ଟ୍ରେନ୍‌ରେ ମାତିଲେ ଲୁଟେରା; ପଇଡରେ ନିଶା ଦେଇ ଯାତ୍ରୀଙ୍କଠୁ ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ

The Sakala Picture
Published On

ବ୍ରହ୍ମପୁର: ପୁରୀ- ଗୁଣୁପୁର ଟ୍ରେନ୍‌ରେ ମାତିଲେ ଲୁଟେରା। ପଇଡରେ ନିଶା ଦେଇ ଯାତ୍ରୀଙ୍କଠୁ ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ । ଲୁଟର ଶିକାର ହୋଇଛନ୍ତି ବ୍ରହ୍ମପୁର ସୂର୍ଯ୍ୟନଗରର ସୁବାସ ଚନ୍ଦ୍ର ଆଚାରୀ ଓ ତାଙ୍କ ସ୍ତ୍ରୀ କେ ସୁମତି ଆଚାରୀ ଏବଂ ଇନ୍ଦ୍ରାବତୀରେ ରହୁଥିବା ସୁବାସଙ୍କ ବଡ ଭାଇ କେ କିଶୋର ଚନ୍ଦ୍ର ଆଚାରୀ ଏବଂ ଭାଉଜ କେ ଶାରଦା ଆଚାରୀ । ଗତକାଲି ସନ୍ଧ୍ୟାରେ ଲୁଟର ଶିକାର ହେବାପରେ ଚେତାଶୂନ୍ୟ ଅବସ୍ଥାରେ ଜିଆରପି […]

ବ୍ରହ୍ମପୁର: ପୁରୀ- ଗୁଣୁପୁର ଟ୍ରେନ୍‌ରେ ମାତିଲେ ଲୁଟେରା। ପଇଡରେ ନିଶା ଦେଇ ଯାତ୍ରୀଙ୍କଠୁ ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ । ଲୁଟର ଶିକାର ହୋଇଛନ୍ତି ବ୍ରହ୍ମପୁର ସୂର୍ଯ୍ୟନଗରର ସୁବାସ ଚନ୍ଦ୍ର ଆଚାରୀ ଓ ତାଙ୍କ ସ୍ତ୍ରୀ କେ ସୁମତି ଆଚାରୀ ଏବଂ ଇନ୍ଦ୍ରାବତୀରେ ରହୁଥିବା ସୁବାସଙ୍କ ବଡ ଭାଇ କେ କିଶୋର ଚନ୍ଦ୍ର ଆଚାରୀ ଏବଂ ଭାଉଜ କେ ଶାରଦା ଆଚାରୀ । ଗତକାଲି ସନ୍ଧ୍ୟାରେ ଲୁଟର ଶିକାର ହେବାପରେ ଚେତାଶୂନ୍ୟ ଅବସ୍ଥାରେ ଜିଆରପି ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସେମାନେ ପୁରୀରୁ ଠାକୁରଙ୍କ ଦର୍ଶନ କରି ବ୍ରହ୍ମପୁର ଫେରୁଥିବା ବେଳେ ଏହି ଲୁଟ୍‌ର ଶିକାର ହୋଇଥିବା ଜଣାପଡିଛି । ସେମାନଙ୍କ ନିକଟରେ ଥିବା ପରିଚୟପତ୍ରରୁ ବ୍ରହ୍ମପୁର ସୂର୍ଯ୍ୟନଗର ଘର ବୋଲି ଜଣାପଡିଥିଲା । ଲୁଟେରା ସେମାନଙ୍କୁ ମିଠା ମିଠା କଥା କହି ନିଶା ଦେଇ ମୋବାଇଲଠୁ ଆରମ୍ଭ କରି ସବୁ ଲୁଟି ନେଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସୂଚନା ଅନୁସାରେ, ପୁରୀ ଷ୍ଟେସନରୁ ଟ୍ରେନରେ ଚଢିବାର କିଛି ସମୟ ପରେ ଜଣେ ଯୁବକ ସେମାନଙ୍କୁ ସାହାଯ୍ୟ କରିବା ବାହାନାରେ ପଇଡ ନିଶା ମିଶାଇ ପିଇବାକୁ ଦେଇଥିଲେ । କିଛି ସମୟ ପରେ ସେମାନେ ଅଚେତ୍ ହେବା ପରେ ଲୁଟ କରିଥିଲା ଦୁର୍ବୁତ୍ତ । ଏହାପରେ ବ୍ରହ୍ମପୁର ରେଳ ଷ୍ଟେସନରୁ ୪ ଜଣ ଯାତ୍ରୀଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଥିଲା ଜିଆରପି ଥାନା ପୋଲିସ । ସମସ୍ତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଚେତା ଫେରିଛି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର