ଗଡୁନି ସେକାଳ ଶଗଡ଼ ଗାଡ଼ି ଲୁଣ ପାଇଁ ଆଉ ଲାଗୁନି ଧାଡ଼ି

The Sakala Picture
Published On

ଆଗରୁ ସକାଳ ହେବା ମାତ୍ରେ ଗାଁ ଦାଣ୍ଡରେ ଶୁଭୁଥିଲା ଶଗଡ଼ ଗାଡିର କେଁ କଟ କଟ ଶବ୍ଦ। ଗ୍ରାମ୍ୟ ବଧୂ ଭୋରରୁ ଦାଣ୍ଡ ପହଁରୁଥିବା ସମୟରେ ଶଗଡ଼ ଧରି ହାଜିର ହୋଇ ଯାଉଥିଲା ଲୁଣ ବାଲା। ଶଗଡ଼ର ଶବ୍ଦ ଶୁଭିଲା ମାତ୍ରେ ଆଜି ଲୁଣ ବାଲା ଆସିଲା ବୋଲି ଗାଁ ଦାଣ୍ଡରେ ଚହଳ ପଡୁଥିଲା। ଚାଷୀ ବହୁଳ ଗଞ୍ଜାମ ଜିଲ୍ଳାରେ ସେତେବେଳେ ପ୍ରତ୍ୟେକ ପରିବାର ଧାନ ଦେଇ ଲୁଣ କିଣୁଥିଲେ। ଜିନିଷ କିଣାବିକା ପାଇଁ ‘ଧାନ’କୁ ହିଁ […]

ଆଗରୁ ସକାଳ ହେବା ମାତ୍ରେ ଗାଁ ଦାଣ୍ଡରେ ଶୁଭୁଥିଲା ଶଗଡ଼ ଗାଡିର କେଁ କଟ କଟ ଶବ୍ଦ। ଗ୍ରାମ୍ୟ ବଧୂ ଭୋରରୁ ଦାଣ୍ଡ ପହଁରୁଥିବା ସମୟରେ ଶଗଡ଼ ଧରି ହାଜିର ହୋଇ ଯାଉଥିଲା ଲୁଣ ବାଲା। ଶଗଡ଼ର ଶବ୍ଦ ଶୁଭିଲା ମାତ୍ରେ ଆଜି ଲୁଣ ବାଲା ଆସିଲା ବୋଲି ଗାଁ ଦାଣ୍ଡରେ ଚହଳ ପଡୁଥିଲା। ଚାଷୀ ବହୁଳ ଗଞ୍ଜାମ ଜିଲ୍ଳାରେ ସେତେବେଳେ ପ୍ରତ୍ୟେକ ପରିବାର ଧାନ ଦେଇ ଲୁଣ କିଣୁଥିଲେ। ଜିନିଷ କିଣାବିକା ପାଇଁ ‘ଧାନ’କୁ ହିଁ ଧନ ଭାବେ ବ୍ୟବହାର କରୁଥିଲେ। ଦିନଥିଲା ଗଞ୍ଜାମର ପ୍ରତ୍ୟେକ ଗ୍ରାମରେ ଏଭଳି ବ୍ୟବସାୟ ଚାଲିଥିଲା।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

ଲୁଣ ଚାଷ କରୁଥିବା ଚାଷୀ ଓ ବିକୁଥିବା ବ୍ୟବସାୟୀ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ। ଆଉ କିଛି କ୍ଷେତ୍ରରେ ଏହି ବ୍ୟବସାୟରେ ପୂରା ପରିବାର ଲାଗି ପଡୁଥିଲେ। ସ୍ତ୍ରୀ ଧାନ ମାପିଲା ବେଳକୁ ସ୍ୱାମୀ ବସ୍ତାରୁ ଲୁଣ କାଢି ଦେଉଥିଲା। ବଳଦର ସୁଁ ସୁଁ ଆୱାଜ ସହ ଲୁଣ ବାଲାର ରଇତ ସ୍ୱରରେ ଡ଼ାକ ଗାଁ ଗହଳିର ପରିବେଶକୁ ଏକ ଭିନ୍ନ ପରିଚୟ ଦେଉଥିଲା। କିନ୍ତୁ ଆଧୁନିକତାର ଚାକଚକ୍ୟ ସାଙ୍ଗକୁ ପକେଟ୍ ଲୁଣ ପ୍ରତି ଆଗ୍ରହ ବଢିବାରୁ ଧୀରେଧୀରେ ଜନମାନସରୁ ଏବେ ଶଗଡ଼ ଲୁଣ ଲିଭିବାକୁ ଗଲାଣି। ସୁଲା, ବୁଡ଼ା, ଓଡ଼ା, ନଉତି, ମାଣ, ଗଉଣି ଆକାରରେ ମିଳୁଥିବା ଗୋଟାଲୁଣ ଏବେ ଗୁଣ୍ଡ ଲୁଣରେ ପରିବର୍ତ୍ତନ ହୋଇ କିଲୋ ଆକାରରେ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଏକଦା ସବୁ ବର୍ଗର ଲୋକେ ଲୁଣ ବ୍ୟବସାୟରେ ଲିପ୍ତ ରହୁଥିଲେ। ଏହି ବ୍ୟବସାୟ କରିବା ପାଇଁ ଆବଶ୍ୟକ ପଡ଼ୁଥିଲା ଶଗଡ଼ ଆଉ ହଳେ ବଳଦ। ଯେଉଁ ସ୍ଥାନରେ ଲୁଣ ଚାଷ ହୋଇଥାଏ ସେଠାରୁ ଲୁଣ କିଣିଆଣି ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ। ଲୁଣ ଖାଇବା ସାମଗ୍ରୀରେ ବ୍ୟବହାର ସହିତ ଆମ୍ବୁଲକୁ ଜରେଇବା, ପାଳଗଦାରେ ଛତୁ ଫୁଟିବା ପାଇଁ ବ୍ୟବହାର କରୁଥିଲେ। ସେହିଭଳି ଜମିରେ ଗାଈ ବା ଛେଳି ମନ୍ଦା ପଡ଼ିଥିଲେ ସେଠାରେ ରହୁଥିବା ଗାଈ ଜଗୁଆଳିକୁ ଖାଇବା ପାଇଁ ଚାଉଳ, ଡ଼ାଲି, ତେନ୍ତୁଳି ସହିତ ଲୁଣ ମଧ୍ୟ ଦେଉଥିଲେ। ଦାନଧର୍ମ ସମୟରେ ଗ୍ରାମ୍ୟ ପୁରୋହିତ ଓ ବ୍ରାହ୍ମଣଙ୍କୁ ଛଞ୍ଚା ଦେବାବେଳେ ମଧ୍ୟ ଲୁଣର ବ୍ୟବହାର ହେଉଥିଲା।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

କାହିଁ କେଉଁ କାଳରୁ ଏଭଳି ବିଧି ପ୍ରଚଳନ ଥିଲା କିନ୍ତୁ ସମୟକ୍ରମେ ଧୀରେଧୀରେ ଏହାର ବ୍ୟବହାର କମିବା ସହ ସରୁ ଲୁଣ ବା ଆଜିକା ବଜାରରେ ମିଳୁଥିବା ଲୁଣର ଚାହିଦା ବଢିଲା। ଗୋଟା ଲୁଣ ବ୍ୟବସାୟ ସହ ସଂଶ୍ଳିଷ୍ଟ ଥିବା ପରିବାର ଏହି କାରବାରରୁ ଓହରି ଯାଇଥିଲେ। କିଛି ସଦସ୍ୟ ଏହି କାମ ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ କରିବାକୁ ଚାଲିଯାଇଥବା ବେଳେ କିଛି ଏବେ ବି ଗୋଟାଟାଲୁଣ ବ୍ୟବସାୟ କରୁଛନ୍ତି। ଏଣେ ଏଥିରେ ବ୍ୟବହାର ହେଉଥିବା ଶଗଡ଼ର ଚିତ୍ର ବା ଛବି ଆଜି ଦେଖିବାକୁ ମିଳୁନାହିଁ। କିଛି ଶଗଡ଼ ଗାଁ ଶେଷ ମୁଣ୍ଡରେ ପଡ଼ି ଖତ ଖାଉଥିବାବେଳେ ଆଉ କିଛିର ଚେତାଗତି ନାହିଁ। ଏହାଦ୍ୱାରା ବଳଦର ବ୍ୟବହାର ମଧ୍ୟ କମିବା ସହ ଅତ୍ୟାଧୁନିକ ଯନ୍ତ୍ରପାତିରେ କାର୍ଯ୍ୟ ସମ୍ପାଦିତ ହେଉଛି।

ଲୁଣ ଚାଷ ହେଉଥିବା ଜମିକୁ ଲୁଣ କାଣ୍ଡି ବା ଲୁଣ ଆବେରା ବୋଲି କୁହାଯାଏ। ଏକଦା ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକର ଓ ଚିକିଟି ବ୍ଲକର କିଛି ଗ୍ରାମରେ ବହୁ ପରିମାଣରେ ଲୁଣ ଚାଷ ହେଉଥିଲା। ଅନେକ ପରିବାରର ଏହା ରୋଜଗାର ଓ ପରିବାର ପ୍ରତିପୋଷଣର ମୁଖ୍ୟ ରାହା ଥିଲା। ପରେ ପରେ ଏଥିପ୍ରତି ଚାଷୀ ଓ ବ୍ୟବସାୟୀ ବିମୁଖ ହେବା ସହ ଏଥିରୁ ନିବୃତ୍ତ ରହିଥିଲେ। ଗଞ୍ଜାମ ବ୍ଳକର ବିଞ୍ଚଣାପଲ୍ଲୀଠାରୁ ସୂର୍ଯ୍ୟନାରାୟଣପୁର ଓ ଗୋରଖପଦାଠାରୁ ହୁମ୍ମା ପର୍ଯ୍ୟନ୍ତ ବିସ୍ତିର୍ଣ୍ଣ ଅଞ୍ଚଳରେ ଲୁଣ ମରା ହେଉଥିଲା। ବର୍ତ୍ତମାନ ହୁମ୍ମା ଆଗଦା, ନୀଳାଦ୍ରିପୁର, କଳାଯମୁନା ଆଦି ଗ୍ରାମଗୁଡ଼ିକରେ ସ୍ୱଳ୍ପ ମାତ୍ରାରେ ଚାଷ ହେଉଛି।

ସେହିଭଳି ଚିକିଟି ବ୍ଳକର ପାଟି ସୁନାପୁର ସହିତ ସମୂଦ୍ର ତଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ପୂର୍ବରୁ ଲୁଣ ମରା ହେଉଥିଲା। ପ୍ରେତ୍ସାହନ ଅଭାବ ଯୋଗୁଁ ଏଗୁଡ଼ିକ ବନ୍ଦ ହେବାକୁ ବସିଛି। ବିଗତ ଦିନଗୁଡ଼ିକରେ ପ୍ରତ୍ୟେକ ବର୍ଗର ଲୋକ ଲୁଣ ମରାରେ ସାମିଲ ହେଉଥିଲେ। ଲୁଣ ମରାର ପ୍ରଣାଳୀ ମଧ୍ୟ ବେଶ୍ ନିଆରା। ଜମିର ଚିକିଟା ମାଟିକୁ ସମତଳ କଲାପରେ ସମୁଦ୍ର ପାଣିକୁ ଜମିରେ ଛଡ଼ାଯାଉଥିଲା। ଦେଢମାସ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ପଡ଼ିବା ସହ ମାସେ ପାଣି ଜମିଲେ ଲୁଣିଆ ପାଣି ଶୁଖିବା ପରେ ଲୁଣ ସଂଗ୍ରହ ହେଉଥିଲା। ଚାଷ ପରେ କିଛି ଘରୋଇ ସଂସ୍ଥା ଚାଷୀଙ୍କଠାରୁ ଲୁଣ କିଣୁଥିଲେ। ଲୁଣ ଉତ୍ପାଦନ ପାଇଁ ଗୋଟା ଲୁଣକୁ କଞ୍ଚାମାଲ ଭାବେ ବ୍ୟବହାର କରୁଥିଲେ। ଶୀତ ଦିନ ପରେ ପରେ ଏହି ଚାଷ ଆରମ୍ଭ ହୋଇଥାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅବେରା ବା କାଣ୍ଡିରେ ଚାଷ ହେଲା ପରେ ଉକ୍ତଚାଷୀ ଓ ସ୍ଥାନୀୟ ଗ୍ରାମ୍ୟ ବ୍ୟବସାୟୀ ଶଗଡ଼ରେ ନେଇ ବିଭିନ୍ନ ଗ୍ରାମରେ ଏହାକୁ ବିକ୍ରି କରିଥାନ୍ତି। ବର୍ତ୍ତମାନ ପୂର୍ବ ଜମାନାର ମାପ ଜୁପ ନଥିବାବେଳେ କିଲୋ ଦରରେ ଏହା ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

30 Apr 2021 By The Sakala

https://www.thesakala.in/latest-odisha-news/ken-kata-kata-jauni-gadi-sedina-ra-sagada-gadi/article-1908
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର