ଛଳଛଳ ଆଖିରେ ପ୍ରିୟ ନେତାଙ୍କୁ ବିଦାୟ ଦେଲେ ଜନତା : ଶେଷ ହେଲା ନବ ଦାସଙ୍କ ଅନ୍ତିମ ସଂସ୍କାର, ମୁଖାଗ୍ନି ଦେଲେ ପୁଅ ବିଶାଲ

The Sakala Picture
Published On

ଝାରସୁଗୁଡା : ଝାରସୁଗୁଡା ଖେରୁଆଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯିବା ସମୟରେ ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଖେରୁଆଳ ଅଞ୍ଚଳ । ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଶଂସକଙ୍କ ସମେତ ସମସ୍ତ ଦଳର ନେତା ଓ ପ୍ରିୟଜନ ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତେ ଶୋକାକୁଳ ପରିସ୍ଥିତିରେ ନିଜର ପ୍ରିୟ ନେତାଙ୍କୁ […]

ଝାରସୁଗୁଡା : ଝାରସୁଗୁଡା ଖେରୁଆଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯିବା ସମୟରେ ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଖେରୁଆଳ ଅଞ୍ଚଳ । ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଶଂସକଙ୍କ ସମେତ ସମସ୍ତ ଦଳର ନେତା ଓ ପ୍ରିୟଜନ ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତେ ଶୋକାକୁଳ ପରିସ୍ଥିତିରେ ନିଜର ପ୍ରିୟ ନେତାଙ୍କୁ ବିଦାୟ ଦେଇଛନ୍ତି । ହିନ୍ଦୁ ନୀତି ନିୟମ ଅନୁସାରେ କାର୍ଯ୍ୟ କରାଯିବା ପରେ ନବ ଦାସଙ୍କ ପୁଅ ବିଶାଲ ବାପାଙ୍କୁ ମୁଖାଗ୍ନି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ଝାରସୁଗୁଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ଛଳଛଳ ଆଖିରେ ନିଜ ନେତାଙ୍କୁ ବିଦାୟ ଦେଇଛନ୍ତି ଜନତା । ଚାରିଆଡେ ଖାଲି ଶୋକର ଛାୟା, ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା । ନିଜ ଜନ୍ମମାଟିର ଖେରୁଆଲରେ ନବ ଦାସଙ୍କ ଅନ୍ତିମ ସଂସ୍କାର ବେଳେ ନବ ଦାସଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକ । ଏହି ଅବସରରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଉପସ୍ଥିତ ରହିଥିଲେ। ଏଥି ସହିତ ବିଜେଡିର ବହୁ ବିଧାୟକ,ସାଂସଦ ଓ ବରିଷ୍ଠ ନେତା, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଥିଲା।  ଭୁବନେଶ୍ୱର ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଆଣିବା ପରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର ଦେବାଶିଷ ନାୟକ । ନବ ଦାସଙ୍କୁ ଗୋଟିଏ ଗୁଳି ବାଜିଥିଲା । ବାମପଟ ଛାତିରେ ଗୁଳି ଫୁଟି ପିଠିପଟେ ବାହାରି ଯାଇଥିଲା । ଫଳରେ ହାର୍ଟ ଓ ବାମପଟ ଫୁସଫୁସରେ କ୍ଷତ ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଅସ୍ତ୍ରୋପଚାର କରି ଡାକ୍ତର ଦେବାଶିଷ ସେହି କ୍ଷତକୁ ବନ୍ଦ କରିଦେଇଥିଲେ । ଡାକ୍ତରୀ ଦଳର ସବୁ ଉଦ୍ୟମ ସତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହାର୍ଟ କାମ କରିନଥିବା ଆପୋଲୋ ପକ୍ଷରୁ ସୂଚନା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ଉଲ୍ଲେଖ ଥାଉ କି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଦିନ ଦି’ପହରେ (୧୨ଟା ୨୦ମିନିଟ୍) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ବ୍ରଜରାଜନଗରରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ନବ ଦାସଙ୍କ ମୃତଦେହକୁ ଭୁବନେଶ୍ୱର କ୍ୱାଟରକୁ ଅଣାଯାଇଥିଲା । ଏଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ପରେ ଆଜି ତାଙ୍କ ମୃତଦେହକୁ ଝାରସୁଗୁଡାସ୍ଥିତ ବାସଭବନକୁ ଅଣାଯାଇଥିଲା । ଶୋଭାଯାତ୍ରାରେ ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡ଼ିଆକୁ ନିଆଯାଇଥିଲା । ସେଠାରେ ନବ ଦାସଙ୍କ ଶେ‌ଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହାପରେ ଖେରୁଆଲରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

30 Jan 2023 By The Sakala

ଛଳଛଳ ଆଖିରେ ପ୍ରିୟ ନେତାଙ୍କୁ ବିଦାୟ ଦେଲେ ଜନତା : ଶେଷ ହେଲା ନବ ଦାସଙ୍କ ଅନ୍ତିମ ସଂସ୍କାର, ମୁଖାଗ୍ନି ଦେଲେ ପୁଅ ବିଶାଲ

ଝାରସୁଗୁଡା : ଝାରସୁଗୁଡା ଖେରୁଆଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯିବା ସମୟରେ ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଖେରୁଆଳ ଅଞ୍ଚଳ । ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଶଂସକଙ୍କ ସମେତ ସମସ୍ତ ଦଳର ନେତା ଓ ପ୍ରିୟଜନ ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତେ ଶୋକାକୁଳ ପରିସ୍ଥିତିରେ ନିଜର ପ୍ରିୟ ନେତାଙ୍କୁ ବିଦାୟ ଦେଇଛନ୍ତି । ହିନ୍ଦୁ ନୀତି ନିୟମ ଅନୁସାରେ କାର୍ଯ୍ୟ କରାଯିବା ପରେ ନବ ଦାସଙ୍କ ପୁଅ ବିଶାଲ ବାପାଙ୍କୁ ମୁଖାଗ୍ନି ଦେଇଥିଲେ ।

ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ଝାରସୁଗୁଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ଛଳଛଳ ଆଖିରେ ନିଜ ନେତାଙ୍କୁ ବିଦାୟ ଦେଇଛନ୍ତି ଜନତା । ଚାରିଆଡେ ଖାଲି ଶୋକର ଛାୟା, ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା । ନିଜ ଜନ୍ମମାଟିର ଖେରୁଆଲରେ ନବ ଦାସଙ୍କ ଅନ୍ତିମ ସଂସ୍କାର ବେଳେ ନବ ଦାସଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକ । ଏହି ଅବସରରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଉପସ୍ଥିତ ରହିଥିଲେ। ଏଥି ସହିତ ବିଜେଡିର ବହୁ ବିଧାୟକ,ସାଂସଦ ଓ ବରିଷ୍ଠ ନେତା, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି ।

ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଥିଲା।  ଭୁବନେଶ୍ୱର ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଆଣିବା ପରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର ଦେବାଶିଷ ନାୟକ । ନବ ଦାସଙ୍କୁ ଗୋଟିଏ ଗୁଳି ବାଜିଥିଲା । ବାମପଟ ଛାତିରେ ଗୁଳି ଫୁଟି ପିଠିପଟେ ବାହାରି ଯାଇଥିଲା । ଫଳରେ ହାର୍ଟ ଓ ବାମପଟ ଫୁସଫୁସରେ କ୍ଷତ ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଅସ୍ତ୍ରୋପଚାର କରି ଡାକ୍ତର ଦେବାଶିଷ ସେହି କ୍ଷତକୁ ବନ୍ଦ କରିଦେଇଥିଲେ । ଡାକ୍ତରୀ ଦଳର ସବୁ ଉଦ୍ୟମ ସତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହାର୍ଟ କାମ କରିନଥିବା ଆପୋଲୋ ପକ୍ଷରୁ ସୂଚନା ଦିଆଯାଇଥିଲା।

ଉଲ୍ଲେଖ ଥାଉ କି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଦିନ ଦି’ପହରେ (୧୨ଟା ୨୦ମିନିଟ୍) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ବ୍ରଜରାଜନଗରରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ନବ ଦାସଙ୍କ ମୃତଦେହକୁ ଭୁବନେଶ୍ୱର କ୍ୱାଟରକୁ ଅଣାଯାଇଥିଲା । ଏଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ପରେ ଆଜି ତାଙ୍କ ମୃତଦେହକୁ ଝାରସୁଗୁଡାସ୍ଥିତ ବାସଭବନକୁ ଅଣାଯାଇଥିଲା । ଶୋଭାଯାତ୍ରାରେ ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡ଼ିଆକୁ ନିଆଯାଇଥିଲା । ସେଠାରେ ନବ ଦାସଙ୍କ ଶେ‌ଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହାପରେ ଖେରୁଆଲରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର