‘୫-ଟି’ ରୂପାନ୍ତରଣରେ ଯୋଡ଼ିହେବ ଡାକ୍ତରଖାନା: ୧୦ ମାସରେ ସରିବ କାମ, ଫାଷ୍ଟ ରେଫରାଲ ୟୁନିଟ୍‌‌କୁ ପ୍ରାଥମିକତା

The Sakala Picture
Published On

ଭୁବନେଶ୍ୱର: ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଜରୁରୀ ସେବା ସୁନିଶ୍ଚିତ କରିବାରେ ଅବହେଳା କରାଯିବ ନାହିଁ। ବିଭିନ୍ନ ପ୍ରକାର ମୌଳିକ ସୁବିଧା ସୁଯୋଗ ଦେବା ଲାଗି ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ଏଥିସହ ଅଣଜରୁରୀ ସେବାଗୁଡିକ ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟର ସବୁ ମୁଖ୍ୟ ଡାକ୍ତରଖାନା ଓ କିଛି ପ୍ରମୁଖ ଡାକ୍ତରଖାନାର ରୂପାନ୍ତରଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କର ‘୫-ଟି’ ଉପକ୍ରମର ଗାଇଡ୍‌‌ଲାଇନ୍‌‌ ଅନୁସାରେ ଆଗାମୀ ୧୦ ମାସ ଭିତରେ ଏହି […]

ଭୁବନେଶ୍ୱର: ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଜରୁରୀ ସେବା ସୁନିଶ୍ଚିତ କରିବାରେ ଅବହେଳା କରାଯିବ ନାହିଁ। ବିଭିନ୍ନ ପ୍ରକାର ମୌଳିକ ସୁବିଧା ସୁଯୋଗ ଦେବା ଲାଗି ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ଏଥିସହ ଅଣଜରୁରୀ ସେବାଗୁଡିକ ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟର ସବୁ ମୁଖ୍ୟ ଡାକ୍ତରଖାନା ଓ କିଛି ପ୍ରମୁଖ ଡାକ୍ତରଖାନାର ରୂପାନ୍ତରଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କର ‘୫-ଟି’ ଉପକ୍ରମର ଗାଇଡ୍‌‌ଲାଇନ୍‌‌ ଅନୁସାରେ ଆଗାମୀ ୧୦ ମାସ ଭିତରେ ଏହି ରୂପାନ୍ତରଣ ଲକ୍ଷ୍ୟ ହାସଲ ହେବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଗାଇଡ୍‌‌ଲାଇନ୍‌‌ ଅନୁସାରେ ପଦକ୍ଷେପ ନେବା ପାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ସୂଚନା ଅନୁସାରେ ‘୫-ଟି’ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ଡାକ୍ତରଖାନାକୁ ସାମିଲ କରାଯାଇଛି। ରୂପାନ୍ତରଣ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ମାସରୁ ଆରମ୍ଭ ହୋଇ ଅକ୍ଟୋବର ମଧ୍ୟରେ ଶେଷ ହେବ। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନ୍ତତଃ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ‘୫-ଟି’ ରୂପାନ୍ତରଣ ଯୋଜନାରେ ସାମିଲ କରାଯିବ। ଯେଉଁ ନିର୍ବାଚନମଣ୍ଡଳୀରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ନ ଥିବ ସେଠାରେ ରୂପାନ୍ତରଣ ପାଇଁ ଜିଲ୍ଲାପାଳ ହସ୍ପିଟାଲ ଚୟନ କରିବେ। ବିଧାନସଭା ନିର୍ବାଚନମଣ୍ଡଳୀରେ ଫାଷ୍ଟ ରେଫରାଲ୍‌ ୟୁନିଟ୍‌‌ (ଏଫ୍‌‌ଆରୟୁ) ଥିବ ତାକୁ ଅଗ୍ରାଧିକାର ଭିତ୍ତିରେ ରୂପାନ୍ତରଣ ଯୋଜନାରେ ସାମିଲ କରାଯିବ। ଯଦି ସମ୍ପୃକ୍ତ ଏଫ୍‌‌ଆରୟୁ କୋଠା ନିର୍ମାଣାଧୀନ ଥିବ ଏବଂ ତାହା ଚଳିତ ବର୍ଷ ରୂପାନ୍ତରଣ ପାଇଁ ଯୋଗ୍ୟ ନ ଥିବ ସେଠାରେ ବିକଳ୍ପ ଭାବେ ସବ୍‌‌ ଡିଭିଜନ୍‌‌ ହସ୍ପିଟାଲ ଅବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରଣ ପାଇଁ ଚୟନ କରାଯିବ। ସେହିପରି ନିର୍ବାଚନମଣ୍ଡଳୀରେ ଏଫ୍‌‌ଆରୟୁ ନ ଥିଲେ ଅଧିକ ରୋଗୀ ଆସୁଥିବା ଏସ୍‌‌ଡିଏଚ୍‌‌/ସିଏଚ୍‌‌ସିକୁ ରୂପାନ୍ତରଣ ପାଇଁ ନିଆଯିବ। ତେବେ ଯେଉଁଠି କୋଠା ନିର୍ମାଣ ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବ ସେଠାରେ ପ୍ରଥମ ପର୍ଯ୍ୟାୟରେ ଏହାକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ ନାହିଁ। ଯେଉଁ ଡାକ୍ତରଖାନାରେ ରୋଗୀ ସଂଖ୍ୟା ଅପେକ୍ଷାକୃତ କମ୍‌‌ ଥିବ ସେହି ଡାକ୍ତରଖାନାକୁ ଏଥିରୁ ବାଦ୍‌‌ ଦେବା ପାଇଁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ରୂପାନ୍ତରଣ କାର୍ଯ୍ୟକ୍ରମରେ ବିଭିନ୍ନ ସେବାକୁ ଜରୁରୀ ଓ ଅଣଜରୁରୀ ବର୍ଗରେ ଭାଗ କରାଯାଇଛି। ଛୋଟ/ବଡ଼ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ, ରଙ୍ଗଦେବା, ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଶୌଚାଳୟ, ପାୱାର ବ୍ୟାକ୍‌‌ଅପ୍‌‌, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ରେଲିଂ ସହିତ ର‍୍ୟାମ୍ପ୍‌‌ ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା, ହସ୍ପିଟାଲର ପ୍ରବେଶପଥ ଓ ପ୍ରମୁଖ ଛକରେ ସାଇନ୍‌‌ ବୋର୍ଡ ଲଗାଇବା ଆଦି କାର୍ଯ୍ୟକୁ ଜରୁରୀ ବର୍ଗରେ ରଖାଯାଇଛି। ସେହିପରି ରୂପାନ୍ତରଣରେ ସାମିଲ ସବୁ ଡାକ୍ତରଖାନାରେ ‘ମୋ ସରକାର’ ବ୍ରାଣ୍ଡିଂ ସହିତ ଅଡିଓ, ଭିଡିଓ ବ୍ୟବସ୍ଥା ରହିବ। ଯୋଜନାରେ ସାମିଲ ସବୁ ଡାକ୍ତରଖାନାର ପ୍ରବେଶ ପଥ ଏକଭଳି ଦେଖାଯିବ। ଏଥିସହ ଫ୍ୟାନ୍‌‌, ଚୌକି, ମଶା ମରା ଆଦି ବ୍ୟବସ୍ଥା ସହିତ ପେସେଣ୍ଟ ଏରିଆ, ଇନ୍‌‌ଡୋର୍‌‌ ଓ ଓପିଡି ନିକଟରେ ଥଣ୍ଡା ଓ ଗରମ ପାଣି ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାଡ଼ି ପରିଚାଳନା ବ୍ୟବସ୍ଥା/ରୋଗୀ ଡାକରା ବ୍ୟବସ୍ଥା/ ଅନ୍‌‌ଲାଇନ୍‌‌ ରୋଗୀ ପଞ୍ଜିକରଣ, ପର୍ଯ୍ୟାପ୍ତ ରେଜିଷ୍ଟ୍ରେସନ୍‌‌ କାଉଣ୍ଟର, ନିରାମୟ ପାଇଁ ପର୍ଯ୍ୟାପ୍ତ କାଉଣ୍ଟର, ବ୍ରାଣ୍ଡିଂ ବ୍ୟବସ୍ଥାଯୁକ୍ତ ହେଲ୍ପ ଡେସ୍କ, କ୍ୟାମ୍ପସ୍‌‌ ଭିତରେ ଛାଇ ଥିବା ବିଶ୍ରାମସ୍ଥଳ ଆଦିକୁ ଜରୁରୀ ବର୍ଗରେ ରଖାଯାଇଛି। ଜରୁରୀ ବର୍ଗରେ ଓପିଏସ୍‌‌ସି, ଓଏସ୍‌‌ଏସ୍‌‌ଏସ୍‌‌, ଓଏସ୍‌‌ଏସ୍‌‌ଏସ୍‌‌ସି ଜରିଆରେ ୯୦% ଡାକ୍ତର ଓ ପାରାମେଡିକ୍‌‌ଙ୍କୁ ନିଯୁକ୍ତି ଦିଆଯିବ। ପାରାମେଡିକ୍‌‌ଙ୍କୁ ନିୟମିତ ନିଯୁକ୍ତି ଦିଆଯାଇ ନପାରିଲେ ଚୁକ୍ତି ଭିତ୍ତିରେ ଖାଲି ପଦବୀ ପୂରଣ କରାଯିବ। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ କେତେଦୂର ସନ୍ତୁଷ୍ଟ ହେଉଛନ୍ତି ତାହା ଜାଣିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଭେ ଆରମ୍ଭ ହେବ। ସର୍ବନିମ୍ନ ୬୦% ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏସ୍‌‌ଡିଏଚ୍‌‌, ସିଏଚ୍‌‌ସିକୁ କାୟାକଳ୍ପ ପ୍ରମାଣପତ୍ର ପାଇବା ନିମନ୍ତେ ପ୍ରସ୍ତୁତ କରାଯିବ। ଅପରପକ୍ଷେ ଅଣଜରୁରୀ ବର୍ଗରେ ପ୍ରାଚୀର ନିର୍ମାଣ, ବଗିଚା, ସୋଲାର୍‌‌ ଆଲୋକ, ପାର୍କିଂ ସେଡ୍‌‌, ଡାକ୍ତରଖାନାକୁ ରାସ୍ତା ସଂଯୋଗ, ବର୍ଷାଜଳ ଅମଳ, ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମ ସ୍ଥଳ, ଡାକ୍ତରଖାନା ପରିସରରେ ବଡ଼ ଏଲ୍‌‌ଇଡି ଡିସପ୍ଲେ ଆଦି କାର୍ଯ୍ୟକୁ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସୂଚନାଯୋଗ୍ୟ ଯେ ୮୬୩ ଡାକ୍ତରଖାନାର ନୂଆ କୋଠା ନିର୍ମାଣ ପାଇଁ ଗତ ସପ୍ତାହରେ ରାଜ୍ୟ ସରକାର ୧୦୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୬୦ଟି ସିଏଚ୍‌‌ସି, ୪୭ଟି ପିଏଚ୍‌‌ସି ଓ ଷ୍ଟାଫ୍‌‌ କ୍ୱାଟର୍ସ, ୬ଟି ସବ୍‌‌ ଡିଭିଜନ୍‌‌ ହସ୍ପିଟାଲ, ୪୦ଟି ସବ୍‌‌ ସେଣ୍ଟର କୋଠା ନିର୍ମାଣ କରାଯିବ। ସେିହପରି ୬୯୬ ପିଏଚ୍‌‌ସି ଓ ସବ୍‌‌ ସେଣ୍ଟରରେ ମୌଳିକ ଭିତ୍ତିଭୂମି ନିର୍ମାଣ କରାଯିବ।

20 Jan 2023 By The Sakala

https://www.thesakala.in/latest-odisha-news/5t-transformation-will-include-hospitals-work-to-be-done-in-10-months/article-18267
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର