ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଟିମ୍, ସାଂସଦ ମାନସ ମଙ୍ଗରାଜ ହେଲେ ରାଷ୍ଟ୍ରୀୟ ମୁଖପାତ୍ର

The Sakala Picture
Published On

ଭୁବନେଶ୍ୱର: ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଟିମ୍। ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ହେଲେ ସାଂସଦ ମାନସ ମଙ୍ଗରାଜ। ଏହା ସହିତ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ଯ, ପିନାକୀ ମିଶ୍ର, ସର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜ୍ଞପ୍ତି ଜାରି କରିଛନ୍ତି। ସେହିପରି ଦଳର ମୁଖପାତ୍ର ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟିକା […]

ଭୁବନେଶ୍ୱର: ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଟିମ୍। ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ହେଲେ ସାଂସଦ ମାନସ ମଙ୍ଗରାଜ। ଏହା ସହିତ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ଯ, ପିନାକୀ ମିଶ୍ର, ସର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜ୍ଞପ୍ତି ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସେହିପରି ଦଳର ମୁଖପାତ୍ର ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଜେଡି ନେତା ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ଡାକ୍ତର ହରିଶ ଚୌଧୁରୀ, ଗୌତମ ବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝି ଓ ସାଂସଦ ସୁଲତା ଦେଓ ନିଯୁକ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଅନ୍ୟ ପକ୍ଷରେ ଗଣମାଧ୍ୟମର ପ୍ୟାନେଲିଷ୍ଟ ଭାବେ ୯ଜଣଙ୍କୁ ଦାୟିତ୍ୱ ମିଳିଛି। ସେମାନେ ହେଲେ ଇପସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ୍, ମହିକିତା ମିଶ୍ର, ଲୋରା ମହାପାତ୍ର, ସ୍ବାଗତିକା ମହାନ୍ତି, ସ୍ବୟଂପ୍ରକାଶ ମହାପାତ୍ର ଏବଂ ଅପୂର୍ବ ଅପରୂପା ଗଣମାଧ୍ୟମ ପାନେଲିଷ୍ଟ ଭାବେ ନିଯୁକ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର