ଓଡ଼ିଶାରେ ଶିଳ୍ପ ମହାରଥୀଙ୍କ ମହାମିଳନ : ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦେଶର ଅନ୍ୟତମ ବୃହତ୍‍ ଶିଳ୍ପ ମହାକୁମ୍ଭ। ଜନତା ମଇଦାନରେ ଆରମ୍ଭ ହୋଇଥିବା ଶିଳ୍ପପତି, ନିବେଶକ, ଶିଳ୍ପ ଗୋଷ୍ଠୀ ମୁଖ୍ୟଙ୍କ ଏହି ମହା ମେଳା ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦ୍‍ଘାଟନ କରିଛନ୍ତି। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଗାଡ଼ିରେ ପ୍ରଦର୍ଶନୀ ବୁଲି ଦେଖିଛନ୍ତି। LIVE: CM @Naveen_Odisha inaugurates flagship investor summit, #MakeInOdisha Conclave 2022. https://t.co/TGLgvSMyI0 […]

ଭୁବନେଶ୍ବର : ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦେଶର ଅନ୍ୟତମ ବୃହତ୍‍ ଶିଳ୍ପ ମହାକୁମ୍ଭ। ଜନତା ମଇଦାନରେ ଆରମ୍ଭ ହୋଇଥିବା ଶିଳ୍ପପତି, ନିବେଶକ, ଶିଳ୍ପ ଗୋଷ୍ଠୀ ମୁଖ୍ୟଙ୍କ ଏହି ମହା ମେଳା ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦ୍‍ଘାଟନ କରିଛନ୍ତି। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଗାଡ଼ିରେ ପ୍ରଦର୍ଶନୀ ବୁଲି ଦେଖିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

୫ ଦିନିଆ ମେଗା ବିଜନେସ୍ ସମିଟରେ ଯୋଗଦେବା ପାଇଁ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ପଂଜୀକରଣ ହୋଇଛି । ମୋଟ୍ ୩୮ଟି ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗଦେବେ । ପାରମ୍ପାରିକ ଶିଳ୍ପ ବ୍ୟତୀତ ନୂଆ ନୂଆ କ୍ଷେତ୍ରରେ ବଡ଼ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍ ପ୍ରସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରକୁ ଫୋକସ୍ ଦିଆଯାଇଛି ।

ଚଳିତଥର ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ରେ ୧୩୦ରୁ ଅଧିକ ବଡ଼ ଓ ମଧ୍ୟମ ଶିଳ୍ପ କନକ୍ଲେଭରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ ଗଊ ଟିଭି ନରେନ୍ଦ୍ରନ, ଔଝଚଖ ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ । କୋଭିଡ୍ ସମୟରେ ରାଜ୍ୟକୁ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିବାରୁ ଏଥର ରେକର୍ଡ ସଂଖ୍ୟକ ନିବେଶ ଆସିବ ବୋଲି ଆଶା ରଖିଛି ଶିଳ୍ପ ବିଭାଗ । ପୂର୍ବରୁ ଦେଶର ବିଭିନ୍ନ ସହରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡ୍ ସୋ’ର ଆୟୋଜନ କରାଯାଇଥିଲା । ଏଥିରେ ବହୁ ବଡ଼ ବଡ଼ ଶିଳ୍ପପତି ସାମିଲ ହୋଇ ସେମାନଙ୍କର ସମର୍ଥନ ଦେଇଥିଲେ । ଚୀନ୍, ଅଷ୍ଟ୍ରେଲିଆ, ଜାପାନ, ନରଓ୍ବେ, ନେପାଳ, ବାଂଲାଦେଶ ଓ ଥାଇମାଣ୍ଡ ପ୍ରଭୃତି ଦେଶର ନିବେଶକ କନକ୍ଲେଭରେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି ।

ଚଳିତଥର ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ରେ ଅଣଖଣିଜ ଓ ଅଣଧାତବ କ୍ଷେତ୍ର ଫୋକସ୍‍ରେ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ରେ ଅଂଶଗ୍ରହଣ କରିବା ନେଇ ଏ ପର୍ଯ୍ୟନ୍ତ ୧୧,୬୦୦ରୁ ଅଧିକ ପଞ୍ଜିକରଣ ଗ୍ରହଣ ହୋଇସାରିଛି। ରାଜ୍ୟ ସରକାରଙ୍କ ୨୨ଟି ବିଭାଗର ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଗା କନ୍‍କ୍ଲେଭ୍‍ରେ ୩୮ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଗୁଡିକରେ ୧୨୪ ଜଣ ବକ୍ତା ଅଂଶଗ୍ରହଣ କରି ନିଜସ୍ୱ ମତ ରଖିବେ। ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’କୁ ସଫଳ କରିବା ନିମନ୍ତେ ନିଜେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଢ଼େର ପୂର୍ବରୁ ଉଦ୍ୟମ କରି ଆସୁଛନ୍ତି। ଦୁବାଇ, ନୂଆଦିଲ୍ଲୀ, ମୁମ୍ବଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର, ଜାମ୍‍ସେଦପୁର, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଆଦି ସହରରେ ନିବେଶକ ସମ୍ମେଳନ କରାଯାଇଛି।

ଏହି ସବୁ ରୋଡ୍‍ ସୋ’ରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ଓ କନ୍‍କ୍ଲେଭ୍‍ରେ ଅଂଶଗ୍ରହଣ ପାଇଁ କର୍ପୋରେଟ୍‍ ଜଗତରୁ ରାଜ୍ୟ ସରକାରଙ୍କୁ ଉତ୍ତମ ସହଯୋଗ ମିଳି ସାରିଛି। ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ ନିମନ୍ତେ ଜାପାନ, ନରୱେ ଏବଂ ଜର୍ମାନୀ ସହଯୋଗୀ ରାଷ୍ଟ୍ର ରହିଛନ୍ତି। ଏହାବ୍ୟତୀତ କନ୍‍କ୍ଲେଭ୍‍ରେ ଚୀନ୍‍, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ବାଂଲାଦେଶ, ନେପାଳ ଆଦି ଦେଶରୁ ପ୍ରତିନିଧିମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ୨୦୧୬ ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟିରୁ ଅଧିକ ଏବଂ ୨୦୧୮ର ଦ୍ୱିତୀୟ ସଂସ୍କରଣରରେ ରାଜ୍ୟ ସରକାରଙ୍କୁ ମୋଟ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା। କୋଭିଡ୍‍ ମହାମାରୀ କାରଣରୁ ୨୦୨୦ରେ ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ ଆୟୋଜନ ବନ୍ଦ ରହିଥିଲା। ତେବେ ମହାମାରୀର ଏହି ୨ ବର୍ଷରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ପୁଞ୍ଜିନିବେଶ ହାସଲ କରିପାରିଛି।

30 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର