‘ବିଜୁ ଏକ୍ସପ୍ରେସ୍‌‌ ୱେ’ ରାସ୍ତା ପାର୍ଶ୍ବରେ ସ୍ଥାପନ ହେବ ୨୫ରୁ ଊର୍ଦ୍ଧ୍ବ ଶିଳ୍ପପୁଞ୍ଜ, ଉପକୃତ ହେବେ ୧୦ ଜିଲ୍ଲାର ସାଧାରଣ ଜନତା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ବିଜୁ ଏକ୍ସପ୍ରେସ୍‌‌ ୱେ’ ଲୋକାର୍ପିତ ହେବା ପରେ ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶରେ ତାହାର ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ନବ ନିର୍ମିତ ‘ବିଜୁ ଏକ୍ସପ୍ରେସ୍‌‌ ୱେ’ କଡ଼ରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରାଯିବ। ଅଧିକରୁ ଅଧିକ ଶିଳ୍ପ ସଂସ୍ଥାକୁ ଏହି ଏକ୍ସପ୍ରେସ୍‌‌ ୱେ ପାର୍ଶ୍ବରେ କାରବାର ଆରମ୍ଭ ଲାଗି ପ୍ରୋତ୍ସାହନ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୨୫ରୁ ଅଧିକ ଶିଳ୍ପପୁଞ୍ଜର […]

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ବିଜୁ ଏକ୍ସପ୍ରେସ୍‌‌ ୱେ’ ଲୋକାର୍ପିତ ହେବା ପରେ ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶରେ ତାହାର ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ନବ ନିର୍ମିତ ‘ବିଜୁ ଏକ୍ସପ୍ରେସ୍‌‌ ୱେ’ କଡ଼ରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରାଯିବ। ଅଧିକରୁ ଅଧିକ ଶିଳ୍ପ ସଂସ୍ଥାକୁ ଏହି ଏକ୍ସପ୍ରେସ୍‌‌ ୱେ ପାର୍ଶ୍ବରେ କାରବାର ଆରମ୍ଭ ଲାଗି ପ୍ରୋତ୍ସାହନ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୨୫ରୁ ଅଧିକ ଶିଳ୍ପପୁଞ୍ଜର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଏଥିପାଇଁ ୫ ହଜାର ଏକରରୁ ଅଧିକ ଜମି ଚିହ୍ନଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ବିଜୁ ଏକ୍ସପ୍ରେସ୍‌‌ ୱେ କେବଳ ରାଜ୍ୟ ପାଇଁ ଏକ ବହୁମୂଖୀ ପ୍ରକଳ୍ପ। ଏହା ରାଜ୍ୟର ଉତ୍ତମ ଗମନାଗମନ ବ୍ୟବସ୍ଥା ସୁନିଶ୍ଚିତ କରିବ ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାର ପ୍ରମୁଖ ମାଧ୍ୟମ ସାଜିବ। ଏହି ଲକ୍ଷ୍ୟ ନେଇ ବିଜୁ ଏକ୍ସପ୍ରେସ୍‌‌-ୱ ପାର୍ଶ୍ବରେ ଶିଳ୍ପପୁଞ୍ଜ ସୃଷ୍ଟି କରାଯାଉଛି। ଏହା ଦ୍ୱାରା ସୁନ୍ଦରଗଡ଼ର ରାଉରକେଲାର ଠାରୁ ଆରମ୍ଭ କରି ମାଲକାନଗିରି ଜିଲ୍ଲାର ମୋଟୁ ପର୍ଯ୍ୟନ୍ତ ଏକ ଅର୍ଥନୈତିକ ଧାରା ସୃଷ୍ଟି ହେବ। ୧୦ରୁ ଅଧିକ ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହେବେ। ବିଶେଷକରି ଆଦିବାସୀ, ପଛୁଆ ବର୍ଗର ଲୋକଙ୍କୁ ରୋଜଗାର ମିଳିବ। ଲୋକଙ୍କୁ ରୋଜଗାର ମିଳିବ ଆଉ ଶିଳ୍ପ ସଂସ୍ଥାଙ୍କୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା। ଦେଶ ଓ ରାଜ୍ୟର ସମୃଦ୍ଧି ହାସଲ ପାଇଁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବା ଜରୁରୀ। ଏହି କ୍ରମରେ ରାଜ୍ୟ ସରକାର ବିହିତ ପଦକ୍ଷେପ ନେଉଛନ୍ତି। ବିଜ୍ଞପିତ ଶିଳ୍ପାଞ୍ଚଳରେ ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସରକାର ଆରମ୍ଭରୁ ଶିଳ୍ପ ନିମନ୍ତେ ନୂତନ ସ୍ଥାନ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ବିଜୁ ଏକ୍ସପ୍ରେସ ୱେର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା। ଲୁହାପଥର, କୋଇଲା, ବକ୍ସାଇଟ୍‌‌ ଏବଂ ମାଙ୍ଗାନିଜ୍‌‌ ପରି ପ୍ରାକୃତିକ ସମ୍ପଦରେ ଏହି ଅଞ୍ଚଳ ପ୍ରଚୁର ପରିମାଣରେ ରହିଛି ଏବଂ ଇସ୍ପାତ କାରଖାନା, ଆଲୁମିନିୟମ୍‌‌ ସ୍ମେଲ୍‌ଟର୍‌ ଏବଂ ସିମେଣ୍ଟ କାରଖାନା ପରି ଅନେକ ବୃହତ ଶିଳ୍ପ ମଧ୍ୟ ରହିଛି। ଭିତ୍ତିଭୂମିର ଅଭାବ ଯାହା କ୍ଷେତ୍ରୀୟ ବିକାଶରେ ବାଧା ଥିଲା, ଏହି ଅତ୍ୟାଧୁନିକ ଚାରି-ଲେନ୍‌ ଏକ୍ସପ୍ରେସ ୱେ ଦ୍ୱାରା ଦୂର ହୋଇଛି। ଏହି ଏକ୍ସପ୍ରେସ ୱେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଛତିଶଗଡ଼ ପରି ପଡ଼ୋଶୀ ରାଜ୍ୟର ପ୍ରମୁଖ ବନ୍ଦର, ବିମାନବନ୍ଦର ଏବଂ ଶିଳ୍ପ ହବ୍‌‌ ସହିତ ଏହି ଅଞ୍ଚଳକୁ ସଂଯୋଗ କରିବ। ଏହା ସାମଗ୍ରୀ ଏବଂ କଞ୍ଚାମାଲ୍‌ର ଗତିକୁ ସହଜ କରିବ। ଏହାଦ୍ୱାରା ପରିବହନ ମୂଲ୍ୟ ହ୍ରାସ ହେବ, ଦକ୍ଷତା ବୃଦ୍ଧି ଘଟିବ ଏବଂ ଏହା ଖଣି ଉତ୍ପାଦ, କୃଷି କ୍ଷେତ୍ର ଏବଂ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ସୁବିଧା ବୃଦ୍ଧି କରିବ, ଯାହା ସାମାଜିକ ସୁରକ୍ଷାରେ ସହାୟକ ହେବ ଏବଂ ସାମାଜିକ ଗତିଶୀଳତାକୁ ଉନ୍ନତ କରିବ। ଏହା ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଉତ୍ସାହିତ କରିବ। ଏହା ଉଭୟ ସ୍ଥାନୀୟ, ଆଞ୍ଚଳିକ ଏବଂ ଜାତୀୟ ପର୍ଯ୍ୟଟନକୁ ମଧ୍ୟ ଉତ୍ସାହିତ କରିବ। ଜଙ୍ଗଲ, ହ୍ରଦ, ନଦୀ ଏବଂ ପର୍ବତ ସହିତ ଜଡ଼ିତ ଏହି ପ୍ରକଳ୍ପ ସରକାରଙ୍କର ଏକ ସମୟାନୁବର୍ତ୍ତୀ ହସ୍ତକ୍ଷେପ ଅଟେ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଏହା ହୃଦୟଙ୍ଗମ କରି ଏହି କରିଡର୍‌କୁ ବିଜୁ ଅର୍ଥନୈତିକ କରିଡର୍‌ ଭାବରେ ନାମିତ କରାଯାଇଛି, ଯାହା ଉଭୟ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାକୁ ଏକୀଭୂତ କରିବ। ବିଜୁ ଏକ୍ସପ୍ରେସ ୱେ ରାଜ୍ୟର ଏକ ଖଣିଜ ସମୃଦ୍ଧ ଅଞ୍ଚଳ ଦେଇ ଯାଇଛି, ଯାହା ରାଜ୍ୟର ୨୮ ପ୍ରତିଶତ ଲୁହା, ୮୦ ପ୍ରତିଶତ ଚୂନପଥର ଏବଂ ୨୦ ପ୍ରତିଶତ ମାଙ୍ଗାନିଜ୍‌ରେ ସମୃଦ୍ଧ। ଏହା ଇସ୍ପାତ, ଆଲୁମିନିୟମ ପ୍ରକ୍ରିୟାକରଣ ଯଥା ଟିଏମ୍‌ଟି, ମିଶ୍ରଧାତୁ ଦ୍ରବ୍ୟ ଇତ୍ୟାଦି ବିଭାଗରେ ଉତ୍ପାଦନର ଅନୁରୂପ ବିକାଶରେ ସହାୟକ ହେବ। ଏହି ରାସ୍ତା କପା ଉତ୍ପାଦନ କରୁଥିବା ଅଞ୍ଚଳ ଏବଂ ଧାନ ଉତ୍ପାଦନ କେନ୍ଦ୍ର ଯଥା ହୀରାକୁଦ ଓ ଇନ୍ଦ୍ରାବତୀ କମାଣ୍ଡ ଅଞ୍ଚଳ ଦେଇ ଯାଇଛି। ଏହି ଅର୍ଥନୈତିକ କରିଡର୍‌ ପଶ୍ଚିମ ଓଡ଼ିଶା ଜିଲ୍ଲାର ମେରୁଦଣ୍ଡ ହେବ, ଯାହାକି ରାଉରକେଲା, ଝାରସୁଗୁଡ଼ା, ଛତିଶଗଡ଼ର ରାୟପୁର, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌‌ ଭଳି ପ୍ରମୁଖ ଶିଳ୍ପ କ୍ଷେତ୍ର ସହିତ ଯୋଗାଯୋଗ କରିବ।

ଗୀତଗୋବିନ୍ଦ ସଦନରେ ଶିଳ୍ପ ବିଭାଗର ବଜେଟ୍‌‌ ଅନୁଦାନ ସଂକ୍ରାନ୍ତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଢ଼େଙ୍କାନାଳର ନେଉଳପୋଇ, ଗଜମରା, କାମାକ୍ଷାନଗର ଓ କଟକର ନରାଜ ଠାରେ ମଧ୍ୟ ଶିଳ୍ପ ପୁଞ୍ଜ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଶିଳ୍ପ ବିକାଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଜିଲ୍ଲା ସ୍ତରରେ ସଂଯୁକ୍ତ ଭିତ୍ତିଭୂମି ସୁବିଧାଗୁଡିକର ଶୀଘ୍ର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଇ ଶୀଘ୍ର ପୁଞ୍ଜି ବିନିଯୋଗ ପାଇଁ ପଥ ପରିଷ୍କାର କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଶିଳ୍ପର ବିକାଶ ପାଇଁ ନୂତନ ପଦକ୍ଷେପ ସ୍ୱରୂପ ଆଗାମୀ ବର୍ଷରେ ଶିଳ୍ପ ବିଭାଗ ୧୩ଟି ସ୍ଥାନରେ ୧୬୦୦୦ କ୍ଷମତା ବିଶିଷ୍ଟ ଶ୍ରମିକ ହଷ୍ଟେଲ ନିର୍ମାଣ କରାଯିବ। କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ପାଇଁ ଶ୍ରମିକ ହଷ୍ଟେଲ ନିର୍ମାଣ ପ୍ରସ୍ତାବ ରହିଛି।

ସେହିପରି ଜମି ବ୍ୟାଙ୍କ ସୃଷ୍ଟି ପାଇଁ ବଜେଟରେ ୨୦୦ କୋଟି ଟଙ୍କା ଦିଆଯାଇଛି। ଏହି ଅର୍ଥରେ ସରକାରୀ ଓ ଘରୋଇ ଜମି କ୍ରୟ କରାଯିବ। ଆସନ୍ତା ଆର୍ଥିକ ବର୍ଷ ପାଇଁ ସରକାର ବଜେଟରେ ଶିଳ୍ପ ବିଭାଗକୁ ୭୧୦.୨୦ କୋଟି ଟଙ୍କା ଦେଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଏହା ୨୫% ଅଧିକ ବୋଲି ମନ୍ତ୍ରୀ କହିଛନ୍ତି। ଅନୁରୂପ ଭାବରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି, ଶିଳ୍ପ ଅଭିବୃଦ୍ଧି ଲାଗି ସରକାର ୧୫ଟି ଜିଲ୍ଲରେ ଜିଲ୍ଲା ଶିଳ୍ପ ଉନ୍ନୟନ ସଂସ୍ଥା (ଡିଆଇପିଏ) ସ୍ଥାପନ କରି ସାରିଛନ୍ତି। ଆଗାମୀ ଆର୍ଥିକ ବର୍ଷରେ ଅବଶିଷ୍ଟ ୧୫ଟି ଜିଲ୍ଲାକୁ ସନ୍ତୁଳିତ କରିବା ପାଇଁ ଏହାର ସମ୍ପ୍ରସାରଣ କରାଯିବ ବୋଲି ସୂଚନା ଦେଇଛନ୍ତି।

22 Mar 2023 By The Sakala

https://www.thesakala.in/latest-odisha-news/more-than-25-industries-will-be-set-up-on-the-road-side-of-biju-expressway/article-20025
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର