ସଫେଇ କର୍ମୀଙ୍କ ସଫା ହୃଦୟ: ଅଳିଆ ଗଦାରୁ ଚେନ୍‌‌ ପାଇ ଫେରାଇଲେ

The Sakala Picture
Published On

ଭୁବନେଶ୍ୱର :ଅଳିଆ ସହ ଦିନ ରାତି କାଟୁଥିବା ମହିଳାଙ୍କୁ ସୁନାର ଲୋଭ ସ୍ପର୍ଶ କରି ନାହିଁ। ମାସ ସାରା କାମ କରି ଟଙ୍କା କେଇଟା ରୋଜଗାର କରୁଥିଲେ ବି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ହାରକୁ ତୁଚ୍ଛ କରି ଦେଇଛନ୍ତି ସ୍ୱଚ୍ଛ କର୍ମୀ ପୂଜା ସିଂ। ମହିଳା ସ୍ୱଚ୍ଛ କର୍ମୀ ପୂଜା ସିଂଙ୍କ ଏହି ମହତପଣିଆ ପାଇଁ ପାଇଁ ବିଏମ୍‌‌ସି ମେୟର ଓ କମିସନରଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। […]

ଭୁବନେଶ୍ୱର :ଅଳିଆ ସହ ଦିନ ରାତି କାଟୁଥିବା ମହିଳାଙ୍କୁ ସୁନାର ଲୋଭ ସ୍ପର୍ଶ କରି ନାହିଁ। ମାସ ସାରା କାମ କରି ଟଙ୍କା କେଇଟା ରୋଜଗାର କରୁଥିଲେ ବି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ହାରକୁ ତୁଚ୍ଛ କରି ଦେଇଛନ୍ତି ସ୍ୱଚ୍ଛ କର୍ମୀ ପୂଜା ସିଂ। ମହିଳା ସ୍ୱଚ୍ଛ କର୍ମୀ ପୂଜା ସିଂଙ୍କ ଏହି ମହତପଣିଆ ପାଇଁ ପାଇଁ ବିଏମ୍‌‌ସି ମେୟର ଓ କମିସନରଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଅଳିଆ ଗଦାରୁ ସୁନା ହାର ପାଇବା ପରେ ଏହାକୁ ଫେରାଇ ଦେଇ ପୂଜା ସିଂ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ସୂଚନା ଅନୁଯାୟୀ, ଶୈଳଶ୍ରୀ ବିହାରରେ ରହୁଥିବା ବିଭୂତି ସେଠୀ ନାମକ ଜଣେ ବ୍ୟକ୍ତି ଶିବରାତ୍ରି ଦିନ ନିଜ ମା’ଙ୍କ ଶ୍ରାଦ୍ଧବାର୍ଷିକୀରେ ଘରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ସେ ନିୟମିତ ଭାବେ ପିନ୍ଧୁଥିବା ଏକ ସୁନା ଚେନ୍‌‌ ନିଜ ମା’ଙ୍କ ଫଟୋ ନିକଟରେ ଥିବା କିଛି ଫୁଲ ଉପରେ ରଖି ଦେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମନସ୍କ ହୋଇ ଶ୍ରୀ ସେଠୀ ଏହି ଫୁଲକୁ ଡଷ୍ଟବିନ୍‌‌ରେ ପକାଇ ଦେଇଥିଲେ। ଯେଉଁଥିରେ ସୁନା ଚେନ୍‌‌ ମଧ୍ୟ ଡଷ୍ଟବିନ୍‌‌ରେ ପଡ଼ି ଯାଇଥିଲା। ପରଦିନ ସକାଳୁ ଏହି ଅଳିଆକୁ ସଫେଇ ଗାଡ଼ିରେ ପକାଇ ଦିଆଯାଇଥିଲା। ଦିନ ୧୧ ଟା ବେଳକୁ ଶ୍ରୀ ସେଠୀ ନିଜର ଚେନ୍‌‌ କଥା ମନେ ପକାଇବା ସହିତ ଅଳିଆ ଗାଡ଼ିରେ ଚେନ ପକାଇ ଦେଇଥିବା ଜାଣିଥିଲେ।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

ତୁରନ୍ତ ସେ ନିଜ ଜୋନ୍‌‌ର ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ସହାୟତା ଲୋଡ଼ିଥିଲେ। ତେବେ ଏହି ସମୟ ସୁଦ୍ଧା ୭ ନମ୍ବର ୱାର୍ଡର କାନନ ବିହାର ଏମସିସିରେ କାର୍ଯ୍ୟରତ ସ୍ୱଚ୍ଛସାଥୀ ପୂଜା ସିଂ ଅଳିଆରୁ ଏହି ଚେନ୍‌‌ ପାଇବା ସହିତ ବିଏମ୍‌‌ସିର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବିଏମ୍‌‌ସି ପକ୍ଷରୁ ଶ୍ରୀ ସେଠୀଙ୍କୁ ଡକାଯାଇ ତାଙ୍କର ଚେନ୍‌‌ ହସ୍ତାନ୍ତର କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ଶ୍ରୀ ସେଠୀ କହିଛନ୍ତି ଯେ ଏତେ ଅଳିଆରେ ଚେନ୍‌‌ ଯାଇଥିବାରୁ ଏହା ମିଳିବ ବୋଲି ଆଶା ଛାଡ଼ି ଦେଇଥିଲି। ମାତ୍ର ପୂଜା ସିଂଙ୍କ ଭଳି କର୍ମଚାରୀ ଓ ମଣିଷ ପଣିଆ ଥିବା ମହିଳାଙ୍କ ପାଇଁ ଏହି ଚେନ୍‌‌ ମିଳିଛି। ତାଙ୍କ ମଣିଷପଣିଆ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ଓ ଅନ୍ୟମାନେ ମଧ୍ୟ ଏହି ଭଳି କାମ କରିବା ପାଇଁ ଉତ୍ସାହୀ ହେବେ ବୋଲି ଶ୍ରୀ ସେଠୀ କହିଛନ୍ତି। ବିଏମ୍‌‌ସି ମେୟର ସୁଲୋଚନା ଦାସ ସ୍ୱଚ୍ଛସାଥୀ ପୂଜା ସିଂଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ବିଏମ୍‌‌ସି କମିସନର ଓ ଅତିରିକ୍ତ କମିସନର ମଧ୍ୟ ପୂଜାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

22 Feb 2023 By The Sakala

ସଫେଇ କର୍ମୀଙ୍କ ସଫା ହୃଦୟ: ଅଳିଆ ଗଦାରୁ ଚେନ୍‌‌ ପାଇ ଫେରାଇଲେ

ଭୁବନେଶ୍ୱର :ଅଳିଆ ସହ ଦିନ ରାତି କାଟୁଥିବା ମହିଳାଙ୍କୁ ସୁନାର ଲୋଭ ସ୍ପର୍ଶ କରି ନାହିଁ। ମାସ ସାରା କାମ କରି ଟଙ୍କା କେଇଟା ରୋଜଗାର କରୁଥିଲେ ବି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ହାରକୁ ତୁଚ୍ଛ କରି ଦେଇଛନ୍ତି ସ୍ୱଚ୍ଛ କର୍ମୀ ପୂଜା ସିଂ। ମହିଳା ସ୍ୱଚ୍ଛ କର୍ମୀ ପୂଜା ସିଂଙ୍କ ଏହି ମହତପଣିଆ ପାଇଁ ପାଇଁ ବିଏମ୍‌‌ସି ମେୟର ଓ କମିସନରଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଅଳିଆ ଗଦାରୁ ସୁନା ହାର ପାଇବା ପରେ ଏହାକୁ ଫେରାଇ ଦେଇ ପୂଜା ସିଂ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ସୂଚନା ଅନୁଯାୟୀ, ଶୈଳଶ୍ରୀ ବିହାରରେ ରହୁଥିବା ବିଭୂତି ସେଠୀ ନାମକ ଜଣେ ବ୍ୟକ୍ତି ଶିବରାତ୍ରି ଦିନ ନିଜ ମା’ଙ୍କ ଶ୍ରାଦ୍ଧବାର୍ଷିକୀରେ ଘରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ସେ ନିୟମିତ ଭାବେ ପିନ୍ଧୁଥିବା ଏକ ସୁନା ଚେନ୍‌‌ ନିଜ ମା’ଙ୍କ ଫଟୋ ନିକଟରେ ଥିବା କିଛି ଫୁଲ ଉପରେ ରଖି ଦେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମନସ୍କ ହୋଇ ଶ୍ରୀ ସେଠୀ ଏହି ଫୁଲକୁ ଡଷ୍ଟବିନ୍‌‌ରେ ପକାଇ ଦେଇଥିଲେ। ଯେଉଁଥିରେ ସୁନା ଚେନ୍‌‌ ମଧ୍ୟ ଡଷ୍ଟବିନ୍‌‌ରେ ପଡ଼ି ଯାଇଥିଲା। ପରଦିନ ସକାଳୁ ଏହି ଅଳିଆକୁ ସଫେଇ ଗାଡ଼ିରେ ପକାଇ ଦିଆଯାଇଥିଲା। ଦିନ ୧୧ ଟା ବେଳକୁ ଶ୍ରୀ ସେଠୀ ନିଜର ଚେନ୍‌‌ କଥା ମନେ ପକାଇବା ସହିତ ଅଳିଆ ଗାଡ଼ିରେ ଚେନ ପକାଇ ଦେଇଥିବା ଜାଣିଥିଲେ।

ତୁରନ୍ତ ସେ ନିଜ ଜୋନ୍‌‌ର ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ସହାୟତା ଲୋଡ଼ିଥିଲେ। ତେବେ ଏହି ସମୟ ସୁଦ୍ଧା ୭ ନମ୍ବର ୱାର୍ଡର କାନନ ବିହାର ଏମସିସିରେ କାର୍ଯ୍ୟରତ ସ୍ୱଚ୍ଛସାଥୀ ପୂଜା ସିଂ ଅଳିଆରୁ ଏହି ଚେନ୍‌‌ ପାଇବା ସହିତ ବିଏମ୍‌‌ସିର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବିଏମ୍‌‌ସି ପକ୍ଷରୁ ଶ୍ରୀ ସେଠୀଙ୍କୁ ଡକାଯାଇ ତାଙ୍କର ଚେନ୍‌‌ ହସ୍ତାନ୍ତର କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ଶ୍ରୀ ସେଠୀ କହିଛନ୍ତି ଯେ ଏତେ ଅଳିଆରେ ଚେନ୍‌‌ ଯାଇଥିବାରୁ ଏହା ମିଳିବ ବୋଲି ଆଶା ଛାଡ଼ି ଦେଇଥିଲି। ମାତ୍ର ପୂଜା ସିଂଙ୍କ ଭଳି କର୍ମଚାରୀ ଓ ମଣିଷ ପଣିଆ ଥିବା ମହିଳାଙ୍କ ପାଇଁ ଏହି ଚେନ୍‌‌ ମିଳିଛି। ତାଙ୍କ ମଣିଷପଣିଆ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ଓ ଅନ୍ୟମାନେ ମଧ୍ୟ ଏହି ଭଳି କାମ କରିବା ପାଇଁ ଉତ୍ସାହୀ ହେବେ ବୋଲି ଶ୍ରୀ ସେଠୀ କହିଛନ୍ତି। ବିଏମ୍‌‌ସି ମେୟର ସୁଲୋଚନା ଦାସ ସ୍ୱଚ୍ଛସାଥୀ ପୂଜା ସିଂଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ବିଏମ୍‌‌ସି କମିସନର ଓ ଅତିରିକ୍ତ କମିସନର ମଧ୍ୟ ପୂଜାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର