ଆଜି ‘ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ: ଡ.ଅଚ୍ୟୁତ ସାମନ୍ତ ଓ ଟେସି ଥୋମାସଙ୍କୁ ପ୍ରଦାନ କରାଯିବ ସମ୍ମାନସୂଚକ ଡକ୍ଟରେଟ୍‍

The Sakala Picture
Published On

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ । ଏହାର ଅବ୍ୟବହିତ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଦେଇ କୁଳପତି କହିଥିଲେ ଯେ, ଚଳିତବର୍ଷର ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍‍ ଗଣେଶୀଲାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଗୋପାଳ ଗୌଡ଼ା ମୁଖ୍ୟଅତିଥି ଭାବେ ଯୋଗଦେବେ। […]

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ । ଏହାର ଅବ୍ୟବହିତ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଦେଇ କୁଳପତି କହିଥିଲେ ଯେ, ଚଳିତବର୍ଷର ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍‍ ଗଣେଶୀଲାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଗୋପାଳ ଗୌଡ଼ା ମୁଖ୍ୟଅତିଥି ଭାବେ ଯୋଗଦେବେ। ସେହିଭଳି ସମ୍ମାନିତ ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଚଳିତବର୍ଷ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଡିଆର୍‍ଡିଓର ବୈଜ୍ଞାନିକ ଡ. ଟେସି ଥୋମାସଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ। ୨୦୨୧-୨୨ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୬୩ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‍ଡି ଡିଗ୍ରୀ, ବିଭିନ୍ନ ପିଜି ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ୯୯ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଏବେ ଉତ୍କଳରେ ଗୋଟିଏ ସେଣ୍ଟ୍ରାଲ କିଚେନ୍‍ ସ୍ଥାପନ କରାଯିବ। ଭିନ୍ନଭିନ୍ନ ହଷ୍ଟେଲରେ ଥିବା ମେସ୍‍ ପରିବର୍ତ୍ତେ ଗୋଟିଏ ସ୍ଥାନରେ ରୋଷେଇ କରାଯାଇ ସମସ୍ତ ୧୪ଟି ହଷ୍ଟେଲକୁ ପଠାଯିବ। ଏହା ଦ୍ୱାରା କ୍ୟାମ୍ପସ୍‍ରେ ବିଭିନ୍ନ ସମୟରେ ଖାଦ୍ୟର ମାନକୁ ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ମଧ୍ୟ ସମାଧାନ ହୋଇ ପାରିବ ବୋଲି କୁଳପତି କହିଥିଲେ।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

23 Dec 2022 By The Sakala

ଆଜି ‘ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ: ଡ.ଅଚ୍ୟୁତ ସାମନ୍ତ ଓ ଟେସି ଥୋମାସଙ୍କୁ ପ୍ରଦାନ କରାଯିବ ସମ୍ମାନସୂଚକ ଡକ୍ଟରେଟ୍‍

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ । ଏହାର ଅବ୍ୟବହିତ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଦେଇ କୁଳପତି କହିଥିଲେ ଯେ, ଚଳିତବର୍ଷର ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍‍ ଗଣେଶୀଲାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଗୋପାଳ ଗୌଡ଼ା ମୁଖ୍ୟଅତିଥି ଭାବେ ଯୋଗଦେବେ। ସେହିଭଳି ସମ୍ମାନିତ ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେବେ।

ଚଳିତବର୍ଷ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଡିଆର୍‍ଡିଓର ବୈଜ୍ଞାନିକ ଡ. ଟେସି ଥୋମାସଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ। ୨୦୨୧-୨୨ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୬୩ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‍ଡି ଡିଗ୍ରୀ, ବିଭିନ୍ନ ପିଜି ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ୯୯ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଏବେ ଉତ୍କଳରେ ଗୋଟିଏ ସେଣ୍ଟ୍ରାଲ କିଚେନ୍‍ ସ୍ଥାପନ କରାଯିବ। ଭିନ୍ନଭିନ୍ନ ହଷ୍ଟେଲରେ ଥିବା ମେସ୍‍ ପରିବର୍ତ୍ତେ ଗୋଟିଏ ସ୍ଥାନରେ ରୋଷେଇ କରାଯାଇ ସମସ୍ତ ୧୪ଟି ହଷ୍ଟେଲକୁ ପଠାଯିବ। ଏହା ଦ୍ୱାରା କ୍ୟାମ୍ପସ୍‍ରେ ବିଭିନ୍ନ ସମୟରେ ଖାଦ୍ୟର ମାନକୁ ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ମଧ୍ୟ ସମାଧାନ ହୋଇ ପାରିବ ବୋଲି କୁଳପତି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର