ଗ୍ରୀଷ୍ମପ୍ରବାହ ପାଇଁ ଆଗୁଆ ପଦକ୍ଷେପ: ଏପ୍ରିଲରୁ ଜୁନ୍ ୧୫ ଯାଏ ଖରାରେ ଖଟିବେନି ଶ୍ରମିକ

The Sakala Picture
Published On

ଭୁବନେଶ୍ୱର: ଏଥର ଭୀଷଣ ଖରା । ଆକାଶରୁ ବର୍ଷିବ ନିଆଁ । ମାର୍ଚ୍ଚରୁ ଜୁନ୍ ଅଧା ପର୍ଯ୍ଯନ୍ତ ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଓ ମେ ମାସରେ ଅସହ୍ୟ ହେବ ଗରମ। ଏଥିପାଇଁ ନିର୍ମାଣ ଶ୍ରମିକଙ୍କ କାମ କରିବାର ସମୟ କମିଛି । ଏପ୍ରିଲ ମାସରୁ ଜୁନ୍ ୧୫ ପର୍ଯ୍ଯନ୍ତ ପ୍ରତିଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ଯନ୍ତ କାମ କରିବେ ନାହିଁ ଶ୍ରମିକ। ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସମସ୍ତ ରାଜସ୍ବ […]

ଭୁବନେଶ୍ୱର: ଏଥର ଭୀଷଣ ଖରା । ଆକାଶରୁ ବର୍ଷିବ ନିଆଁ । ମାର୍ଚ୍ଚରୁ ଜୁନ୍ ଅଧା ପର୍ଯ୍ଯନ୍ତ ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଓ ମେ ମାସରେ ଅସହ୍ୟ ହେବ ଗରମ। ଏଥିପାଇଁ ନିର୍ମାଣ ଶ୍ରମିକଙ୍କ କାମ କରିବାର ସମୟ କମିଛି । ଏପ୍ରିଲ ମାସରୁ ଜୁନ୍ ୧୫ ପର୍ଯ୍ଯନ୍ତ ପ୍ରତିଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ଯନ୍ତ କାମ କରିବେ ନାହିଁ ଶ୍ରମିକ। ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ନିବେଦନ କରାଯାଇଛି । ଅତି ଜରୁରୀ କାମ ଥିଲେ କିମ୍ବା ଅତ୍ୟାବଶକୀୟ ସେବା ସହ ଜଡିତ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଏହି ସମୟରେ ବିଶ୍ରାମ ଦେଇହେବ ନାହିଁ । ସେମାନଙ୍କ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଥଣ୍ଡା ପାଣି, ଛାଇ ପାଇଁ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ଏବଂ ଓଆରଏସ ପ୍ୟାକେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସବୁ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖାଯାଇଛି । ଆଗକୁ ପ୍ରଚଣ୍ଡ ଖରା ଯୋଗୁଁ ସ୍ବାସ୍ଥ୍ୟ ସେବାକୁ ମଜଭୁତ କରିବାକୁ କୁହାଯାଇଛି । ଜିଲ୍ଲା ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଗରମ ଜନିତ ସମସ୍ୟା ଓ ରୋଗରୁ ମୁକ୍ତି ପାଇଁ ବ୍ୟବସ୍ଥା ପାଇଁ କୁହାଯାଇଛି । ଲୋକମାନେ ଖରାରେ କିପରି ନିଜର ଧ୍ୟାନ ରଖିବେ ସେଥିପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

28 Feb 2023 By The Sakala

ଗ୍ରୀଷ୍ମପ୍ରବାହ ପାଇଁ ଆଗୁଆ ପଦକ୍ଷେପ: ଏପ୍ରିଲରୁ ଜୁନ୍ ୧୫ ଯାଏ ଖରାରେ ଖଟିବେନି ଶ୍ରମିକ

ଭୁବନେଶ୍ୱର: ଏଥର ଭୀଷଣ ଖରା । ଆକାଶରୁ ବର୍ଷିବ ନିଆଁ । ମାର୍ଚ୍ଚରୁ ଜୁନ୍ ଅଧା ପର୍ଯ୍ଯନ୍ତ ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଓ ମେ ମାସରେ ଅସହ୍ୟ ହେବ ଗରମ। ଏଥିପାଇଁ ନିର୍ମାଣ ଶ୍ରମିକଙ୍କ କାମ କରିବାର ସମୟ କମିଛି । ଏପ୍ରିଲ ମାସରୁ ଜୁନ୍ ୧୫ ପର୍ଯ୍ଯନ୍ତ ପ୍ରତିଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ଯନ୍ତ କାମ କରିବେ ନାହିଁ ଶ୍ରମିକ। ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ।

ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ନିବେଦନ କରାଯାଇଛି । ଅତି ଜରୁରୀ କାମ ଥିଲେ କିମ୍ବା ଅତ୍ୟାବଶକୀୟ ସେବା ସହ ଜଡିତ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଏହି ସମୟରେ ବିଶ୍ରାମ ଦେଇହେବ ନାହିଁ । ସେମାନଙ୍କ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଥଣ୍ଡା ପାଣି, ଛାଇ ପାଇଁ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ଏବଂ ଓଆରଏସ ପ୍ୟାକେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।

ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସବୁ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖାଯାଇଛି । ଆଗକୁ ପ୍ରଚଣ୍ଡ ଖରା ଯୋଗୁଁ ସ୍ବାସ୍ଥ୍ୟ ସେବାକୁ ମଜଭୁତ କରିବାକୁ କୁହାଯାଇଛି । ଜିଲ୍ଲା ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଗରମ ଜନିତ ସମସ୍ୟା ଓ ରୋଗରୁ ମୁକ୍ତି ପାଇଁ ବ୍ୟବସ୍ଥା ପାଇଁ କୁହାଯାଇଛି । ଲୋକମାନେ ଖରାରେ କିପରି ନିଜର ଧ୍ୟାନ ରଖିବେ ସେଥିପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି ।

https://www.thesakala.in/latest-odisha-news/advance-measures-for-heat-wave-workers-will-not-work-in-summer-from-april-to-june-15/article-19402
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର