ୍‌‌ୱେ ବ୍ୟବସ୍ଥାରେ ଅତ୍ୟାଧୁନିକୀକରଣ କରାଯାଇଛି। ଏହା ବିପଦମୁକ୍ତ ଓ ସ୍ବୟଂଚାଳିତ ପୁଲିରୁ ରୋପ୍‌‌ୱେ ଖସିଲେ ଆପେ ଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏକ ଘଣ୍ଟାରେ ୫ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ। ଏହାକୁ ଚଲାଇବାକୁ ନେଇ ଏକ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଠିକା ସଂସ୍ଥା ଦାୟିତ୍ୱରେ ଥିବା ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ ୧୩ ଲକ୍ଷ ଟଙ୍କା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦେବ। ତା’ପରେ ପର୍ଯ୍ୟାକ୍ରମେ ୫ରୁ ୧୦ ବର୍ଷ ପାଇଁ ୧୬.୨୫ ଲକ୍ଷକୁ ବୃଦ୍ଧି କରାଯିବ। ୧୦ରୁ ୧୫ବର୍ଷ ପାଇଁ ୧୯.୫୦ ଲକ୍ଷ ଏବଂ ୧୫ରୁ ୨୦ବର୍ଷ ପାଇଁ ୨୧.୮୪ଲକ୍ଷ ଟଙ୍କା ଦେବ। ୨ଟି ଟାୱାର ସହିତ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯିବ।ଏହି କ୍ୟାବିନ୍‌‌ର କ୍ଷମତା ୪ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୪୮ ଜଣ ଏକା ସମୟରେ ଗତି କରିପାରିବେ। ଏହି ରୋପ୍‌‌ୱେରେ ଯେଉଁ ପର୍ଯ୍ୟଟକ ମଜାନେବେ ସେମାନଙ୍କଠାରୁ ଟିକଟ ବାବଦକୁ ୯୫ ଟଙ୍କା ଆଦାୟ କରାଯିବ।

ସୂଚନା ଯୋଗ୍ୟ, ୨୦୧୧ ଫେବୃଆରୀ ମାସରେ ଅସୁରକ୍ଷିତ ଘୋଷଣା କରି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବା ପାଇଁ ୨୦୧୬ ଅଗଷ୍ଟ ୫ରେ ଦାମୋଦର ରୋପ୍‌‌ୱେ ଇନଫ୍‌‌ ଲିଃକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କଲାବେଳେକୁ ଏହାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନ ଥିବା ଅଭିଯୋଗ ଉଠିଥିଲା ଏବଂ କାମ ବନ୍ଦ ରଖାଯାଇଥିଲା। ୧୯୮୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରି କାଞ୍ଜିଆ ହ୍ରଦ ଉପରେ ରୋପ୍‌‌ୱେ ବ୍ୟବସ୍ଥା ଆରମ୍ଭ ପାଇଁ କୋଲକାତାର ସଷା ବ୍ରେକ୍‌‌ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ୧୯୯୪ ଅକ୍ଟୋବର ୧୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରୋପ୍‌‌ୱେ ବ୍ୟବସ୍ଥାର ଲୋକାର୍ପିତ ହୋଇଥିଲା। ଦୁଇଥର ଦୁର୍ଘଟଣା ପରେ ୨୦୧୧ ଫେବୃଆରୀରେ ରୋପ୍‌‌ୱେ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା। ବହୁ ପର୍ଯ୍ୟଟକ ଏହି ରୋପ୍‌‌ୱେରେ ବସିବା ପାଇଁ ଆସି ନିରାଶ ହୋଇ ଫେରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର