ଆଜିଠୁ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରିଲିମ୍‌‌ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି)ପକ୍ଷରୁ ୭ ହଜାର ୫୪୦ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା(ପ୍ରିଲିମ୍‌‌) ଶୁକ୍ରବାର ଆରମ୍ଭ ହେବ। ପ୍ରିଲିମ୍‌‌ ପରୀକ୍ଷା ମାର୍ଚ୍ଚ ୧୦ରୁ ୧୩ ତାରିଖ ଯାଏଁ ଚାଲିବ। କେବଳ ଟିଜିଟି ବର୍ଗର କଳା, ପିସିଏମ୍‌ ଓ ସିବିଜେଡ୍‌‌ ଆଶାୟୀ ପ୍ରିଲିମ୍‌‌ ପରୀକ୍ଷା ଦେବାକୁ ଥିବାବେଳେ ହିନ୍ଦୀ, ସଂସ୍କୃତ, ପିଇଟି, ଉର୍ଦ୍ଦୁ ଓ ତେଲୁଗୁ ବର୍ଗର ଆଶାୟୀମାନେ କେବଳ ମେନ୍‌‌ ପରୀକ୍ଷା ଦେବେ। ଟିଜିଟି କଳା ବର୍ଗରେ ୧୯୭୦ ପଦ ପାଇଁ ଚୟନ […]

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି)ପକ୍ଷରୁ ୭ ହଜାର ୫୪୦ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା(ପ୍ରିଲିମ୍‌‌) ଶୁକ୍ରବାର ଆରମ୍ଭ ହେବ। ପ୍ରିଲିମ୍‌‌ ପରୀକ୍ଷା ମାର୍ଚ୍ଚ ୧୦ରୁ ୧୩ ତାରିଖ ଯାଏଁ ଚାଲିବ। କେବଳ ଟିଜିଟି ବର୍ଗର କଳା, ପିସିଏମ୍‌ ଓ ସିବିଜେଡ୍‌‌ ଆଶାୟୀ ପ୍ରିଲିମ୍‌‌ ପରୀକ୍ଷା ଦେବାକୁ ଥିବାବେଳେ ହିନ୍ଦୀ, ସଂସ୍କୃତ, ପିଇଟି, ଉର୍ଦ୍ଦୁ ଓ ତେଲୁଗୁ ବର୍ଗର ଆଶାୟୀମାନେ କେବଳ ମେନ୍‌‌ ପରୀକ୍ଷା ଦେବେ। ଟିଜିଟି କଳା ବର୍ଗରେ ୧୯୭୦ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯ ଓ ସିବିଜେଡ୍‌‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ଲାଗି ଆଶାୟୀ ଦକ୍ଷତା ପରୀକ୍ଷା ଦେବେ। ସେହିଭଳି ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ପାଇଁ ପରୀକ୍ଷା ହେବ। ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ‘ଓଏସ୍‌ଏସ୍‌ସି’ର ଅଧ୍ୟକ୍ଷ ଅଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

10 Mar 2023 By The Sakala

ଆଜିଠୁ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରିଲିମ୍‌‌ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି)ପକ୍ଷରୁ ୭ ହଜାର ୫୪୦ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା(ପ୍ରିଲିମ୍‌‌) ଶୁକ୍ରବାର ଆରମ୍ଭ ହେବ। ପ୍ରିଲିମ୍‌‌ ପରୀକ୍ଷା ମାର୍ଚ୍ଚ ୧୦ରୁ ୧୩ ତାରିଖ ଯାଏଁ ଚାଲିବ। କେବଳ ଟିଜିଟି ବର୍ଗର କଳା, ପିସିଏମ୍‌ ଓ ସିବିଜେଡ୍‌‌ ଆଶାୟୀ ପ୍ରିଲିମ୍‌‌ ପରୀକ୍ଷା ଦେବାକୁ ଥିବାବେଳେ ହିନ୍ଦୀ, ସଂସ୍କୃତ, ପିଇଟି, ଉର୍ଦ୍ଦୁ ଓ ତେଲୁଗୁ ବର୍ଗର ଆଶାୟୀମାନେ କେବଳ ମେନ୍‌‌ ପରୀକ୍ଷା ଦେବେ। ଟିଜିଟି କଳା ବର୍ଗରେ ୧୯୭୦ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯ ଓ ସିବିଜେଡ୍‌‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ଲାଗି ଆଶାୟୀ ଦକ୍ଷତା ପରୀକ୍ଷା ଦେବେ। ସେହିଭଳି ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ପାଇଁ ପରୀକ୍ଷା ହେବ। ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ‘ଓଏସ୍‌ଏସ୍‌ସି’ର ଅଧ୍ୟକ୍ଷ ଅଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

https://www.thesakala.in/latest-odisha-news/prelim-exam-for-secondary-teacher-recruitment-from-today/article-19666
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର