‘ଏ++’ ମାନ୍ୟତା ଦୌଡ଼ରେ ଉତ୍କଳ ବିଶ୍ୱବିଦ୍ୟାଳୟ: ଅସଜଡ଼ା ଭିତ୍ତିଭୂମି, ଖାଲିପଡ଼ିଛି ଶିକ୍ଷକ ପଦବୀ

The Sakala Picture
Published On

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‌‌)ର ଏ++ ମାନ୍ୟତା ଦୌଡ଼ରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ମୂଲ୍ୟାଙ୍କନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ। ଦଳର ଗସ୍ତ ପୂର୍ବରୁ ଉତ୍ତମ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ ସଜେଇ ହେଉଛି। ବିଶ୍ୱବିଦ୍ୟାଳୟ ଏବେ ନାକ୍‌‌ର ‘ଏ ପ୍ଲସ୍‌‌’ ମାନ୍ୟତା ପାଇଥିବାବେଳେ ପରବର୍ତ୍ତୀ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ ସହିତ ଏ++ ମାନ୍ୟତା ପାଇବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରୟାସ ଜାରି ରଖିଛି। ହେଲେ ବିଶ୍ୱବିଦ୍ୟାଳୟର […]

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‌‌)ର ଏ++ ମାନ୍ୟତା ଦୌଡ଼ରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ମୂଲ୍ୟାଙ୍କନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ। ଦଳର ଗସ୍ତ ପୂର୍ବରୁ ଉତ୍ତମ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ ସଜେଇ ହେଉଛି। ବିଶ୍ୱବିଦ୍ୟାଳୟ ଏବେ ନାକ୍‌‌ର ‘ଏ ପ୍ଲସ୍‌‌’ ମାନ୍ୟତା ପାଇଥିବାବେଳେ ପରବର୍ତ୍ତୀ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ ସହିତ ଏ++ ମାନ୍ୟତା ପାଇବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରୟାସ ଜାରି ରଖିଛି। ହେଲେ ବିଶ୍ୱବିଦ୍ୟାଳୟର ଅସଜଡ଼ା ଭିତ୍ତିଭୂମି ସାଙ୍ଗକୁ ଖାଲିଥିବା ଶିକ୍ଷକ ପଦ ନାକ୍‌‌ ମାନ୍ୟତାରେ ଉନ୍ନତି ବଦଳରେ ଅବନତି ଆଣିବ ବୋଲି ଶିକ୍ଷାବିତ୍‌‌ମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ମାର୍ଚ୍ଚ ଶେଷ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନ ପାଇଁ ଆସିବେ ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ ବା ନାକ୍‌‌ ଟିମ୍‌‌। ନାକ୍‌‌ ଟିମ୍‌‌ ଆସିଲେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି କ’ଣ ଦେଖିବେ? ବିଭିନ୍ନ ବିଭାଗର ଶିକ୍ଷକ ପଦ ଖାଲିଥିବାବେଳେ ଗବେଷଣା, ପାଠପଢ଼଼ା ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି, ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମି ଆଦିରେ ଅନେକ ପଛରେ ପଡ଼ିଛି ଉତ୍କଳ। ନାକ୍‌‌ ଟିମ୍‌‌ ଆସିବା ପୂର୍ବରୁ ଉତ୍କଳର ସ୍ଥିତି ସୁଧୁରିବ କି ନା, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ। ଏନେଇ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟରେ ପାଖାପାଖି ୨୭ଟି ନିୟମିତ ବିଭାଗ ଥିବାବେଳେ ଏହି ବିଭାଗଗୁଡ଼ିକ ପାଇଁ ୨୫୭ ଅନୁମୋଦିତ ଅଧ୍ୟାପକ ପଦ ରହିଛି। ହେଲେ ସେଥିମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ପଦ ଖାଲି ପଡ଼ିଛି। ସେହିଭଳି ୪୭ଟି ପ୍ରଫେସର ପଦରୁ ପ୍ରାୟ ୭୦% ଖାଲିପଡ଼ିଥିବା ବେଳେ ବିଶ୍ୱବିଦ୍ୟାଳୟର ୭୬ଟି ଆସୋସିଏଟ୍‌‌ ପ୍ରଫେସର ପଦରୁ ୪୪ଟି ଖାଲିପଡ଼ିଛି। ୧୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ଅଧାରୁ ଅଧିକ ପଦରେ ନୂଆ ନିଯୁକ୍ତି ହୋଇନାହିଁ। ବିଶ୍ୱବିଦ୍ୟାଳୟରେ କେବଳ ଶିକ୍ଷକ ପଦ ଖାଲି ପଡ଼ିନି; ପାଖାପାଖି ୭ଶହଟି ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ଦୀର୍ଘଦିନ ହେବ ପଦଗୁଡ଼ିକ ଖାଲି ପଡ଼ିଥିବାବେଳେ ଏଥିରେ ସ୍ଥାୟୀ ନିଯୁକ୍ତି କେବେ ସେ ନେଇ ନିଦ୍ଦିଷ୍ଟ ସୂଚନା ନାହିଁ। ତେବେ ବିଶ୍ୱବିଦ୍ୟାଳୟର ଏପରି ସ୍ଥିତି କିଛି ବରିଷ୍ଠ କର୍ମଚାରୀଙ୍କୁ ସୁହାଇଛି। ସମ୍ପୃକ୍ତ କର୍ମଚାରୀ ଆଉଟ୍‌‌ସୋର୍ସିଂ ବ୍ୟବସ୍ଥାରେ ଅନେକ କର୍ମଚାରୀଙ୍କୁ ଥାଇଥାନ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

ଅନ୍ୟପକ୍ଷରେ ମାର୍ଚ୍ଚ ସୁଦ୍ଧା ବିଶ୍ୱବିଦ୍ୟାଳୟର ଅନେକ ବରିଷ୍ଠ ପ୍ରଫେସର ପଦ ଖାଲି ପଡ଼ିବ। ବିଶିଷ୍ଟ ତଥା ବରିଷ୍ଠ ପ୍ରଫେସରମାନଙ୍କ କାର୍ଯ୍ୟକାଳ ସରୁଥିବାବେଳେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରାଧ୍ୟାପକ ପଦ ଖାଲି ହେବ। ଶିକ୍ଷକ ପଦ ଖାଲି ରହିବା କାରଣରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ କମୁଛି। ଅଧ୍ୟାପକ ଅଭାବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଉଭୟ ଶିକ୍ଷାଦାନ ଓ ଗବେଷଣାରେ ପଛରେ ପଡ଼ିଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସଂଖ୍ୟା କମିବା ସହିତ ସେମାନଙ୍କ ଉପରେ ଅଧିକ ଦାୟିତ୍ୱ ଓ ଚାପ ଲଦି ଦିଆଯାଉଛି। ଯାହାକୁ ନେଇ ବିଶ୍ୱବିଦ୍ୟାଳୟର କିଛି ପ୍ରାଧ୍ୟାପକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଏହାର ସମାଧାନ ଦିଗରେ ପଦକ୍ଷେପ କରାଯିବା ନିତ୍ୟାନ୍ତ ଜରୁରୀ ବୋଲି ଶିକ୍ଷାବିତ୍‌‌ ଡ. ଚିତ୍ତ ରଞ୍ଜନ ପଣ୍ଡା କହିଛନ୍ତି। ସେହିପରି ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଖାଲିଥିବା ଶିକ୍ଷକ ପଦ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ଓପିଏସସି ଦ୍ୱାରା ଚୟନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ ନିଯୁକ୍ତି ହୋଇ ପାରିନି। ମାତ୍ର ନାକ୍‌‌ରେ ଉତ୍ତମ ପ୍ରଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି। ତାରିଖ ନିର୍ଦ୍ଧାରଣ ହୋଇ ନ ଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ଆସିବା ନିଶ୍ଚିତ ହୋଇଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

03 Mar 2023 By The Sakala

‘ଏ++’ ମାନ୍ୟତା ଦୌଡ଼ରେ ଉତ୍କଳ ବିଶ୍ୱବିଦ୍ୟାଳୟ: ଅସଜଡ଼ା ଭିତ୍ତିଭୂମି, ଖାଲିପଡ଼ିଛି ଶିକ୍ଷକ ପଦବୀ

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‌‌)ର ଏ++ ମାନ୍ୟତା ଦୌଡ଼ରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ମୂଲ୍ୟାଙ୍କନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ। ଦଳର ଗସ୍ତ ପୂର୍ବରୁ ଉତ୍ତମ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ ସଜେଇ ହେଉଛି। ବିଶ୍ୱବିଦ୍ୟାଳୟ ଏବେ ନାକ୍‌‌ର ‘ଏ ପ୍ଲସ୍‌‌’ ମାନ୍ୟତା ପାଇଥିବାବେଳେ ପରବର୍ତ୍ତୀ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ ସହିତ ଏ++ ମାନ୍ୟତା ପାଇବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରୟାସ ଜାରି ରଖିଛି। ହେଲେ ବିଶ୍ୱବିଦ୍ୟାଳୟର ଅସଜଡ଼ା ଭିତ୍ତିଭୂମି ସାଙ୍ଗକୁ ଖାଲିଥିବା ଶିକ୍ଷକ ପଦ ନାକ୍‌‌ ମାନ୍ୟତାରେ ଉନ୍ନତି ବଦଳରେ ଅବନତି ଆଣିବ ବୋଲି ଶିକ୍ଷାବିତ୍‌‌ମାନେ ମତ ଦେଇଛନ୍ତି।

ମାର୍ଚ୍ଚ ଶେଷ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନ ପାଇଁ ଆସିବେ ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ ବା ନାକ୍‌‌ ଟିମ୍‌‌। ନାକ୍‌‌ ଟିମ୍‌‌ ଆସିଲେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି କ’ଣ ଦେଖିବେ? ବିଭିନ୍ନ ବିଭାଗର ଶିକ୍ଷକ ପଦ ଖାଲିଥିବାବେଳେ ଗବେଷଣା, ପାଠପଢ଼଼ା ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି, ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମି ଆଦିରେ ଅନେକ ପଛରେ ପଡ଼ିଛି ଉତ୍କଳ। ନାକ୍‌‌ ଟିମ୍‌‌ ଆସିବା ପୂର୍ବରୁ ଉତ୍କଳର ସ୍ଥିତି ସୁଧୁରିବ କି ନା, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ। ଏନେଇ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟରେ ପାଖାପାଖି ୨୭ଟି ନିୟମିତ ବିଭାଗ ଥିବାବେଳେ ଏହି ବିଭାଗଗୁଡ଼ିକ ପାଇଁ ୨୫୭ ଅନୁମୋଦିତ ଅଧ୍ୟାପକ ପଦ ରହିଛି। ହେଲେ ସେଥିମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ପଦ ଖାଲି ପଡ଼ିଛି। ସେହିଭଳି ୪୭ଟି ପ୍ରଫେସର ପଦରୁ ପ୍ରାୟ ୭୦% ଖାଲିପଡ଼ିଥିବା ବେଳେ ବିଶ୍ୱବିଦ୍ୟାଳୟର ୭୬ଟି ଆସୋସିଏଟ୍‌‌ ପ୍ରଫେସର ପଦରୁ ୪୪ଟି ଖାଲିପଡ଼ିଛି। ୧୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ଅଧାରୁ ଅଧିକ ପଦରେ ନୂଆ ନିଯୁକ୍ତି ହୋଇନାହିଁ। ବିଶ୍ୱବିଦ୍ୟାଳୟରେ କେବଳ ଶିକ୍ଷକ ପଦ ଖାଲି ପଡ଼ିନି; ପାଖାପାଖି ୭ଶହଟି ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ଦୀର୍ଘଦିନ ହେବ ପଦଗୁଡ଼ିକ ଖାଲି ପଡ଼ିଥିବାବେଳେ ଏଥିରେ ସ୍ଥାୟୀ ନିଯୁକ୍ତି କେବେ ସେ ନେଇ ନିଦ୍ଦିଷ୍ଟ ସୂଚନା ନାହିଁ। ତେବେ ବିଶ୍ୱବିଦ୍ୟାଳୟର ଏପରି ସ୍ଥିତି କିଛି ବରିଷ୍ଠ କର୍ମଚାରୀଙ୍କୁ ସୁହାଇଛି। ସମ୍ପୃକ୍ତ କର୍ମଚାରୀ ଆଉଟ୍‌‌ସୋର୍ସିଂ ବ୍ୟବସ୍ଥାରେ ଅନେକ କର୍ମଚାରୀଙ୍କୁ ଥାଇଥାନ କରାଇଛନ୍ତି।

ଅନ୍ୟପକ୍ଷରେ ମାର୍ଚ୍ଚ ସୁଦ୍ଧା ବିଶ୍ୱବିଦ୍ୟାଳୟର ଅନେକ ବରିଷ୍ଠ ପ୍ରଫେସର ପଦ ଖାଲି ପଡ଼ିବ। ବିଶିଷ୍ଟ ତଥା ବରିଷ୍ଠ ପ୍ରଫେସରମାନଙ୍କ କାର୍ଯ୍ୟକାଳ ସରୁଥିବାବେଳେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରାଧ୍ୟାପକ ପଦ ଖାଲି ହେବ। ଶିକ୍ଷକ ପଦ ଖାଲି ରହିବା କାରଣରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ କମୁଛି। ଅଧ୍ୟାପକ ଅଭାବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଉଭୟ ଶିକ୍ଷାଦାନ ଓ ଗବେଷଣାରେ ପଛରେ ପଡ଼ିଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସଂଖ୍ୟା କମିବା ସହିତ ସେମାନଙ୍କ ଉପରେ ଅଧିକ ଦାୟିତ୍ୱ ଓ ଚାପ ଲଦି ଦିଆଯାଉଛି। ଯାହାକୁ ନେଇ ବିଶ୍ୱବିଦ୍ୟାଳୟର କିଛି ପ୍ରାଧ୍ୟାପକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଏହାର ସମାଧାନ ଦିଗରେ ପଦକ୍ଷେପ କରାଯିବା ନିତ୍ୟାନ୍ତ ଜରୁରୀ ବୋଲି ଶିକ୍ଷାବିତ୍‌‌ ଡ. ଚିତ୍ତ ରଞ୍ଜନ ପଣ୍ଡା କହିଛନ୍ତି। ସେହିପରି ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଖାଲିଥିବା ଶିକ୍ଷକ ପଦ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ଓପିଏସସି ଦ୍ୱାରା ଚୟନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ ନିଯୁକ୍ତି ହୋଇ ପାରିନି। ମାତ୍ର ନାକ୍‌‌ରେ ଉତ୍ତମ ପ୍ରଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି। ତାରିଖ ନିର୍ଦ୍ଧାରଣ ହୋଇ ନ ଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ଆସିବା ନିଶ୍ଚିତ ହୋଇଥିବା ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର