ଲାଲବାହୀନିର ବର୍ବରତା; ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା

The Sakala Picture
Published On

କଳାହାଣ୍ଡି: କିଛି ଦିନର ନିରବାତା ପରେ ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ। ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଲ ପଞ୍ଚକୁଲ ଗାଁର ଲାଲବତି ମାଝୀ ନାମକ ଜଣେ ଗ୍ରାମବାସୀଙ୍କୁ ମାଓବାଦୀମାନେ ଘରୁ ଉଠାଇ ନେଇ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମଧ୍ୟ ମିଳିଥିବା ସୂଚନା […]

କଳାହାଣ୍ଡି: କିଛି ଦିନର ନିରବାତା ପରେ ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ। ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଲ ପଞ୍ଚକୁଲ ଗାଁର ଲାଲବତି ମାଝୀ ନାମକ ଜଣେ ଗ୍ରାମବାସୀଙ୍କୁ ମାଓବାଦୀମାନେ ଘରୁ ଉଠାଇ ନେଇ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମଧ୍ୟ ମିଳିଥିବା ସୂଚନା ମିଳିଛି ।ଅଞ୍ଚଳର କିଛି ଲୋକ ମଧ୍ୟ ପୋଲିସ ଇନଫର୍ମର ଥିବା ଲାଲ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

25 Nov 2022 By The Sakala

ଲାଲବାହୀନିର ବର୍ବରତା; ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା

କଳାହାଣ୍ଡି: କିଛି ଦିନର ନିରବାତା ପରେ ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ। ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଲ ପଞ୍ଚକୁଲ ଗାଁର ଲାଲବତି ମାଝୀ ନାମକ ଜଣେ ଗ୍ରାମବାସୀଙ୍କୁ ମାଓବାଦୀମାନେ ଘରୁ ଉଠାଇ ନେଇ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମଧ୍ୟ ମିଳିଥିବା ସୂଚନା ମିଳିଛି ।ଅଞ୍ଚଳର କିଛି ଲୋକ ମଧ୍ୟ ପୋଲିସ ଇନଫର୍ମର ଥିବା ଲାଲ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର