ତେଲକୋଇ ବନାଞ୍ଚଳର ବିଭିନ୍ନସ୍ଥାନରେ ବନ ବିଭାଗର ଚଢ଼ାଉ: ୪ ଗିରଫ, ୨ ଦେଶୀ ବନ୍ଧୁକ ସହ ତୀର ଓ ଶୀକାର ସରଞ୍ଜାମ ଜବତ

The Sakala Picture
Published On

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ସୋମବାର ରାତ୍ରିରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୨ ଟି ଦେଶୀ ବନ୍ଧୁକ ଶୀକାର ସରଞ୍ଜାମ ଜବତ ହୋଇଥିବାବେଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବନ ବିଭାଗ ସୋମବାର ରାତ୍ରିରେ ତେଲକୋଇ ରାଇସୁଆଁ ପଞ୍ଚାୟତର ରାଣିବେଡା ଗ୍ରାମର ସୋମନାଥ ଶବର(୪୫)କୁ ଗିରଫ କରାଯାଇଥିବାବେଳେ ତାଙ୍କ ଘରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ସେହିଭଳି ତାଳପଦା ଫରେଷ୍ଟ ବିଟର ଶିମିଳିପାଳ […]

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ସୋମବାର ରାତ୍ରିରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୨ ଟି ଦେଶୀ ବନ୍ଧୁକ ଶୀକାର ସରଞ୍ଜାମ ଜବତ ହୋଇଥିବାବେଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସୂଚନା ଅନୁଯାୟୀ, ବନ ବିଭାଗ ସୋମବାର ରାତ୍ରିରେ ତେଲକୋଇ ରାଇସୁଆଁ ପଞ୍ଚାୟତର ରାଣିବେଡା ଗ୍ରାମର ସୋମନାଥ ଶବର(୪୫)କୁ ଗିରଫ କରାଯାଇଥିବାବେଳେ ତାଙ୍କ ଘରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ସେହିଭଳି ତାଳପଦା ଫରେଷ୍ଟ ବିଟର ଶିମିଳିପାଳ ଗାଁର ଚଗଲା ପାତ୍ରଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ଶୀକାରରେ ବ୍ୟବହାର ତିର ଜବତ ହୋଇଛି। ଅନ୍ୟପକ୍ଷରେ ସେହି ଶିମିଳିପାଳ ଗ୍ରାମର ନିରଞ୍ଜନ ପାତ୍ର(୩୫), ନୟନ ପାତ୍ର(୨୫)ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ତାର ଜବତ ହୋଇଥିବା ଜଣାପଡିଛି। ଚଢ଼ାଉରେ କେନ୍ଦୁଝର ବନଖଣ୍ଡର ସ୍କ୍ବାର୍ଡ, ବନ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ। ତେବେ ଗିରଫ ମାନଙ୍କ ମଧ୍ୟରୁ ଚଗଲୁ ପାତ୍ର କିଛିଦିନ ତଳେ କୁଳିଆପାଳ ନିକଟରେ ତୀର ମାଡ଼ ଘଟଣାରେ ହାତୀ ମୃତ୍ୟୁ ସହିତ ଜଡିତ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

15 Nov 2022 By The Sakala

ତେଲକୋଇ ବନାଞ୍ଚଳର ବିଭିନ୍ନସ୍ଥାନରେ ବନ ବିଭାଗର ଚଢ଼ାଉ: ୪ ଗିରଫ, ୨ ଦେଶୀ ବନ୍ଧୁକ ସହ ତୀର ଓ ଶୀକାର ସରଞ୍ଜାମ ଜବତ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ସୋମବାର ରାତ୍ରିରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୨ ଟି ଦେଶୀ ବନ୍ଧୁକ ଶୀକାର ସରଞ୍ଜାମ ଜବତ ହୋଇଥିବାବେଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବନ ବିଭାଗ ସୋମବାର ରାତ୍ରିରେ ତେଲକୋଇ ରାଇସୁଆଁ ପଞ୍ଚାୟତର ରାଣିବେଡା ଗ୍ରାମର ସୋମନାଥ ଶବର(୪୫)କୁ ଗିରଫ କରାଯାଇଥିବାବେଳେ ତାଙ୍କ ଘରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ସେହିଭଳି ତାଳପଦା ଫରେଷ୍ଟ ବିଟର ଶିମିଳିପାଳ ଗାଁର ଚଗଲା ପାତ୍ରଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ଶୀକାରରେ ବ୍ୟବହାର ତିର ଜବତ ହୋଇଛି। ଅନ୍ୟପକ୍ଷରେ ସେହି ଶିମିଳିପାଳ ଗ୍ରାମର ନିରଞ୍ଜନ ପାତ୍ର(୩୫), ନୟନ ପାତ୍ର(୨୫)ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ତାର ଜବତ ହୋଇଥିବା ଜଣାପଡିଛି। ଚଢ଼ାଉରେ କେନ୍ଦୁଝର ବନଖଣ୍ଡର ସ୍କ୍ବାର୍ଡ, ବନ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ। ତେବେ ଗିରଫ ମାନଙ୍କ ମଧ୍ୟରୁ ଚଗଲୁ ପାତ୍ର କିଛିଦିନ ତଳେ କୁଳିଆପାଳ ନିକଟରେ ତୀର ମାଡ଼ ଘଟଣାରେ ହାତୀ ମୃତ୍ୟୁ ସହିତ ଜଡିତ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର