ଡିସେମ୍ବର ୫ରେ ନେତା ବାଛିବେ ପଦ୍ମପୁରର ଅଢେଇ ଲକ୍ଷରୁ ଅଧିକ ଭୋଟର, ଉପ-ନିର୍ବାଚନ ଲଢେଇରେ ୧୦ ପ୍ରାର୍ଥୀ

The Sakala Picture
Published On

ଭୁବନେଶ୍ବର/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍‌ ପଡିବାକୁ ଯାଉଛି। ଉପନିର୍ବାଚନ ପାଇଁ ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ସୂଚନା ଦେଇଛନ୍ତି। ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି […]

ଭୁବନେଶ୍ବର/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍‌ ପଡିବାକୁ ଯାଉଛି। ଉପନିର୍ବାଚନ ପାଇଁ ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି ଭୋଟ୍ । ଯାହାର ଫଳାଫଳ ଆସନ୍ତା ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ । ତେବେ ବର୍ତ୍ତମାନ ସମସ୍ତ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଥିବାବେଳେ, ତିନି ପ୍ରମୁଖ ରାଜନୈତିକ ଦଳ ଘରକୁ ଘର ବୁଲି ପ୍ରଚାର କାମ ଜାରି ରଖିଛନ୍ତି। ତେବେ ୧୦ ଜଣ ପ୍ରାର୍ଥୀଙ୍କ ନାମ ବାଲାଟ୍ ପେପରରେ ରହିବ । ଯାହାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର । ତେବେ ମୋଟ ଭୋଟରଙ୍କ ଭିତରୁ ୧ ଲକ୍ଷ ୨୯ ହଜାର ୪୯୭ ଜଣ ଭୋଟର ପୁରୁଷ ହୋଇଥିବାବେଳେ, ୧ ଲକ୍ଷ ୨୭ ହଜାର ୯୬୫ ଜଣ ମହିଳା ଭୋଟର ରହିଛନ୍ତି । ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ, ଏହି ସବୁ ବୁଥରେ ଅଢେଇ ଲକ୍ଷରୁ ଅଧିକ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀଙ୍କ ସୂଚନା ଅନୁସାରେ  ପଦ୍ମପୁରରେ ୮୦ ବର୍ଷରୁ ଅଧିକ ମୋଟ ୪୩୯୩ ଜଣ ଭୋଟର ଏବଂ ୨୫୫୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ତା ସହିତ ୨୮୪ ଜଣ ଭୋଟର ପୋଷ୍ଟାଲ ବାଲାଟ୍ ସାହାଯ୍ୟରେ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡିଛି । ପଦ୍ମପୁର ଉପ ନିର୍ବାଚନ ପାଇଁ ୧୧ଟି ପୋଲିଂ ପାର୍ଟି କାମ କରିବେ । ଯେଉଁଥିରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବଜରଭର, ଜଣେ ଭିଡିଓଗ୍ରାଫର୍ ଏବଂ ଜଣେ ସୁରକ୍ଷା କର୍ମୀ ରହିବେ । ଚଳିତଥର ପଦ୍ମପୁର ଉପ ନିର୍ବାଚନ ଭୋଟ୍ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ଭିତରେ ଅଢେଇ ଲକ୍ଷରୁ ଅଧିକ ଭୋଟର ପଦ୍ମପୁରର ନୂଆ ବିଧାୟକ ବାଛିବେ ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

ପଦ୍ମପୁର ଉପ ନିର୍ବାଚନ ପାଇଁ ଗତ ନଭେମ୍ବର ୫ ତାରିଖରୁ ନିର୍ବାଚନ ଆଚାରଣ ବିଧି ଲାଗୁ ଅଛି । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ନିର୍ବାଚନ ଆଚାରଣ ବିଧି ଭାଙ୍ଗିଥିବାରୁ ୪୭୭ଟି କେସ୍ ରୁଜୁ ହୋଇଥିବାବେଳେ ୩୬ଟି ଆର୍ମ ଲାଇସେନ୍ସକୁ ଡିପୋଜିଟ୍ କରିଦିଆଯାଇଛି । ଏ ଭିତରେ ପଦ୍ମପୁରରେ ଅବକାରୀ ବିଭାଗର ଚଢାଉ ଜାରି ରହିଛି, ଏ ସମ୍ପର୍କିତ ୧୧୪ଟି କେସ୍ ରୁଜୁ କରାଯାଇଥିବାବେଳେ, ୭୪ ଜଣଙ୍କୁ ଏନେଇ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ୫୯ ଲକ୍ଷ ୪୪ ହଜାର ୬୧୦ ଟଙ୍କା ମୂଲ୍ୟର ବିଭିନ୍ନ ମାଦକ ଦ୍ରବ୍ୟ ଜବତ କରାଯାଇଛି।

ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ଭୋଟର ଦ୍ବନ୍ଦରେ ନ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟର ଭୋଟ ଦେବେ । ୭୪ଟି ବୁଥ ମାଓପ୍ରଭାବିତ ଅଞ୍ଚଳରେ ରହିଛି। ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥ ରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ।

21 Nov 2022 By The Sakala

ଡିସେମ୍ବର ୫ରେ ନେତା ବାଛିବେ ପଦ୍ମପୁରର ଅଢେଇ ଲକ୍ଷରୁ ଅଧିକ ଭୋଟର, ଉପ-ନିର୍ବାଚନ ଲଢେଇରେ ୧୦ ପ୍ରାର୍ଥୀ

ଭୁବନେଶ୍ବର/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍‌ ପଡିବାକୁ ଯାଉଛି। ଉପନିର୍ବାଚନ ପାଇଁ ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ସୂଚନା ଦେଇଛନ୍ତି।

ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି ଭୋଟ୍ । ଯାହାର ଫଳାଫଳ ଆସନ୍ତା ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ । ତେବେ ବର୍ତ୍ତମାନ ସମସ୍ତ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଥିବାବେଳେ, ତିନି ପ୍ରମୁଖ ରାଜନୈତିକ ଦଳ ଘରକୁ ଘର ବୁଲି ପ୍ରଚାର କାମ ଜାରି ରଖିଛନ୍ତି। ତେବେ ୧୦ ଜଣ ପ୍ରାର୍ଥୀଙ୍କ ନାମ ବାଲାଟ୍ ପେପରରେ ରହିବ । ଯାହାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର । ତେବେ ମୋଟ ଭୋଟରଙ୍କ ଭିତରୁ ୧ ଲକ୍ଷ ୨୯ ହଜାର ୪୯୭ ଜଣ ଭୋଟର ପୁରୁଷ ହୋଇଥିବାବେଳେ, ୧ ଲକ୍ଷ ୨୭ ହଜାର ୯୬୫ ଜଣ ମହିଳା ଭୋଟର ରହିଛନ୍ତି । ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ, ଏହି ସବୁ ବୁଥରେ ଅଢେଇ ଲକ୍ଷରୁ ଅଧିକ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀଙ୍କ ସୂଚନା ଅନୁସାରେ  ପଦ୍ମପୁରରେ ୮୦ ବର୍ଷରୁ ଅଧିକ ମୋଟ ୪୩୯୩ ଜଣ ଭୋଟର ଏବଂ ୨୫୫୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ତା ସହିତ ୨୮୪ ଜଣ ଭୋଟର ପୋଷ୍ଟାଲ ବାଲାଟ୍ ସାହାଯ୍ୟରେ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡିଛି । ପଦ୍ମପୁର ଉପ ନିର୍ବାଚନ ପାଇଁ ୧୧ଟି ପୋଲିଂ ପାର୍ଟି କାମ କରିବେ । ଯେଉଁଥିରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବଜରଭର, ଜଣେ ଭିଡିଓଗ୍ରାଫର୍ ଏବଂ ଜଣେ ସୁରକ୍ଷା କର୍ମୀ ରହିବେ । ଚଳିତଥର ପଦ୍ମପୁର ଉପ ନିର୍ବାଚନ ଭୋଟ୍ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ଭିତରେ ଅଢେଇ ଲକ୍ଷରୁ ଅଧିକ ଭୋଟର ପଦ୍ମପୁରର ନୂଆ ବିଧାୟକ ବାଛିବେ ।

ପଦ୍ମପୁର ଉପ ନିର୍ବାଚନ ପାଇଁ ଗତ ନଭେମ୍ବର ୫ ତାରିଖରୁ ନିର୍ବାଚନ ଆଚାରଣ ବିଧି ଲାଗୁ ଅଛି । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ନିର୍ବାଚନ ଆଚାରଣ ବିଧି ଭାଙ୍ଗିଥିବାରୁ ୪୭୭ଟି କେସ୍ ରୁଜୁ ହୋଇଥିବାବେଳେ ୩୬ଟି ଆର୍ମ ଲାଇସେନ୍ସକୁ ଡିପୋଜିଟ୍ କରିଦିଆଯାଇଛି । ଏ ଭିତରେ ପଦ୍ମପୁରରେ ଅବକାରୀ ବିଭାଗର ଚଢାଉ ଜାରି ରହିଛି, ଏ ସମ୍ପର୍କିତ ୧୧୪ଟି କେସ୍ ରୁଜୁ କରାଯାଇଥିବାବେଳେ, ୭୪ ଜଣଙ୍କୁ ଏନେଇ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ୫୯ ଲକ୍ଷ ୪୪ ହଜାର ୬୧୦ ଟଙ୍କା ମୂଲ୍ୟର ବିଭିନ୍ନ ମାଦକ ଦ୍ରବ୍ୟ ଜବତ କରାଯାଇଛି।

ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ଭୋଟର ଦ୍ବନ୍ଦରେ ନ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟର ଭୋଟ ଦେବେ । ୭୪ଟି ବୁଥ ମାଓପ୍ରଭାବିତ ଅଞ୍ଚଳରେ ରହିଛି। ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥ ରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର