ନିଜ ଉପରେ ପ୍ରାୟୋଜିତ ଆକ୍ରମଣ କରି ବିଜେଡି ଉପରେ ଅଠା ବୋଳିବାକୁ ଅପଚେଷ୍ଟା କରୁଛି ବିଜେପି- ବିଜେଡି ମୁଖପାତ୍ର ଇପ୍ସିତା ସାହୁ

The Sakala Picture
Published On

ଭୁବନେଶ୍ବର: ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଭେଟିଛି। ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଟିମ୍ ଭେଟିଛି।  ଫେରାଦ ହେବା ପରେ ବିଜେଡିର ପ୍ରତିକ୍ରିୟାରେ କହିଛି ଯେ, ଅନୁକମ୍ପା ହାତେଇବାକୁ ନାଟକ କରୁଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୂରୋହିତ। କିଛି ଭଡାଟିଆ ଗୁଣ୍ଡାଙ୍କୁ ଆଣି ବିଜେଡି ଉତ୍ତରିୟ ଏବଂ ପତାକା ପକାଇ ନିଜ ଉପରେ ଆକ୍ରମଣ ଡ୍ରାମା କରିବାକୁ ଅପଚେଷ୍ଟା କରୁଛନ୍ତି ।  ଗଣତନ୍ତ୍ର ରେ ଭୋଟ ଦେବା ଏବଂ ଭୋଟ […]

ଭୁବନେଶ୍ବର: ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଭେଟିଛି। ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଟିମ୍ ଭେଟିଛି।  ଫେରାଦ ହେବା ପରେ ବିଜେଡିର ପ୍ରତିକ୍ରିୟାରେ କହିଛି ଯେ, ଅନୁକମ୍ପା ହାତେଇବାକୁ ନାଟକ କରୁଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୂରୋହିତ। କିଛି ଭଡାଟିଆ ଗୁଣ୍ଡାଙ୍କୁ ଆଣି ବିଜେଡି ଉତ୍ତରିୟ ଏବଂ ପତାକା ପକାଇ ନିଜ ଉପରେ ଆକ୍ରମଣ ଡ୍ରାମା କରିବାକୁ ଅପଚେଷ୍ଟା କରୁଛନ୍ତି ।  ଗଣତନ୍ତ୍ର ରେ ଭୋଟ ଦେବା ଏବଂ ଭୋଟ ମାଗିବା ସମସ୍ତଙ୍କ ର ଅଧିକାର ଅଛି। ବିଜେଡିକୁ ବଦନାମ କରି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ପ୍ରଦୀପ ପୂରୋହିତ ।  ଯଦି ହାରିବାର ଭୟ ଅଛି ତେବେ ନିର୍ବାଚନକୁ ନ ଆସିବା ଭଲ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଜଣାଇଛି। ଘଟଣା ଉପରେ ସ୍ବତନ୍ତ୍ର ନଜର ରଖିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର