ଓଡ଼ିଶାର ବିକାଶମୂଳକ ନୀତି ଓ ଥଇଥାନ ଯୋଜନା ଉପରେ ଭରସା କରି ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ

The Sakala Picture
Published On

ଭୁବନେଶ୍ୱର: ମାଓବାଦୀଙ୍କୁ ମୁଖ୍ୟତ୍ସୋତରେ ସାମିଲ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ ସଫଳ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ମାଓବାଦୀ ଥଇଥାନ ଯୋଜନା କ୍ରମଶଃ ଫଳପ୍ରଦ ହେଉଛି। ହିଂସାରେ ଲିପ୍ତ ଦୁର୍ଦ୍ଦାନ୍ତ ମାଓବାଦୀମାନଙ୍କ ଆତ୍ମସମର୍ପଣ ସଂଖ୍ୟା ବଢ଼ିବାରେ ଲାଗିଛି। ଥଇଥାନ ବ୍ୟବସ୍ଥାରେ ସାମିଲ ହେବା ପରେ ରାଜ୍ୟ ସରକାର ସେମାନଙ୍କୁ ସମ୍ମାନସହ ବଞ୍ଚିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରି ଦେଉଛନ୍ତି। ମାଓ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ରାଜ୍ୟ […]

ଭୁବନେଶ୍ୱର: ମାଓବାଦୀଙ୍କୁ ମୁଖ୍ୟତ୍ସୋତରେ ସାମିଲ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ ସଫଳ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ମାଓବାଦୀ ଥଇଥାନ ଯୋଜନା କ୍ରମଶଃ ଫଳପ୍ରଦ ହେଉଛି। ହିଂସାରେ ଲିପ୍ତ ଦୁର୍ଦ୍ଦାନ୍ତ ମାଓବାଦୀମାନଙ୍କ ଆତ୍ମସମର୍ପଣ ସଂଖ୍ୟା ବଢ଼ିବାରେ ଲାଗିଛି। ଥଇଥାନ ବ୍ୟବସ୍ଥାରେ ସାମିଲ ହେବା ପରେ ରାଜ୍ୟ ସରକାର ସେମାନଙ୍କୁ ସମ୍ମାନସହ ବଞ୍ଚିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରି ଦେଉଛନ୍ତି। ମାଓ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ରାଜ୍ୟ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେଉଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ୍‍ ୪୩୧ ଜଣ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟତ୍ସୋତରେ ସାମିଲ ହୋଇଛନ୍ତି। ସମ୍ପୃକ୍ତ ମାଓବାଦୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନାର ଲାଭାର୍ଥୀ ହୋଇପାରିଛନ୍ତି। ୨୨୪ ଜଣ ଯୋଗ୍ୟ ବିବେଚିତ ମାଓବାଦୀଙ୍କ ଥଇଥାନ ବାବଦକୁ ସରକାର ୬କୋଟି ୭୩ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିଭଳି ମାଓ ମୁକାବିଲା ନିମନ୍ତେ ନିରାପତ୍ତା ସଂକ୍ରାନ୍ତୀୟ ୫ ଶହ ୫୭ କୋଟି ୬୨ ଲକ୍ଷ ୮୬ ହଜାର ୭୪୯ ଟଙ୍କା ଖର୍ଚ୍ଚ ହୋଇଛି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀମାନଙ୍କୁ ସରକାର ଆତ୍ମସମର୍ପଣ ବାବଦକୁ ୩୫ ହଜାର ଟଙ୍କା, ୪ ଡିସିମିଲ ଭୂମି ବାବଦକୁ ୨୫ ହଜାର ଟଙ୍କା, ଗୃହ ନିର୍ମାଣ ବାବଦକୁ ୪୫ ହଜାର ଟଙ୍କା ଓ ପାଠପଢା ବାବଦକୁ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ସେହିଭଳି ବିଗତ ବର୍ଷଗୁଡ଼ିକରେ ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଓ କନ୍ଧମାଳ ମାଓପ୍ରଭାବିତ ଜିଲ୍ଲା ଭାବେ ରାଜ୍ୟ ସରକାରଙ୍କର ଅତ୍ମସମର୍ପଣ ଓ ପୁନର୍ବାସ ଯୋଜନାରେ ସାମିଲ ହୋଇଛି। କିନ୍ତୁ ଏବେ ବି ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବଢାଇବା ପାଇଁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ବାବଦକୁ ୫୨ କୋଟି ୪୬ ଲକ୍ଷ ୮୯ ହଜାର ଟଙ୍କା ରାଜ୍ୟକୁ ମିଳିବା ବାକି ରହିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଗତ ୧୭ ତାରିଖରେ ପଶ୍ଚିମବଙ୍ଗରେ ଆୟୋଜିତ ପୂର୍ବୋତ୍ତର ଆଞ୍ଚଳିକ ପରିଷଦ ବୈଠକ ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ମାଓ ପ୍ରଭାବିତ ଜିଲ୍ଲାରେ ସାମ୍ପ୍ରତିକ ସ୍ଥିତି ପରଖୁଛନ୍ତି। ବିଗତ ବର୍ଷରେ ଥିବା ମାଓ ପ୍ରଭାବ କମିଛି କି ନାହିଁ ସେନେଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ସେହିଭଳି ମାଓବାଦୀଙ୍କ ଠିକଣା ସମ୍ପର୍କିତ ସୂଚନା କିଭଳି ଭାବେ କେନ୍ଦ୍ର ସରକାରଙ୍କୁ ତ୍ୱରିତ ବେଗରେ ଯୋଗାଇ ଦିଆଯିବ ତାହାରି ଉପରେ ଧ୍ୟାନ ଦିଆଯାଉଛି। ଯାହା ଫଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ଚଢ଼ଉ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର