ପଦ୍ମପୁରରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି, ବର୍ଷାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ : ନବୀନ ପଟ୍ଟନାୟକ

The Sakala Picture
Published On

ପଦ୍ମପୁର : ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌। ନିର୍ବାଚନ ପୂର୍ବରୁ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦ୍ମପୁରରେ ଆଜି ମୁଖ୍ୟମନ୍ତ୍ରୀ ୩ଟି ନିର୍ବାଚନୀ ସଭା କରି ଲୋକଙ୍କୁ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି। ନିର୍ବାଚନୀ ସଭାରେ ନବୀନ କିଛିଦିନ ଦିନ ଧରି ବିଜେପିର ରାଜ୍ୟ ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ କରୁଥିବା ଅପପ୍ରଚାରର କଡା ଜବାବ […]

ପଦ୍ମପୁର : ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌। ନିର୍ବାଚନ ପୂର୍ବରୁ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦ୍ମପୁରରେ ଆଜି ମୁଖ୍ୟମନ୍ତ୍ରୀ ୩ଟି ନିର୍ବାଚନୀ ସଭା କରି ଲୋକଙ୍କୁ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ନିର୍ବାଚନୀ ସଭାରେ ନବୀନ କିଛିଦିନ ଦିନ ଧରି ବିଜେପିର ରାଜ୍ୟ ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ କରୁଥିବା ଅପପ୍ରଚାରର କଡା ଜବାବ ଦେବା ସହ ଲୋକଙ୍କ ଆଗରେ ନିଚ୍ଛକ ସତକଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ନେତା ମାନେ ୨୦୧୪ରେ କହିଥିଲେ ଏମଏସପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ଚାଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଚାଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି ।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ବିଜେପିର କିଛି ନେତା ପଚାରୁଛନ୍ତି ନବୀନ ବାବୁ ବିଜେପୁର ପାଇଁ କଣ କଲେ? ଏହାର ଜବାବ ହେଲା, ବିଜେପୁରବାସୀ ୨୦୧୯ରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଆଶୀର୍ବାଦ କଲେ । ବିକାଶ ଧାରାରେ ବିଜେପୁର ସାମିଲ ହୋଇଛି । ୪ ହଜାର କୋଟି ଟଙ୍କାର କାମ ବିଜେପୁରରେ ଚାଲିଛି । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛି ତାହା କରିବି । ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଜେଡି ନିଜ ଇସ୍ତାହାରରେ ୧ କୋଟି ଟଙ୍କାର ପ୍ରକଳ୍ପ ରଖିଛି। ଏହାକୁ ବର୍ଷେ ଭିତରେ ପୂରା କରିବୁ । ୨୦୨୪ ନିର୍ବାଚନ ପୂର୍ବରୁ କାମ ସରିଥିବ, ତାଲିକା ଧରି ମୁଁ ଆସିବି ।

ବିଜେପିର ନେତା ମାନେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅସମ୍ମାନ କରୁଛନ୍ତି ତାହା ଦୁଃଖର କଥା । ମୁଁ ଏହାକୁ ନିନ୍ଦା କରୁଛି । ଏଠାରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି । ବର୍ଷା ବରିହାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ।

02 Dec 2022 By The Sakala

ପଦ୍ମପୁରରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି, ବର୍ଷାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ : ନବୀନ ପଟ୍ଟନାୟକ

ପଦ୍ମପୁର : ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌। ନିର୍ବାଚନ ପୂର୍ବରୁ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦ୍ମପୁରରେ ଆଜି ମୁଖ୍ୟମନ୍ତ୍ରୀ ୩ଟି ନିର୍ବାଚନୀ ସଭା କରି ଲୋକଙ୍କୁ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି।

ନିର୍ବାଚନୀ ସଭାରେ ନବୀନ କିଛିଦିନ ଦିନ ଧରି ବିଜେପିର ରାଜ୍ୟ ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ କରୁଥିବା ଅପପ୍ରଚାରର କଡା ଜବାବ ଦେବା ସହ ଲୋକଙ୍କ ଆଗରେ ନିଚ୍ଛକ ସତକଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ନେତା ମାନେ ୨୦୧୪ରେ କହିଥିଲେ ଏମଏସପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ଚାଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଚାଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ବିଜେପିର କିଛି ନେତା ପଚାରୁଛନ୍ତି ନବୀନ ବାବୁ ବିଜେପୁର ପାଇଁ କଣ କଲେ? ଏହାର ଜବାବ ହେଲା, ବିଜେପୁରବାସୀ ୨୦୧୯ରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଆଶୀର୍ବାଦ କଲେ । ବିକାଶ ଧାରାରେ ବିଜେପୁର ସାମିଲ ହୋଇଛି । ୪ ହଜାର କୋଟି ଟଙ୍କାର କାମ ବିଜେପୁରରେ ଚାଲିଛି । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛି ତାହା କରିବି । ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଜେଡି ନିଜ ଇସ୍ତାହାରରେ ୧ କୋଟି ଟଙ୍କାର ପ୍ରକଳ୍ପ ରଖିଛି। ଏହାକୁ ବର୍ଷେ ଭିତରେ ପୂରା କରିବୁ । ୨୦୨୪ ନିର୍ବାଚନ ପୂର୍ବରୁ କାମ ସରିଥିବ, ତାଲିକା ଧରି ମୁଁ ଆସିବି ।

ବିଜେପିର ନେତା ମାନେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅସମ୍ମାନ କରୁଛନ୍ତି ତାହା ଦୁଃଖର କଥା । ମୁଁ ଏହାକୁ ନିନ୍ଦା କରୁଛି । ଏଠାରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି । ବର୍ଷା ବରିହାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର