ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗ୍ରୀଷ୍ମର ଆଗମନରେ ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ଘର ବାହୁଡ଼ା 

The Sakala Picture
Published On

ବାଲୁଗାଁ: ଗ୍ରୀଷ୍ମର ଆଗମନରେ ଚିଲିକାର ଉଷ୍ମତା ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଶୀତଋତୁରେ ଆଗମନ କରିଥିବା ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ ଘର ବାହୁଡ଼ା ଆରମ୍ଭ କରି ଦେଇଛନ୍ତିି । ଜଳବାୟୁ ଉଷ୍ମତା ବୃଦ୍ଧି ପାଇବା ସଂଗେ ସଂଗେ ନୀଳାମ୍ବୁ ଚିଲିକାର ମୋହ ଛାଡ଼ି ବିଦେଶାଗତ ରଙ୍ଗ ବେରଙ୍ଗର ପକ୍ଷୀମାନ ବର୍ତ୍ତମାନ ଘର ମୁହାଁ ହେବାରେ ଲାଗିଛନ୍ତି । ପ୍ରତ୍ୟାବର୍ତ୍ତନ ପୂର୍ବରୁ ଚିଲିକା ଗର୍ଭରେ ଥିବା ଅଭୟ୍ୟାରଣ ନଳବଣ […]

ବାଲୁଗାଁ: ଗ୍ରୀଷ୍ମର ଆଗମନରେ ଚିଲିକାର ଉଷ୍ମତା ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଶୀତଋତୁରେ ଆଗମନ କରିଥିବା ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ ଘର ବାହୁଡ଼ା ଆରମ୍ଭ କରି ଦେଇଛନ୍ତିି । ଜଳବାୟୁ ଉଷ୍ମତା ବୃଦ୍ଧି ପାଇବା ସଂଗେ ସଂଗେ ନୀଳାମ୍ବୁ ଚିଲିକାର ମୋହ ଛାଡ଼ି ବିଦେଶାଗତ ରଙ୍ଗ ବେରଙ୍ଗର ପକ୍ଷୀମାନ ବର୍ତ୍ତମାନ ଘର ମୁହାଁ ହେବାରେ ଲାଗିଛନ୍ତି । ପ୍ରତ୍ୟାବର୍ତ୍ତନ ପୂର୍ବରୁ ଚିଲିକା ଗର୍ଭରେ ଥିବା ଅଭୟ୍ୟାରଣ ନଳବଣ ଆକାଶରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ଇଂରାଜୀ ଅକ୍ଷର ୟୁ ଓ ଭି ସଦୃଶ୍ୟ ଚକରମାରି ଦଳ ଦଳ ହୋଇ ସ୍ୱଦେଶ ଫେରୁ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ପ୍ରକାଶ ଯେ, ଗତ ଅକ୍ଟୋବର ମଧ୍ୟ ଭାଗରୁ ଶୀତର ଆଗମନରେ ଚିଲିକାକୁ ବିଦେଶାଗତ ରଙ୍ଗବେରଙ୍ଗ ପକ୍ଷୀଙ୍କ ସୂଅ ଛୁଟିବା ଆରମ୍ଭ ହୋଇଥିଲା । ସୁଦୂର ବରଫାବୃତ୍ତ ରାଷ୍ଟ୍ରାଅଞ୍ଚଳରେ ଶୀତ ଋତୁରେ ଅତ୍ୟଧିକ ହିମ ପ୍ରବାହ ହେତୁ ଏଥିରୁ ରକ୍ଷା ପାଇବା ସହ ଉପଯୁକ୍ତ ଖାଦ୍ୟ ଓ ନିରାପଦ ବାସସ୍ଥାନ ଅନ୍ୱେଷଣରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକା ବକ୍ଷକୁ ଆସିଥିଲେ। ବର୍ଷା ଦିନେ ଜନ୍ମ ନେଇଥିବା ଗୁଳ୍ପଜାତୀୟ ଉଦ୍ଭିଦ ଓ ଛୋଟ ଛୋଟ ମାଛ, କଙ୍କଡ଼ା, ଜଳଚର କୀଟପତଙ୍ଗ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହାର ପାଲଟିଥିଲା । ଏଥିସହିତ ଅଭୟାରଣ୍ୟ ନଳବଣକୁ ପକ୍ଷୀମାନେ ନିରାପଦ ବାସସ୍ଥାନ ରୂପେ ଗ୍ରହଣ କରି ନେବା ସହ ଏଠାରେ ଚାରି ମାସ ରହଣୀକାଳ ମଧ୍ୟରେ ପକ୍ଷୀ ମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରି ଅଛନ୍ତି । ପୁନର୍ବାର ଫେବୃଆରୀ ମାସ ଶେଷାର୍ଦ୍ଧରେ ଧରା ପୃଷ୍ଠକୁ ଗ୍ରୀଷ୍ମ ଛୁଇଁବା ମାତ୍ରେ ଏହି ପକ୍ଷୀ ସବୁ ଶାବକ ଛୁଆଙ୍କ ସହ ନିଜ ନିଜର ଭିଟାମାଟିକୁ ଫେରିବା ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ଚଳିତ ବର୍ଷ ଚିଲିକାରେ ମୋଟ ୧୧ଲକ୍ଷ ୩୧ହଜାର ୯୨୯ଗୋଟି ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ସେଥି ମଧ୍ୟରୁ ଅଭୟ୍ୟାରଣ୍ୟ ନଳବଣରେ ୩ଲକ୍ଷ ୪୨ହଜାର ଗୋଟି ପକ୍ଷୀଙ୍କ ସମାଗମ ହୋଇଥିଲା ବୋଲି ଗତ ଜାନୁଆରୀ ୪ତାରିଖରେ ବିଭାଗୀୟ ଗଣନାରୁ ଜଣାପଡିଥିଲା । ବିଗତ ବର୍ଷ ମାନଙ୍କରେ ଚିଲିକାରେ ୧୮୩ ରୁ ଉର୍ଦ୍ଧ୍ହ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରଜାତି ସଂଖ୍ୟା ୧୮୪ରେ ସୀମିତ ଥିଲା । ସେମାନଙ୍କ ମଧ୍ୟରୁ ୟୁରାସିୟାନ୍‌ କୁଜଅନ୍‌, ପିଣ୍ଟେଲ୍‌, ଗଡ଼ୱିଟ୍‌, ସୋଭଲର, ଗଡ଼ୱାଲ୍‌ ଆଦି ପ୍ରଜାତି ସର୍ବାଧିକ ଥିଲେ। ତାତି ବଢିବା ସଙ୍ଗେ ସଙ୍ଗେ ଗତ ଏକ ସପ୍ତାହ ମଧ୍ୟରେ ଚିଲିକାରୁ ବିଦେଶୀ ପକ୍ଷୀ ପର୍ଯ୍ୟାୟ କ୍ରମେ ସ୍ୱଦେଶକୁ ଫେରିବା ଆରମ୍ଭ କରୁଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅତିରିକ୍ତ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: 'ସୋମନାଥ ସ୍ୱାଭିମାନ ଯାତ୍ରା ୨୦୨୬'ର ଶୁଭାରମ୍ଭ, ଗୁଜରାଟ ଅଭିମୁଖେ ବାହାରିଲେ ୧୧୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ବିଦେଶୀ ପକ୍ଷୀ ଘର ବାହୁଡା ଆରମ୍ଭ କରିଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ଚିଲିକା ବିଦେଶାଗତ ପକ୍ଷୀଶୂନ୍ୟ ହୋଇପଡିବ। ବିଦେଶାଗତ ପକ୍ଷୀଙ୍କ ଘର ବାହୁଡ଼ା ସମୟରେ ଚିଲିକାକୁ ବାଏ ବାଏ ଫିର ମିଲେଙ୍ଗେ କହି ଆସନ୍ତା ବର୍ଷ ଶୀତଋତୁ ପ୍ରାରମ୍ଭରେ ପୁଣୀ ଦେଖାହେବା ଯାହା ଚିଲିକାରୁ ବିଦାୟ ନେବା ପକ୍ଷୀଙ୍କ କାକଳୀରୁ ବାରି ହେଉଛି ।

20 Feb 2023 By The Sakala

ଗ୍ରୀଷ୍ମର ଆଗମନରେ ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ଘର ବାହୁଡ଼ା 

ବାଲୁଗାଁ: ଗ୍ରୀଷ୍ମର ଆଗମନରେ ଚିଲିକାର ଉଷ୍ମତା ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଶୀତଋତୁରେ ଆଗମନ କରିଥିବା ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ ଘର ବାହୁଡ଼ା ଆରମ୍ଭ କରି ଦେଇଛନ୍ତିି । ଜଳବାୟୁ ଉଷ୍ମତା ବୃଦ୍ଧି ପାଇବା ସଂଗେ ସଂଗେ ନୀଳାମ୍ବୁ ଚିଲିକାର ମୋହ ଛାଡ଼ି ବିଦେଶାଗତ ରଙ୍ଗ ବେରଙ୍ଗର ପକ୍ଷୀମାନ ବର୍ତ୍ତମାନ ଘର ମୁହାଁ ହେବାରେ ଲାଗିଛନ୍ତି । ପ୍ରତ୍ୟାବର୍ତ୍ତନ ପୂର୍ବରୁ ଚିଲିକା ଗର୍ଭରେ ଥିବା ଅଭୟ୍ୟାରଣ ନଳବଣ ଆକାଶରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ଇଂରାଜୀ ଅକ୍ଷର ୟୁ ଓ ଭି ସଦୃଶ୍ୟ ଚକରମାରି ଦଳ ଦଳ ହୋଇ ସ୍ୱଦେଶ ଫେରୁ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ପ୍ରକାଶ ଯେ, ଗତ ଅକ୍ଟୋବର ମଧ୍ୟ ଭାଗରୁ ଶୀତର ଆଗମନରେ ଚିଲିକାକୁ ବିଦେଶାଗତ ରଙ୍ଗବେରଙ୍ଗ ପକ୍ଷୀଙ୍କ ସୂଅ ଛୁଟିବା ଆରମ୍ଭ ହୋଇଥିଲା । ସୁଦୂର ବରଫାବୃତ୍ତ ରାଷ୍ଟ୍ରାଅଞ୍ଚଳରେ ଶୀତ ଋତୁରେ ଅତ୍ୟଧିକ ହିମ ପ୍ରବାହ ହେତୁ ଏଥିରୁ ରକ୍ଷା ପାଇବା ସହ ଉପଯୁକ୍ତ ଖାଦ୍ୟ ଓ ନିରାପଦ ବାସସ୍ଥାନ ଅନ୍ୱେଷଣରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକା ବକ୍ଷକୁ ଆସିଥିଲେ। ବର୍ଷା ଦିନେ ଜନ୍ମ ନେଇଥିବା ଗୁଳ୍ପଜାତୀୟ ଉଦ୍ଭିଦ ଓ ଛୋଟ ଛୋଟ ମାଛ, କଙ୍କଡ଼ା, ଜଳଚର କୀଟପତଙ୍ଗ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହାର ପାଲଟିଥିଲା । ଏଥିସହିତ ଅଭୟାରଣ୍ୟ ନଳବଣକୁ ପକ୍ଷୀମାନେ ନିରାପଦ ବାସସ୍ଥାନ ରୂପେ ଗ୍ରହଣ କରି ନେବା ସହ ଏଠାରେ ଚାରି ମାସ ରହଣୀକାଳ ମଧ୍ୟରେ ପକ୍ଷୀ ମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରି ଅଛନ୍ତି । ପୁନର୍ବାର ଫେବୃଆରୀ ମାସ ଶେଷାର୍ଦ୍ଧରେ ଧରା ପୃଷ୍ଠକୁ ଗ୍ରୀଷ୍ମ ଛୁଇଁବା ମାତ୍ରେ ଏହି ପକ୍ଷୀ ସବୁ ଶାବକ ଛୁଆଙ୍କ ସହ ନିଜ ନିଜର ଭିଟାମାଟିକୁ ଫେରିବା ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି ।

ଚଳିତ ବର୍ଷ ଚିଲିକାରେ ମୋଟ ୧୧ଲକ୍ଷ ୩୧ହଜାର ୯୨୯ଗୋଟି ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ସେଥି ମଧ୍ୟରୁ ଅଭୟ୍ୟାରଣ୍ୟ ନଳବଣରେ ୩ଲକ୍ଷ ୪୨ହଜାର ଗୋଟି ପକ୍ଷୀଙ୍କ ସମାଗମ ହୋଇଥିଲା ବୋଲି ଗତ ଜାନୁଆରୀ ୪ତାରିଖରେ ବିଭାଗୀୟ ଗଣନାରୁ ଜଣାପଡିଥିଲା । ବିଗତ ବର୍ଷ ମାନଙ୍କରେ ଚିଲିକାରେ ୧୮୩ ରୁ ଉର୍ଦ୍ଧ୍ହ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରଜାତି ସଂଖ୍ୟା ୧୮୪ରେ ସୀମିତ ଥିଲା । ସେମାନଙ୍କ ମଧ୍ୟରୁ ୟୁରାସିୟାନ୍‌ କୁଜଅନ୍‌, ପିଣ୍ଟେଲ୍‌, ଗଡ଼ୱିଟ୍‌, ସୋଭଲର, ଗଡ଼ୱାଲ୍‌ ଆଦି ପ୍ରଜାତି ସର୍ବାଧିକ ଥିଲେ। ତାତି ବଢିବା ସଙ୍ଗେ ସଙ୍ଗେ ଗତ ଏକ ସପ୍ତାହ ମଧ୍ୟରେ ଚିଲିକାରୁ ବିଦେଶୀ ପକ୍ଷୀ ପର୍ଯ୍ୟାୟ କ୍ରମେ ସ୍ୱଦେଶକୁ ଫେରିବା ଆରମ୍ଭ କରୁଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅତିରିକ୍ତ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ବିଦେଶୀ ପକ୍ଷୀ ଘର ବାହୁଡା ଆରମ୍ଭ କରିଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ଚିଲିକା ବିଦେଶାଗତ ପକ୍ଷୀଶୂନ୍ୟ ହୋଇପଡିବ। ବିଦେଶାଗତ ପକ୍ଷୀଙ୍କ ଘର ବାହୁଡ଼ା ସମୟରେ ଚିଲିକାକୁ ବାଏ ବାଏ ଫିର ମିଲେଙ୍ଗେ କହି ଆସନ୍ତା ବର୍ଷ ଶୀତଋତୁ ପ୍ରାରମ୍ଭରେ ପୁଣୀ ଦେଖାହେବା ଯାହା ଚିଲିକାରୁ ବିଦାୟ ନେବା ପକ୍ଷୀଙ୍କ କାକଳୀରୁ ବାରି ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର