5T ସଚିବ ଭି.କେ ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନ, ବିଭିନ୍ନ ଉନ୍ନୟନମୂଳକ କାମର କରିବେ ଅନୁଧ୍ୟାନ

The Sakala Picture
Published On

ନବରଙ୍ଗପୁର: ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ । ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ମାଣ୍ଡାଡୋଙ୍ଗରୀ ମନ୍ଦିର ପରିଦର୍ଶନ ପରେ ଜଟାବାଲରେ ସ୍କୁଲ ପରିଦର୍ଶନ କରିବେ ପାଣ୍ଡିଆନ୍‌ । ପରେ ପୋଡାଗଡା, ବିଦ୍ରି, ଉମରକୋଟ, ଜାମରୁଣ୍ଡା ପରିଦର୍ଶନରେ ଯିବେ 5T ସଚିବ । ଗତକାଲି ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ, ବିଭିନ୍ନ ସମ୍ପ୍ରଦାୟ ଏବଂ ବିଭିନ୍ନ […]

ନବରଙ୍ଗପୁର: ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ । ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ମାଣ୍ଡାଡୋଙ୍ଗରୀ ମନ୍ଦିର ପରିଦର୍ଶନ ପରେ ଜଟାବାଲରେ ସ୍କୁଲ ପରିଦର୍ଶନ କରିବେ ପାଣ୍ଡିଆନ୍‌ । ପରେ ପୋଡାଗଡା, ବିଦ୍ରି, ଉମରକୋଟ, ଜାମରୁଣ୍ଡା ପରିଦର୍ଶନରେ ଯିବେ 5T ସଚିବ । ଗତକାଲି ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ, ବିଭିନ୍ନ ସମ୍ପ୍ରଦାୟ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାର ବିକାଶରେ କ’ଣ ସବୁ ଅସୁବିଧା ରହିଛି ? କ’ଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏହାପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିଥିଲେ 5T ସଚିବ । ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଥିଲେ 5T ସଚିବ । ମନ୍ଦିରର ଉନ୍ନତି ନେଇ ପୂଜକ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । କାଳିକୃଷ୍ଣ ମନ୍ଦିର କମିଟି ମଧ୍ୟ 5T ସଚିବଙ୍କୁ ଭେଟି ମନ୍ଦିରର ଉନ୍ନତୀ ପାଇଁ ଅନୁରୋଧ କରିଛନ୍ତି । ପରେ ନବରଙ୍ଗପୁରର ଅନ୍ବେଷା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ରାତ୍ରୀ ଭୋଜନ କରିଛନ୍ତି 5T ସଚିବ । ଭବିଷ୍ୟତରେ କ’ଣ ହେବାକୁ ଲକ୍ଷ ରହିଛି ବୋଲି 5T ସଚିବ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଛନ୍ତି । ସେମାନଙ୍କର କ’ଣ ସବୁ ଆବଶ୍ୟତା ରହିଛି ସେ ଉପରେ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ପିଲାଙ୍କ ଷ୍ଟଡିରୁମ୍, ଖେଳ ସାମଗ୍ରୀ, ଟିଉସନ୍ ଟିଚର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

18 Mar 2023 By The Sakala

5T ସଚିବ ଭି.କେ ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନ, ବିଭିନ୍ନ ଉନ୍ନୟନମୂଳକ କାମର କରିବେ ଅନୁଧ୍ୟାନ

ନବରଙ୍ଗପୁର: ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ । ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ମାଣ୍ଡାଡୋଙ୍ଗରୀ ମନ୍ଦିର ପରିଦର୍ଶନ ପରେ ଜଟାବାଲରେ ସ୍କୁଲ ପରିଦର୍ଶନ କରିବେ ପାଣ୍ଡିଆନ୍‌ । ପରେ ପୋଡାଗଡା, ବିଦ୍ରି, ଉମରକୋଟ, ଜାମରୁଣ୍ଡା ପରିଦର୍ଶନରେ ଯିବେ 5T ସଚିବ । ଗତକାଲି ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ, ବିଭିନ୍ନ ସମ୍ପ୍ରଦାୟ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାର ବିକାଶରେ କ’ଣ ସବୁ ଅସୁବିଧା ରହିଛି ? କ’ଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ଆଲୋଚନା କରିଥିଲେ ।

ଏହାପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିଥିଲେ 5T ସଚିବ । ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଥିଲେ 5T ସଚିବ । ମନ୍ଦିରର ଉନ୍ନତି ନେଇ ପୂଜକ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । କାଳିକୃଷ୍ଣ ମନ୍ଦିର କମିଟି ମଧ୍ୟ 5T ସଚିବଙ୍କୁ ଭେଟି ମନ୍ଦିରର ଉନ୍ନତୀ ପାଇଁ ଅନୁରୋଧ କରିଛନ୍ତି । ପରେ ନବରଙ୍ଗପୁରର ଅନ୍ବେଷା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ରାତ୍ରୀ ଭୋଜନ କରିଛନ୍ତି 5T ସଚିବ । ଭବିଷ୍ୟତରେ କ’ଣ ହେବାକୁ ଲକ୍ଷ ରହିଛି ବୋଲି 5T ସଚିବ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଛନ୍ତି । ସେମାନଙ୍କର କ’ଣ ସବୁ ଆବଶ୍ୟତା ରହିଛି ସେ ଉପରେ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ପିଲାଙ୍କ ଷ୍ଟଡିରୁମ୍, ଖେଳ ସାମଗ୍ରୀ, ଟିଉସନ୍ ଟିଚର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ।

https://www.thesakala.in/latest-odisha-news/5t-secretary-vk-pandians-visit-to-nabarangpur-district/article-19898
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର