ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓଏସଏସଏସସିକୁ ଚିଠି: ୨ ହଜାର ୨୫୯ ଅଣଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର: ସରକାରୀ ସ୍କୁଲରେ ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା। ଶିକ୍ଷକମାନେ କେବଳ ଶିକ୍ଷାଦାନ ପ୍ରକ୍ରିୟାରେ ହିଁ ନିୟୋଜିତ ହେବେ। ‘୫-ଟି’ ରୂପାନ୍ତରଣରେ ରାଜ୍ୟ ସରକାର ସ୍କୁଲଗୁଡ଼ିକର ନବଜାଗରଣ ପରେ ଶିକ୍ଷାଦାନ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମିକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଖାଲିଥିବା ଶିକ୍ଷକ ପଦ ନିଯୁକ୍ତି ଲାଗି ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅଣଶିକ୍ଷକ କର୍ମଚାରୀ ମଧ୍ୟ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ହଜାର ୨୫୯ ଅଣଶିକ୍ଷକ କର୍ମଚାରୀ ଚୟନ ପାଇଁ ଓଏସଏସଏସସି(ଓଡ଼ିଶା ଅଧସ୍ତନ କର୍ମଚାରୀ […]

ଭୁବନେଶ୍ୱର: ସରକାରୀ ସ୍କୁଲରେ ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା। ଶିକ୍ଷକମାନେ କେବଳ ଶିକ୍ଷାଦାନ ପ୍ରକ୍ରିୟାରେ ହିଁ ନିୟୋଜିତ ହେବେ। ‘୫-ଟି’ ରୂପାନ୍ତରଣରେ ରାଜ୍ୟ ସରକାର ସ୍କୁଲଗୁଡ଼ିକର ନବଜାଗରଣ ପରେ ଶିକ୍ଷାଦାନ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମିକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଖାଲିଥିବା ଶିକ୍ଷକ ପଦ ନିଯୁକ୍ତି ଲାଗି ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅଣଶିକ୍ଷକ କର୍ମଚାରୀ ମଧ୍ୟ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ହଜାର ୨୫୯ ଅଣଶିକ୍ଷକ କର୍ମଚାରୀ ଚୟନ ପାଇଁ ଓଏସଏସଏସସି(ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ)କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛି। ତେବେ ୨ହଜାର ୨୫୯ ପଦ ମଧ୍ୟରୁ ୨୨୬ଟି ପଦୋନ୍ନତି ଦ୍ୱାରା ପୂଣ ହେବାକୁ ଥିବାବେଳେ ୨ ହଜାର ୩୩ଟି ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ଓ ହାଇ ସ୍କୁଲରେ ୪ ହଜାର ୭୪୦ ଅନୁମୋଦିତ କନିଷ୍ଠ ଆସିଷ୍ଟାଣ୍ଟ ପଦରୁ ୨୨୫୯ଟି ଖାଲି ପଡ଼ିଛି। ୧୦ ପ୍ରତିଶତ ପଦ ପଦୋନ୍ନତି ଜରିଆରେ ପୂରଣ ହେବାକୁ ଥିବାବେଳେ ଅବଶିଷ୍ଟ ଚୟନ ପ୍ରକ୍ରିୟା ଦ୍ୱାରା ପୂରଣ ହେବ। ଗଞ୍ଜାମରେ ସର୍ବାଧିକ ୨୦୭ଟି ପଦ ପୂରଣ ହେବାକୁ ଥିବାବେଳେ ମୟୂରଭଞ୍ଜରେ ୧୨୧, କେନ୍ଦୁଝରରେ ୧୦୩, କଟକରେ ଶହେ, ବରଗଡ଼ ଓ କଳାହାଣ୍ଡିରେ ୧୦୯ଟି ଲେଖାଏଁ ଆଦି ବିଭିନ୍ନ ଜିଲ୍ଲାକୁ ମିଶାଇ ମୋଟ୍‍ ୨୦୩୩ଟି ପଦ ପୂରଣ ହେବ। ତେବେ ଓଏସଏସଏସସି ପକ୍ଷରୁ ଚୟନ ସମ୍ପର୍କରେ ସବିଶେଷ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

30 Nov 2022 By The Sakala

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓଏସଏସଏସସିକୁ ଚିଠି: ୨ ହଜାର ୨୫୯ ଅଣଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା। ଶିକ୍ଷକମାନେ କେବଳ ଶିକ୍ଷାଦାନ ପ୍ରକ୍ରିୟାରେ ହିଁ ନିୟୋଜିତ ହେବେ। ‘୫-ଟି’ ରୂପାନ୍ତରଣରେ ରାଜ୍ୟ ସରକାର ସ୍କୁଲଗୁଡ଼ିକର ନବଜାଗରଣ ପରେ ଶିକ୍ଷାଦାନ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମିକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଖାଲିଥିବା ଶିକ୍ଷକ ପଦ ନିଯୁକ୍ତି ଲାଗି ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅଣଶିକ୍ଷକ କର୍ମଚାରୀ ମଧ୍ୟ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ହଜାର ୨୫୯ ଅଣଶିକ୍ଷକ କର୍ମଚାରୀ ଚୟନ ପାଇଁ ଓଏସଏସଏସସି(ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ)କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛି। ତେବେ ୨ହଜାର ୨୫୯ ପଦ ମଧ୍ୟରୁ ୨୨୬ଟି ପଦୋନ୍ନତି ଦ୍ୱାରା ପୂଣ ହେବାକୁ ଥିବାବେଳେ ୨ ହଜାର ୩୩ଟି ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ଓ ହାଇ ସ୍କୁଲରେ ୪ ହଜାର ୭୪୦ ଅନୁମୋଦିତ କନିଷ୍ଠ ଆସିଷ୍ଟାଣ୍ଟ ପଦରୁ ୨୨୫୯ଟି ଖାଲି ପଡ଼ିଛି। ୧୦ ପ୍ରତିଶତ ପଦ ପଦୋନ୍ନତି ଜରିଆରେ ପୂରଣ ହେବାକୁ ଥିବାବେଳେ ଅବଶିଷ୍ଟ ଚୟନ ପ୍ରକ୍ରିୟା ଦ୍ୱାରା ପୂରଣ ହେବ। ଗଞ୍ଜାମରେ ସର୍ବାଧିକ ୨୦୭ଟି ପଦ ପୂରଣ ହେବାକୁ ଥିବାବେଳେ ମୟୂରଭଞ୍ଜରେ ୧୨୧, କେନ୍ଦୁଝରରେ ୧୦୩, କଟକରେ ଶହେ, ବରଗଡ଼ ଓ କଳାହାଣ୍ଡିରେ ୧୦୯ଟି ଲେଖାଏଁ ଆଦି ବିଭିନ୍ନ ଜିଲ୍ଲାକୁ ମିଶାଇ ମୋଟ୍‍ ୨୦୩୩ଟି ପଦ ପୂରଣ ହେବ। ତେବେ ଓଏସଏସଏସସି ପକ୍ଷରୁ ଚୟନ ସମ୍ପର୍କରେ ସବିଶେଷ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ।

https://www.thesakala.in/latest-odisha-news/order-to-initiate-process-for-recruitment-of-2-thousand-259-non-teaching-staff/article-16960
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର